୨୪ ଘଣ୍ଟା ପରେ ୩ ମତ୍ସ୍ୟଜୀବୀଙ୍କ ମିଳିନି ସନ୍ଧାନ

ପାରାଦୀପ, ୨୧ା୯(ଶରତ ରାଉତ)ପାରାଦୀପ ମାଛଧରା ବନ୍ଦର ପାଖ ମହାନଦୀ ମୁହାଣରେ ମଙ୍ଗଳବାର ବୋଟ୍‌ ବୁଡ଼ି ଘଟଣାରେ ନିଖୋଜ ଥିବା ୩ ମତ୍ସ୍ୟଜୀବୀଙ୍କ ସନ୍ଧାନ ବୁଧବାର ସା ସୁଦ୍ଧା ମିଳିନାହିଁ। ସେହି ନିଖୋଜଙ୍କୁ ଖୋଜିବା ପାଇଁ ବୁଧବାର ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର ଓ ପାଟ୍ରୋଲିଂ ଜାହାଜ ଯୋଗେ ଉଦ୍ୟମ ଜାରି ରହିଛି। ନିଖୋଜର ୭୨ ଘଣ୍ଟା ପର୍ଯ୍ୟନ୍ତ ଏପରି କରାଯିବ ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି। ବୋଟ୍‌ ବୁଡ଼ି ଘଟଣାର ୨୪ ଘଣ୍ଟା ଅତିକ୍ରାନ୍ତ ହୋଇଥିବାରୁ ନିଖୋଜଙ୍କ ମିଳିବା ଆଶା କ୍ଷୀଣ ହୋଇଛି ବୋଲି କେତେଜଣ ମତ୍ସ୍ୟଜୀବୀ କହିଛନ୍ତି। ଅପରପକ୍ଷେ ଅନ୍ୟ ୩ ଜଣ ଉଦ୍ଧାର ମତ୍ସ୍ୟଜୀବୀ ବୁଧବାର କୂଳକୁ ଫେରିଛନ୍ତି। ସେମାନଙ୍କୁ ବିଜୁ ମେମୋରିଆଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଅନ୍ୟ ଉଦ୍ଧାର ୨ ଜଣ ମତ୍ସ୍ୟଜୀବୀ ପୋର୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ବୋଟ୍‌ ବୁଡ଼ିଲା ପରେ ପ୍ରାୟ ୫ ଘଣ୍ଟା ଉପରକୁ ଦୃଶ୍ୟମାନ ହେଉଥିଲା। ବୁଧବାର ବୋଟ୍‌ ସମୁଦ୍ରରେ ଲୀନ ହୋଇଯାଇଛି।
ସୂଚନାଯୋଗ୍ୟ, ମଙ୍ଗଳବାର ମା’ ବାସୁଳେଇ ୨ ନାମକ ବୋଟ୍‌ ପଞ୍ଜୀକୃତ ନଂ. ଆଇଏନ୍‌ଡି-ଓଆର୦୪ଏମ୍‌ଏମ୍‌୧୬୦ ସମୁଦ୍ରରୁ ମାଛ ଧରି ପୋତାଶ୍ରୟକୁ ଫେରିବା ବେଳେ ମୁହାଣରେ ବୁଡ଼ି ଯାଇଥିଲା। ସେଥିରେ ଥିବା ୮ ଜଣ ମତ୍ସ୍ୟଜୀବୀ ସମୁଦ୍ର ପାଣିରେ ଭାସି ଯାଇଥିଲେ। ପ୍ରଥମେ ଦୁଇଜଣଙ୍କୁ ପାରାଦୀପ ବନ୍ଦର ଟଗ୍‌ ବୋଟ୍‌ ସମୁଦ୍ରର ବ୍ରେକ୍‌ ୱାଟର ପାଖରୁ ଉଦ୍ଧାର କରିଥିଲେ। ସେତେବେଳକୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କୁ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ ଜଣଙ୍କୁ ଆଉ ଏକ ମାଛଧରା ବୋଟ୍‌ ସାଇ ଚନ୍ଦ୍ରିକା ସମୁଦ୍ରରୁ ଉଦ୍ଧାର କରିଥିଲା। କିନ୍ତୁ ମୁହାଣ ଅଶାନ୍ତ ଥିବାରୁ ସେମାନଙ୍କୁ କୂଳକୁ ନ ଆଣି ସମୁଦ୍ର ଭିତରେ ରହିଥିଲେ। ବୁଧବାର ପୂର୍ବାହ୍ନ ୧୧ଟାରେ ଜୁଆର ହେବାରୁ ସମ୍ପୃକ୍ତ ବୋଟ୍‌ କୂଳକୁ ଆସିଥିଲା। ସମ୍ପୃକ୍ତ ୮ ଜଣ ମତ୍ସ୍ୟଜୀବୀଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ମନ୍ଦାରୀ ଗ୍ରାମରେ ବୋଲି ଜଣାପଡ଼ିଛି। ନିଖୋଜ ମତ୍ସ୍ୟଜୀବୀ ହେଲେ ସୁନୀଲ ମଲ୍ଲିକ (୩୦), ସୁରେନ୍ଦ୍ର ମଲ୍ଲିକ (୬୦) ଓ ବିଜୟ ମଲ୍ଲିକ ୫୭। ଉଦ୍ଧାର ମତ୍ସ୍ୟଜୀଜୀବମାନେ ହେଲେ ନିର୍ମଳ ମଲ୍ଲିକ (୩୬), ଭାନୁ ମଲ୍ଲିକ (୩୫), ଜୟକୃଷ୍ଣ ମଲ୍ଲିକ (୫୫), ହରିହର ମଲ୍ଲିକ (୩୫) ଓ କମଳା ମଲ୍ଲିକ (୩୮)।
ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କ ପାଇଁ ସରକାର ମାଗଣା ବୀମା ଯୋଜନା କରିଛନ୍ତି। କିନ୍ତୁ ଏହି ନିଖୋଜ ମତ୍ସ୍ୟଜୀବୀଙ୍କ ବୀମା ହୋଇଛି କି ନାହିଁ ସେ ପ୍ରସଙ୍ଗରେ ମତ୍ସ୍ୟ ଅଧିକାରୀ ବିଜୟ କରଙ୍କୁ ପଚାରିବାରେ ସେମାନଙ୍କ ଆଧାରକାର୍ଡ ବୋଟରେ ଥିଲା। ତାହା ନଷ୍ଟ ହୋଇଛି। ବାଲେଶ୍ୱର ମତ୍ସ୍ୟ ବିଭାଗ ପାଖରେ ଥାଇପାରେ ବୋଲି ସେ କହିଛନ୍ତି। ମୁହାଣ ଅଞ୍ଚଳ ପୋତି ହୋଇଯିବା ଯୋଗୁ ସେଠାରେ ପାଣି ଛାଡ ସମୟରେ ବୋଟ୍‌ ଯିବା ଆସିବା କରିବା କଷ୍ଟକର ହେଉଛି ବୋଲି ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡା କହିଛନ୍ତି। ୨ବର୍ଷ ତଳେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ମୁହାଣ ଖନନ କରାଯାଇଥିଲା। ଏବେ ପୁଣି ପୋତି ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri