୨୪ ଶିକ୍ଷକ ବହିଷ୍କୃତ, ଜଣେ ଛାଡିଲେ ଚାକିରି

ନବରଙ୍ଗପୁର,୩୧।୧୨(ବି.ପ୍ର.): ନବରଙ୍ଗପୁର ଜିଲାରେ ଲମ୍ବା ଛୁଟିରେ ଥିବା ଶିକ୍ଷକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଜିଲା ପ୍ରଶାସନ। ଲମ୍ବା ଛୁଟରେ ଥିବା ୩୧ଜଣ ଶିକ୍ଷକଙ୍କ ମଧ୍ୟରୁ ୨୭ ତାରିଖରେ ଜିଲାପାଳ ୨୪ ଜଣଙ୍କୁ ବହିସ୍କୃତ କରିଛନ୍ତି। ଏଥିସହ ଜଣେ ଶିକ୍ଷକ ଚାକିରି ଛାଡିଥିବା ଜଣାପଡିଛି।
ଲମ୍ବାଛୁଟିରେ ଥିବା ଶିକ୍ଷକଙ୍କ ତାଲିକା ଗଣଶିକ୍ଷା ବିଭାଗକୁ ଜିଲା ଶିକ୍ଷା ଅଧିକାରୀ ପଠାଇଥିଲେ। ଯାହାରକି ତାଳ ମେଳ ଖାଉ ନଥିଲା ା ତେବେ ଗଣ ଶିକ୍ଷା ବିଭାଗ ଚିଠି ନମ୍ବର ୨୧୯୬୩/୨୦୧୮ ଅକ୍ଟୋବର ୩ ଓ ୨୦୧୯ ଜାନୁୟାରୀ ୫ ତାରିଖ ଚିଠି ନମ୍ବର ୪୪୪ ଅନୁଯାଇ ଜିଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲାର ୧୦ ବିଇଓ ୨୦୨୨ ଜୁଲାଇ ୨୦ ତାରିଖରେ ଲମ୍ବାଛୁଟିରେ ଥିବା ଶିକ୍ଷକଙ୍କ ତାଲିକା ମଗାଯାଇଥିଲା। ବିଇଓମାନେ ଜିଲାରେ ୩୧ ଜଣ ଗଣ ଶିକ୍ଷକ, ଠିକା ଭିତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ୨୦୧୦ରୁ ୨୦୨୨ ମଧ୍ୟରେ ଲମ୍ବା ଛୁଟିରେ ଥିବା ଦର୍ଶାଇଥିଲେ। ଏହାକୁ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨ ଡିସେମ୍ବର ୨୦୨୨ରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ୭ ଦିନ ମଧ୍ୟରେ କଣ ପାଇଁ ଛୁଟିରେ ରହିଛନ୍ତି ସେନେଇ କୈଫତ ମଗାଯାଇଥିଲା। ୬ ଜଣ ଶିକ୍ଷକ କୈଫତର ଉତ୍ତର ଦେଇଥିଲେ। କୋଷାଗୁମୁଡା ବ୍ଲକର ଶିକ୍ଷକ ଅମୀୟ କୁମାର ଦାଶ ୨୦୨୨ ଅଗଷ୍ଟ ୮ରେ ଚିକିରି ଛାଡିଦେଇଥିବା ଜଣାପଡିଛି। ତେବେ ଅନ୍ୟ ୨୪ ଜଣ ୧୫ ଦିନ ବିତି ଯାଇଥିିଲେ ମଧ୍ୟ କୈଫତର କୌଣସି ଉତର ରଖିନ ଥିଲେ। ଏନେଇ ଜିଲାପାଳ ୨୦୨୨ ଡିସେମ୍ବର ୨୭ରେ ୨୪ ଜଣ ଗଣ ଶିକ୍ଷକ, ଠିକା ଭିତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକଙ୍କୁ ବହିସ୍କୃତ କରିଛନ୍ତି। ବିଇଓଙ୍କୁ ବହିସ୍କୃତ ନୋଟିସ ସମ୍ପୃକ୍ତ ଶିକ୍ଷକଙ୍କୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ଗଣ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ନଭେମ୍ବର ମାସରେ ଚିଠି ନମ୍ବର ୨୩୫୦୭ ମାଧ୍ୟମରେ ଶିକ୍ଷକଙ୍କ ଲମ୍ବାଛୁଟି ଶିକ୍ଷକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଜିଲା ଶିକ୍ଷା ଅଧିକାରୀଙ୍କୁ ମାଗିଥିଲେ। ସେଥିରେ ୧୭ ଜଣ ଲମ୍ବାଛୁଟିରେ ରହିଥିବା ଓ ୭ ଜଣଙ୍କୁ ବହିସ୍କୃତ କରାଯାଇଥିବା ରିପୋର୍ଟ ଡିଇଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦଶକଙ୍କୁ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି ଚିଠି ନମ୍ବର ୨୫୨୧୭ ମାଧ୍ୟମ ପୁଣିଥରେ ଗଣ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ ପାଇଁ ଫର୍ମାଟ କରି ପଠାଇଲେ। ଦ୍ୱିତୀୟ ରିପୋର୍ଟ ପ୍ରଦାନରେ ମଧ୍ୟ ଡିଇଓ ୧୭ ଜଣ ଶିକ୍ଷକ ଲମ୍ବାଛୁଟିରେ ଜଣେ ବହୁସ୍କୃତ ରିପୋର୍ଟ ପ୍ରଦାନ କଲେ। ଏବେ ୩୧ ଜଣ ଶିକ୍ଷକ ଲମ୍ବାଛୁଟିରେ। ସେଥିମଧ୍ୟରୁ ୬ ଜଣ କୈଫତର ଉତର ରଖିଲେ ା ଜଣେ ଚାକିରି ଛାଡିଛନ୍ତି। ୨୪ ଜଣଙ୍କୁ ଜିଲାପାଳ ବହିସ୍କୃତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?