Categories: ଖେଳ

୩ ଥର ସଚିନଙ୍କୁ ଆଉଟ୍‌ କରିଥିଲେ, ଏବେ ଘର ଘର ବୁଲି ଏସି ସଜାଡୁଛନ୍ତି ଏହି ଖେଳାଳି

କୁହାଯାଏ ଯେ ଥରେ ଜଣେ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପରେ ସେ ମାଲାମାଲ ହୋଇଯାନ୍ତି। ବ୍ୟାଙ୍କ ବାଲାନ୍ସ, ବଙ୍ଗଳା, କାର ଭଳି ସବୁ ସୁବିଧା ଅନ୍ତର୍ଜାତୀୟ କ୍ରିକେଟଙ୍କୁ ମିଳିଥାଏ। କିନ୍ତୁ ଏହା ସବୁ ଦେଶର ଖେଳାଳିଙ୍କ ଭାଗ୍ୟରେ ଜୁଟି ନ ଥାଏ। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ଦେଶକୁ ଛାଡିଦେଲେ ଅନ୍ୟ ଦେଶର କିଛି ଖେଳାଳିମାନେ ଅବସର ପରେ ସଂଘର୍ଷମୟ ଜୀବନ ବିତାଇଥାନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ତିନିଥର ଆଉଟ୍‌ କରିଥିବା ଜଣେ ଖେଳାଳିଙ୍କ ଅବସ୍ଥା ଏପରି ହୋଇଛି। ଜିମ୍ବାଓ୍ବେର ବାମହାତୀ ସ୍ପିନର୍‌ ରୟ ପ୍ରାଇସ୍‌ଙ୍କ ଅବସ୍ଥା ଏମିତି ହୋଇଛି।

୨୦୦୨ରେ ଜିମ୍ବାଓ୍ବେ ଦଳ ଭାରତ ଗସ୍ତରେ ଆସିଥିଲା। ନାଗପୁର ଟେଷ୍ଟରେ ସେ ଉଭୟ ଇନିଂସରେ ସଚିନଙ୍କ ଉଇକେଟ ନେଇଥିଲେ। ଏହା ପରେ ଦିଲ୍ଲୀ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ସଚିନଙ୍କ ଉଇକେଟ ନେଇଥିଲେ। ସଚିନ ତେନ୍ଦୁଲକର ପ୍ରାଇସଙ୍କ ବୋଲିଂର ପ୍ରଶଂସା କରିଥିଲେ। ସେଥିପାଇଁ ସଚିନଙ୍କ ଅଧିନାୟକତ୍ୱରେ ୨୦୧୧ରେ ଆଇପିଏଲ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ୨୦୧୩ରେ ଅବସର ପରେ ରୟ ପ୍ରାଇସ ଜିମ୍ବାୱେରେ ନିଜର କ୍ରୀଡା ଦୋକାନ ଖୋଲିଥିଲେ। ହାରାରେ ଅବସ୍ଥିତ ଏହି ଦୋକାନରେ ଦାମ ବ୍ୟାଟ୍ସ, ପ୍ୟାଡ, ଗ୍ଲୋଭସ ଏବଂ ଅନ୍ୟାନ୍ୟ କ୍ରୀଡା ସାମଗ୍ରୀ ବିକ୍ରି କରନ୍ତି। କେବଳ ଏତିକି ନୁହେଁ, ପ୍ରାଇସ ମଧ୍ୟ ଏକ ଏସି ମେକାନିକ ଏବଂ ଯେତେବେଳେ ସେ ସୁଯୋଗ ପାଆନ୍ତି, ସେତେବେଳେ ସେ ଘର କାମ ମଧ୍ୟ କରନ୍ତି।

Share