୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍‌ !

ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍‌ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି। ପ୍ରୟାଗରାଜର ମୋତିଲାଲ ନେହେରୁ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ ପକ୍ଷରୁ ଏକ ନୂଆ ପ୍ରଣାଳୀ ଡିପ୍‌-ଏକ୍ସ୍‌ର ବିକଶିତ କରାଯାଇଛି। ଏହା ଦ୍ୱାରା ମାତ୍ର ୨୦ ସେକେଣ୍ଡରେ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇପାରିବ। ଏହାଦ୍ୱାରା ଏକ୍ସ୍‌-ରେ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହା ସହଜରେ ଜଣାପଡ଼ିବ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି। ଏହାକୁ ରେଲଷ୍ଟେଶନ, ବସ୍‌ ଷ୍ଟାଣ୍ଡ୍‌, ସର୍ବସାଧାରଣ ସ୍ଥଳରେ ଲଗାଯାଇ କରୋନା ପଜିଟିଭ୍‌ଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ। ସୂଚନାଯୋଗ୍ୟ, ଏହି ସଂସ୍ଥାର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଟେମ୍ପରେଚର ଡିଟେକ୍ଟର ରୋଗୀଙ୍କଠାରେ ଅକ୍ସିଜେନ୍‌ ପରିମାଣ କମ୍‌ ଥିବା ସମ୍ପର୍କରେ ସୂଚନା ଦେଉଥିବା ପ୍ଲସ୍‌ ଅକ୍ସିମିଟର ମଧ୍ୟ ନିର୍ମାଣ କରାଯାଇଛି।