୧୨ ଦଫା ଦାବିରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସମେତ ୭ଟି ଜିଲାକୁ ମାଓବାଦୀଙ୍କ ପକ୍ଷରୁ ୧୨ଦଫା ଦାବି ନେଇ ୨୪ ଘଣ୍ଟିଆ ବନ୍ଦ ଡାକରା ପାଳନ କରାଯାଉଛି। ଫଳରେ ଏହାର ପ୍ରଭାବରେ ସିମନବାଡ଼ିରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିଠାରୁ ବାଲିଗୁଡା,ବ୍ରହ୍ମପୁର, ଭଞ୍ଜନଗର, ଫୁଲବାଣୀ, ରାଇକିଆ, ଜି. ଉଦୟଗିରି ଆଦି ଅଞ୍ଚଳକୁ ସରକାରୀ ଓ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ ରହିଛି।

ପ୍ରକାଶ ଯେ, ରବିବାର ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ ସିପିଆଇ ମାଓବାଦୀ ପୂର୍ବ ଡିଭିଜୋନାଲ ବ୍ୟୁରୋ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଲ୍‌ ବ୍ୟାନର ଓ ପୋଷ୍ଟର ଛଡ଼ାଯାଇଥିଲା। ଏହାକୁ ନେଇ ସୋମବାର ବନ୍ଦର ପ୍ରଭାବ ଉକ୍ତ ଥାନା ସିମନବାଡ଼ିରେ ପଡ଼ିଛି। ଦାରିଙ୍ଗବାଡ଼ିରେ ଦୋକାନ ବଜାର ବନ୍ଦ ପ୍ରତିମାସ ସଂକ୍ରାନ୍ତି ପାଇଁ ବନ୍ଦ କରାଯାଉଥିବାରୁ ସେହି କ୍ରମରେ ସେମାନଙ୍କ ପୋଷ୍ଟର ଓ ବ୍ୟାନରରେ ଉଲ୍ଲେଖ ରହିଛି ଯେ, ୧୨ଦଫା ଦାବି ନେଇ ଚଳିତ ୮ ଠାରୁ ୧୪ପର୍ଯ୍ୟନ୍ତ ଜନ ଅଧିକାର ଅଭିଯାନ କରିବା ସହ ୧୨ଦଫା ଦାବିକୁ ନେଇ ଆସନ୍ତା ୧୫ରେ ୭ଟି ଜିଲା ତଥା କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ରାୟଗଡ଼ା, କଳାହାଣ୍ଡି ଓ ବୌଦ୍ଧ ଜିଲାରେ ୨୪ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଥିଲା। ବ୍ୟାନରରେ ବାଘୁଆ ଡିଭିଜୋନାଲ କମିଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ ) ବୋଲି ଉଲ୍ଲେଖ ରହିଛି।