Categories: ଜାତୀୟ

ଆତଙ୍କବାଦୀ ମୁକାବିଲାରେ ସହିଦ ହେଲେ ୨୪ବର୍ଷୀୟ ଏହି ଯବାନ, ନଭେମ୍ବରରେ ହୋଇଥାନ୍ତା ବିବାହ

ହାମିରପୁର,୧।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମୁକାବିଲାରେ ହିମାଚଳ ପ୍ରଦେଶ ହାମିରପୁର ଜିଲା ଗାଲୋଡର ଯବାନ ସହିଦ ହୋଇଛନ୍ତି। ସେ ହେଲେ ରସିଲ କୁମାରଙ୍କ ପୁଅ ରୋହନ ଠାକୁରଙ୍କ (୨୪)। ରସିଲ ଚାରି ବର୍ଷ ଧରି ଭାରତୀୟ ସୈନ୍ୟବାହିନୀର ପଞ୍ଜାମ ରେଜିମେଣ୍ଟରେ ଭର୍ତ୍ତି ଥିଲେ। ଆସନ୍ତା ନଭେମ୍ବରରେ ତାଙ୍କର ବିବାହ ହୋଇଥାନ୍ତା। ହେଲେ ସେ ସହିଦ ହୋଇଥିବା ନେଇ ଖବର ମିଳିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସହିଦ ଯବାନ ରୋହନଙ୍କ ବାପା ରସିଲ ଜଣେ ଗୁଡ଼ିଆ। ପୁଅ ରୋହନଙ୍କ ବିବାହ ନଭେମ୍ବର ମାସରେ ହୋଇଥାନ୍ତା। ଏଥିପାଇଁ ପରିବାରଲୋକେ ସମସ୍ତ ପ୍ରସ୍ତୁତ ଶେଷ କରିଥିଲେ। ହେଲେ ହଠାତ୍‌ ସେ ସହିଦ ନେଇ ଖବର ମିଳିବା ପରେ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି।

ତେବେ ଦୁଇ ଦିନ ପୂର୍ବେ ଅଞ୍ଚଳର ବଡସରର ଜଣେ ଯବାନ ଶମସେର ସିଂହ ସହିଦ ହୋଇଥିଲେ। ଏହାଛଡ଼ା ଗଲଓ୍ବାନ୍‌ ଘାଟିରେ ଚାଇନା ଶ୍ରମିକଙ୍କ ସହ ମୁହାଁମୁହିଁରେ ହାମିରପୁରର ୨୨ ବର୍ଷୀୟ ଯବାନ ଅଙ୍କୁଶ ଠାକୁର ଶହୀଦ ହୋଇଥିଲେ।

Share