କମ୍‌ ବୟସରେ ଆଖିବୁଜିଲେ ଏହି ଅଭିନେତ୍ରୀ

ଟିଭି ସିରିଜ୍‌ ‘୨୪’ରେ ଏଫ୍‌ବିଆଇ ଏଜେଣ୍ଟ ଭୂମିକାରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ଆନି ୱର୍ସିଂଙ୍କ ୪୫ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛିଦିନ ହେବ ଓ୍ବର୍ସିଂ କ୍ୟାନସର୍‌ ସହ ଲଢେଇ କରୁଥିଲେ।
ସେଣ୍ଟ ଲୁଇସରେ ଜନ୍ମଗ୍ରହଣ କରିଥିବା ୱର୍ସିଂ ତାଙ୍କ ଦୁଇ ଦଶନ୍ଧି କ୍ୟାରିଅର୍‌ ସମୟରେ ୧୨ରୁ ଟେଲିଭିଜନ ଶୋ’ରେ ଅଭିନୟ କରିଥିଲେ। ସେ ୨୪, ବସ୍‌, ଦି ଭାମ୍ପାୟାର୍‌ ଡାଏରୀଜ୍‌, ମାର୍ବଲ କି ରନ୍‌ଓ୍ବେଜ୍‌, ଦି ରୁକିରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିଲେ। ୱର୍ସିଂ ୨୦୨୦ରେ କ୍ୟାନସର୍‌ରେ ଆକ୍ରାନ୍ତ ହୋଇଥିଲେ। ଏହାସତ୍ତ୍ୱେ ସେ ତାଙ୍କ କାର୍ଯ୍ୟ ଜାରି ରଖିଥିଲେ। ସେ ଅଭିନେତା ଷ୍ଟିଫେନ ଫୁଲଙ୍କ ସ୍ତ୍ରୀ ଥିଲେ। ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି।

Share