ଅର୍ଚ୍ଚନାଙ୍କ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜଶିଟ୍‌

ଭୁବନେଶ୍ୱର,୩ା୨(ବ୍ୟୁରୋ):ବଡ଼ବଡ଼ିଆଙ୍କୁ ହନିଟ୍ରାପ୍‌ରେ ଫସାଇ ଟଙ୍କା ହଡ଼ପ ଅଭିଯୋଗରେ ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ବେହେରା ଦୀର୍ଘଦିନ ହେବ ଝାରପଡ଼ା ଜେଲରେ ଦିନ କାଟୁଛନ୍ତି। ବର୍ତ୍ତମାନ ଘଟଣାର ବେଆଇନ ଅର୍ଥ କାରବାର ଦିଗକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଏପଟେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲା (ନଂ.୪୯୬/୨୦୨୨)ରେ ଗୁରୁବାର ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିରୋଧରେ ପୋଲିସ କୋର୍ଟରେ ପ୍ରାୟ ୨୪ଶହ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ଘଟଣାସ୍ଥଳର ପ୍ରମାଣ, ଏକାଧିକ ସାକ୍ଷୀଙ୍କ ବୟାନ, ଫୋରେନ୍‌ସିକ୍‌ ପ୍ରମାଣ, ସିଡିଆର୍‌ (କଲ୍‌ ଡିଟେଲ୍ସ ରିପୋର୍ଟ) ଆନାଲିସିସ୍‌, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌ ତଥ୍ୟାବଳୀ, ହ୍ବାଟ୍‌ସଆପ୍‌ ଚାଟ୍‌ ଆଦି ପ୍ରମାଣ ରହିଛି। ତେବେ ଏଫ୍‌ଆଇଆର୍‌ରେ ୧୬ଟି ଦଫା ଲଗାଯାଇଥିବାବେଳେ ଏଥିରୁ ଆଇପିସି ଦଫା ୪୧୯ ଓ ୪୬୫ ସଂକ୍ରାନ୍ତରେ ପ୍ରମାଣ ମିଳି ନ ଥିବାରୁ ଏହି ଦୁଇଟି ଦଫାକୁ ପୋଲିସ ଚାର୍ଜଶିଟ୍‌ରେ କାଟି ଦେଇଛି। ହେଲେ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ତଦନ୍ତକୁ ଖୋଲା ରଖାଯାଇଥିବା ଖଣ୍ଡଗିରି ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି। ଅନ୍ୟପକ୍ଷରେ ମାମଲାର ପ୍ରଥମ ପର୍ଯ୍ୟାୟରେ ଖଗେଶ୍ୱର ଅଭିଯୁକ୍ତ ଥିଲେ ମଧ୍ୟ ପୋଲିସ କୌଣସି ପ୍ରମାଣ ନ ପାଇବାରୁ ତାଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିନାହିଁ। ଖଗେଶ୍ୱରଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ନ କରିପାରିବା ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଇଡି ଖଗେଶ୍ୱରଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ପାଇ ନ ଥିବାରୁ ସେ ଖୁବଶ୍ରୀଘ୍ର ଜେଲରୁ ବାହାରିପାରନ୍ତି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧରରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ନାମରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲା (ନଂ.୬୪୬/୨୦୨୨)ରେ କମିଶନରେଟ ପୋଲିସ ଗତ ଡିସେମ୍ବର ୨୩ରୁ କୋର୍ଟରେ ୫୦୧ ପୃଷ୍ଠା ସମ୍ବଳିତ ଏକ ଚାର୍ଜଶିଟ୍‌ ଦାଖଲ କରିଛି।
ଶ୍ରଦ୍ଧାଞ୍ଜଳିଙ୍କ ଜରିଆରେ ଅର୍ଚ୍ଚନା ବ୍ଲାକ୍‌ମେଲ କରି ଧମକ ଦେବା ସହ ଟଙ୍କା ମାଗୁଥିବା ଅକ୍ଷୟ ସେପ୍ଟେମ୍ବର ୩୦ରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ସେପଟେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ନିଶା ଦେଇ ନଗ୍ନ ଭିଡିଓ କରିବା ପରେ ବ୍ଲାକ୍‌ମେଲ୍‌ କରି ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫଶାଇବାକୁ ବାଧ୍ୟ କରୁଥିଲେ ବୋଲି ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଅକ୍ଟୋବର ୨ରେ ଅଭିଯୋଗ କରିଥିଲେ। ପୋଲିସ ଅକ୍ଟୋବର ୬ରେ ଅର୍ଚ୍ଚନା ଏବଂ ପରେ ଜଗବନ୍ଧୁଙ୍କୁ ଗିରଫ କରିଥିଲା। ସେହିପରି ବେଆଇନ ଅର୍ଥ କାରବାର ଅଭିଯୋଗରେ ଇଡି ନଭେମ୍ବର ୧୧ରେ ଖଗେଶ୍ୱରଙ୍କୁ ଗିରଫ କରିବା ସହ ଜେଲରେ ଥିବା ଅର୍ଚ୍ଚନାଙ୍କୁ ଡିସେମ୍ବର ୧୩ ଓ ଜଗବନ୍ଧୁଙ୍କୁ ଡିସେମ୍ବର ୨୩ରେ ରିମାଣ୍ଡରେ ଆଣି ଗିରଫ ଦର୍ଶାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri