Posted inଜାତୀୟ

ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ୨୫% ଅତିରିକ୍ତ ସିଟ୍‌

ନୂଆଦିଲ୍ଲୀ, ୨୨ା୮: ଭାରତରେ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଇଁ ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିଶନ (ୟୁଜିସି) ନୂଆ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ଏଣିକି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ବିଦେଶୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ୨୫% ଅତିରିକ୍ତ ସିଟ୍‌ ସୃଷ୍ଟି କରିପାରିବେ। ଏଥିସହ ନାମଲେଖା ପାଇଁ ସେମାନଙ୍କୁ କୌଣସି ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ ବୋଲି ୟୁଜିସି ଅଧ୍ୟକ୍ଷ ଜଗଦେଶ କୁମାର କହିଛନ୍ତି।

ଭାରତର ୟୁଜି ଏବଂ ପିଜି ପ୍ରୋଗ୍ରାମର ଅନ୍ତର୍ଜାତୀୟକରଣ କରିବା ପାଇଁ ଗତ ସପ୍ତାହରେ ୟୁଜିସି ପକ୍ଷରୁ ବସିଥିବା ଏବ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁମାର ସୂଚନା ଦେଇଛନ୍ତି।
ସମ୍ପୃକ୍ତ ଅନୁଷ୍ଠାନର ମୋଟ କ୍ଷମତାଠାରୁ ଅଧିକ ଅତିରିକ୍ତ ସିଟ୍‌ କରାଯିବା ସମ୍ବନ୍ଧୀୟ ନିଷ୍ପତ୍ତି ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସାରେ ନିଆଯିବ। ଭିତ୍ତିଭୂମି, ଅଧ୍ୟାପିକା ଅଧ୍ୟାପକ ଏବଂ ଅନ୍ୟ ଆବଶ୍ୟକ କର୍ମଚାରୀଙ୍କ ସଂଖ୍ୟା ଆଦିକୁ ଦୃଷ୍ଟିରେ ରଖି ନିୟାମକଙ୍କ ଦ୍ୱାରା ସିଟ୍‌ ସଂଖ୍ୟା ବୃଦ୍ଧି ବାବଦରେ ବିଚାର କରାଯିବ।

ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦେଶୀ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ସମତୁଲ୍ୟ ଶିକ୍ଷାଯୋଗ୍ୟତା ଭିତ୍ତିରେ ନାମଲେଖା ପାଇଁ ଅନୁମତି ଦେଇପାରନ୍ତି। ଯୋଗ୍ୟତା ମାପକାଠି ନିର୍ଦ୍ଧାରଣ ୟୁଜିସି କିମ୍ବା ଏହା ଦ୍ୱାରା ଗଠିତ ଅନ୍ୟ କୌଣସି ସଂସ୍ଥା କରିବ। ବିଦେଶୀ ଛାତ୍ରୀଛାତ୍ରଙ୍କ ନାମଲେଖା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଇବ। ତେବେ ଭାରତ ସରକାର ଓ ଏବଂ ଅନ୍ୟ ଦେଶ ମଧ୍ୟରେ କିମ୍ବା ଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ହୋଇଥିବା ଚୁକ୍ତିନାମା ଓ ଏକ୍ଦଚେଞ୍ଜ ପ୍ରେଗ୍ରାମ ଅଧୀନରେ ଅର୍ନ୍ତଜାତୀୟ ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ଅତିରିକ୍ତ ସିଟ୍‌ ଉପଲବ୍ଧ ହେବ ନାହିଁ।

ଅତିରିକ୍ତ ସିଟ୍‌ କେବଳ ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଏବଂ ଏଥିରୁ କୌଣସି ସିଟ୍‌ ଖାଲି ପଡ଼ିଲେ ଅନ୍ୟ କେଉଁ ପିଲା ସେଥିରେ ନାମ ଲେଖାଇପାରିବେ ନାହିଁ। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ୨୦୨୧ରେ ମୋଟ ୨୩,୪୩୯ ବିଦେଶୀ ଛାତ୍ରୀଛାତ୍ର ଭାରତ ଆସିଥିଲେ। କରୋନା ମହାମାରୀ ପୂର୍ବରୁ ୨୦୧୯ରେ ଉଚ୍ଚଶିକ୍ଷା ପାଇଁ ୭୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭାରତ ଆସିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୁ ୪୪୦ ବୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ….

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri