ସମୁଦ୍ରରେ ୨୪ ଘଣ୍ଟା: ଗଣେଶଙ୍କ ମୂର୍ତ୍ତି ଯୋଗୁ ବଞ୍ଚିଲା ୫ମ ଶ୍ରେଣୀ ଛାତ୍ରଙ୍କ ଜୀବନ…

ଅହମଦାବାଦ,୨।୧୦ : ସୁରଟର ଏକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଡୁମାସ ବେଳାଭୂମିରେ ଥିବା ମନ୍ଦିରକୁ ଯାଇଥିଲେ। ଲଖନ ନାମକ ଏହି ବାଳକ ସମୁଦ୍ର କୂଳରେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ପାଇଁ ଅଜାଣତରେ ଗଭୀର ଜଳକୁ ପଳାଇ ଯାଇଥିଲେ। ପରଦିନ ପର୍ଯ୍ୟନ୍ତ ପରିବାର ସଦସ୍ୟ ତାଙ୍କୁ ଖୋଜାଖୋଜି ଜାରି ରଖିଥିଲେ, କିନ୍ତୁ ତାଙ୍କୁ କେଉଁଠାରେ ପାଇ ନ ଥିଲେ। ସମସ୍ତେ ଭାବିଲେ ଆଉ ଜୀବିତ ନାହାନ୍ତି। କିନ୍ତୁ ଏହା ପରେ ଏକ ଚମତ୍କାର ଘଟଣା ଘଟିଲା। ପିଲାଟି ଜୀବନ୍ତ ଘରକୁ ଫେରି ଆସିଥିଲା।

ସୌଭାଗ୍ୟ ବଶତଃ ଲଖନ ଗଭୀର ସମୁଦ୍ରରେ ବୁଡ଼ି ରହିଥିବା ଗଣେଶ ମୂର୍ତ୍ତିଙ୍କର ସାହାରା ପାଇଥିଲେ। ସେ ମୂର୍ତ୍ତିକୁ ସମୁଦ୍ରରେ ୨୪ ଘଣ୍ଟା ଧରି ରହିଥିଲେ।

ଏହା ସମୁଦ୍ର ଉପକୂଳଠାରୁ ୧୮ ନ୍ୟୁଟିକାଲ ମାଇଲ ଦୂରରେ ସେ ସମୁଦ୍ରରେ ଭାସୁଥିଲେ। ଠିକ ସେତିକିବେଳେ ମତ୍ସ୍ୟଜୀବୀ ଡଙ୍ଗା ‘ନବଦୁର୍ଗା’ ସେହିବାଟେ ଯିବା ସମୟରେ ଲଖନ ପାଟି କରିବା ସହ ହାତ ହଲାଇ ଡାକିଥିଲେ। ମତ୍ସ୍ୟଜୀବୀମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ଲଖନଙ୍କୁ ଡଙ୍ଗାରେ ବସାଇ କୂଳକୁ ଆଣିଥିଲେ।
ଲଖନଙ୍କୁ ନାଭସାରୀର ଧୋଆଲି ବନ୍ଦରକୁ ଅଣାଯାଇଥିଲା। କୂଳରେ ପହଞ୍ଚିବା ପୂର୍ବରୁ ପୋଲିସକୁ ସୂଚନା ଦିଆଯାଇଥିଲା। ଡଙ୍ଗା ଆସିବା ପୂର୍ବରୁ ସେଠାରେ ଆମ୍ବୁଲାନ୍ସ ଦଳ ପହଞ୍ଚିଥିଲେ। ପୋଲିସର ସୂଚନାନୁସାରେ, ୧୪ ବର୍ଷିୟ ଲଖନଙ୍କୁ ୩୬ ଘଣ୍ଟା ପରେ ତାଙ୍କ ପରିବାର ଲୋକେ ପାଇଥିଲେ। ନାବାଳକଙ୍‌ୁ ନାଭସାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଶିଶୁଟିକୁ ଡାକ୍ତରଖାନାରେ ଦେଖିବା ପାଇଁ ଭିଡ଼ ଜମିଥିଲା। ବିଳମ୍ବିତ ରାତିରେ ଭାଜପା ସଭାପତି ତଥା ଏମପି ସିଆର ପାଟିଲ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

Share