୨୪ ଶିକ୍ଷକ ବହିଷ୍କୃତ, ଜଣେ ଛାଡିଲେ ଚାକିରି

ନବରଙ୍ଗପୁର,୩୧।୧୨(ବି.ପ୍ର.): ନବରଙ୍ଗପୁର ଜିଲାରେ ଲମ୍ବା ଛୁଟିରେ ଥିବା ଶିକ୍ଷକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଜିଲା ପ୍ରଶାସନ। ଲମ୍ବା ଛୁଟରେ ଥିବା ୩୧ଜଣ ଶିକ୍ଷକଙ୍କ ମଧ୍ୟରୁ ୨୭ ତାରିଖରେ ଜିଲାପାଳ ୨୪ ଜଣଙ୍କୁ ବହିସ୍କୃତ କରିଛନ୍ତି। ଏଥିସହ ଜଣେ ଶିକ୍ଷକ ଚାକିରି ଛାଡିଥିବା ଜଣାପଡିଛି।
ଲମ୍ବାଛୁଟିରେ ଥିବା ଶିକ୍ଷକଙ୍କ ତାଲିକା ଗଣଶିକ୍ଷା ବିଭାଗକୁ ଜିଲା ଶିକ୍ଷା ଅଧିକାରୀ ପଠାଇଥିଲେ। ଯାହାରକି ତାଳ ମେଳ ଖାଉ ନଥିଲା ା ତେବେ ଗଣ ଶିକ୍ଷା ବିଭାଗ ଚିଠି ନମ୍ବର ୨୧୯୬୩/୨୦୧୮ ଅକ୍ଟୋବର ୩ ଓ ୨୦୧୯ ଜାନୁୟାରୀ ୫ ତାରିଖ ଚିଠି ନମ୍ବର ୪୪୪ ଅନୁଯାଇ ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲାର ୧୦ ବିଇଓ ୨୦୨୨ ଜୁଲାଇ ୨୦ ତାରିଖରେ ଲମ୍ବାଛୁଟିରେ ଥିବା ଶିକ୍ଷକଙ୍କ ତାଲିକା ମଗାଯାଇଥିଲା। ବିଇଓମାନେ ଜିଲାରେ ୩୧ ଜଣ ଗଣ ଶିକ୍ଷକ, ଠିକା ଭିତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ୨୦୧୦ରୁ ୨୦୨୨ ମଧ୍ୟରେ ଲମ୍ବା ଛୁଟିରେ ଥିବା ଦର୍ଶାଇଥିଲେ। ଏହାକୁ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨ ଡିସେମ୍ବର ୨୦୨୨ରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ୭ ଦିନ ମଧ୍ୟରେ କଣ ପାଇଁ ଛୁଟିରେ ରହିଛନ୍ତି ସେନେଇ କୈଫତ ମଗାଯାଇଥିଲା। ୬ ଜଣ ଶିକ୍ଷକ କୈଫତର ଉତ୍ତର ଦେଇଥିଲେ। କୋଷାଗୁମୁଡା ବ୍ଲକର ଶିକ୍ଷକ ଅମୀୟ କୁମାର ଦାଶ ୨୦୨୨ ଅଗଷ୍ଟ ୮ରେ ଚିକିରି ଛାଡିଦେଇଥିବା ଜଣାପଡିଛି। ତେବେ ଅନ୍ୟ ୨୪ ଜଣ ୧୫ ଦିନ ବିତି ଯାଇଥିିଲେ ମଧ୍ୟ କୈଫତର କୌଣସି ଉତର ରଖିନ ଥିଲେ। ଏନେଇ ଜିଲାପାଳ ୨୦୨୨ ଡିସେମ୍ବର ୨୭ରେ ୨୪ ଜଣ ଗଣ ଶିକ୍ଷକ, ଠିକା ଭିତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ବହିସ୍କୃତ କରିଛନ୍ତି। ବିଇଓଙ୍କୁ ବହିସ୍କୃତ ନୋଟିସ ସମ୍ପୃକ୍ତ ଶିକ୍ଷକଙ୍କୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ଗଣ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ନଭେମ୍ବର ମାସରେ ଚିଠି ନମ୍ବର ୨୩୫୦୭ ମାଧ୍ୟମରେ ଶିକ୍ଷକଙ୍କ ଲମ୍ବାଛୁଟି ଶିକ୍ଷକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜିଲା ଶିକ୍ଷା ଅଧିକାରୀଙ୍କୁ ମାଗିଥିଲେ। ସେଥିରେ ୧୭ ଜଣ ଲମ୍ବାଛୁଟିରେ ରହିଥିବା ଓ ୭ ଜଣଙ୍କୁ ବହିସ୍କୃତ କରାଯାଇଥିବା ରିପୋର୍ଟ ଡିଇଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦଶକଙ୍କୁ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି ଚିଠି ନମ୍ବର ୨୫୨୧୭ ମାଧ୍ୟମ ପୁଣିଥରେ ଗଣ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ ପାଇଁ ଫର୍ମାଟ କରି ପଠାଇଲେ। ଦ୍ୱିତୀୟ ରିପୋର୍ଟ ପ୍ରଦାନରେ ମଧ୍ୟ ଡିଇଓ ୧୭ ଜଣ ଶିକ୍ଷକ ଲମ୍ବାଛୁଟିରେ ଜଣେ ବହୁସ୍କୃତ ରିପୋର୍ଟ ପ୍ରଦାନ କଲେ। ଏବେ ୩୧ ଜଣ ଶିକ୍ଷକ ଲମ୍ବାଛୁଟିରେ। ସେଥିମଧ୍ୟରୁ ୬ ଜଣ କୈଫତର ଉତର ରଖିଲେ ା ଜଣେ ଚାକିରି ଛାଡିଛନ୍ତି। ୨୪ ଜଣଙ୍କୁ ଜିଲାପାଳ ବହିସ୍କୃତ କରିଛନ୍ତି।