ୟୁକ୍ରେନ ଉପରେ ରୁଷିଆ ଆକ୍ରମଣରେ ୨୪୦ ସାଧାରଣ ନାଗରିକ ମୃତ: ମିଳିତ ଜାତିସଂଘ

କ୍ୱିଭ୍‌,୨୭।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଚତୁର୍ଥ ଦିନ ପାଇଁ ରୁଷିଆ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ ସାଙ୍ଗକୁ ଗୁଳି ମାଡ ବର୍ଷା କରି ଚାଲିଛି। ଧୀରେ ଧୀରେ ୟୁକ୍ରେନର ରାଜଧାନୀ କିଭ୍‌କୁ ଦଖଲ କରିବା ପାଇଁ ଆଗକୁ ବଢି ଚାଲିଛି ରୁଷିଆ। ଏହାରି ଭିତରେ ଆଜି ରୁଷିଆ ସେନା ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ଏକ ଗ୍ୟାସ ପାଇପଲାଇନ ଉଡ଼ାଇ ଦେଇଛନ୍ତି। ସେପଟେ ରାଜଧାନୀ କ୍ୱିଭ ଠାରୁ ୪ କିଲୋମିଟର ଦୂରରେ ରୁଷିଆ ସେନା ରହି ଗୁଳିମାଡ ଜାରି ରଖିଛି। ତେବେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣରେ ପ୍ରାୟ ୨୪୦ ସାଧାରଣ ନାଗରିକ ଏବଂ ୬୪ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ମିଳିତ ଜାତିସଂଘ ନିଶ୍ଚିତ କରିଛି।
ୟୁକ୍ରେନ ଛାଡିବାକୁ ଆମେରିକା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ସେ ଏହାକୁ ମନା କରିଦେଇଥିଲେ। ରୁଷିଆ ବିରୋଧରେ ଠିଆ ହେବେ ବୋଲି କହିଥିଲେ। ସାଟେଲାଇଟ ଫଟୋ ଶେୟାର କରି ଆମେରିକାର ଏଜେନ୍ସି ଦାବି କରିଛି ଯେ ରୁଷିଆ ୟୁକ୍ରେନର ଏକ ବଡ଼ ଅଂଶ ଦଖଲ କରିଛି।

Share