୨୪ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ପାଳନ

ରାଇରଙ୍ଗପୁର,୨୪ା୮(ମାନସ ମହାନ୍ତି): ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେ.ଏମ୍‌.ଏମ୍‌.) ପକ୍ଷରୁ ଗୁରୁବାର ୨୪ ଘଣ୍ଟିଆ ମୟୂରଭଞ୍ଜ ଡାକରା କ୍ରମେ ଜେ.ଏମ୍‌.ଏମ୍‌. ଦଳୀୟ ବିଭିନ୍ନ କର୍ମକର୍ତ୍ତା ଏବଂ ଯୁବ ମହିଳା କର୍ମୀ ରାଇରଙ୍ଗପୁର ବନ୍ଦ ପାଳନ କରିଥିଲେ। ଏହି ବନ୍ଦ ପାଳନ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ବ୍ୟାଙ୍କ, ଶିକ୍ଷା ଅନୁଷ୍ଠାନ ବନ୍ଦ ଥିବାର ଦେଖାଯାଇଛି। ରାଇରଙ୍ଗପୁର ଅଞ୍ଚଳରେ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ଥିବା ବେଳେ ଟାଟାନଗର ବାଦାମ ପାହାଡ଼ ଡି.ଏନ୍‌.ୟୁ. ଯାତ୍ରୀବାହୀ ଟ୍ରେନ୍‌ ବିଳମ୍ବରେ ଯାତାୟାତ କରିଥିବାର ଦେଖାଯାଇଛି। ଏହି ବନ୍ଦ ପାଳନରେ ଜେ.ଏମ୍‌.ଏମ୍‌.ଦଳୀୟ ରାଜ୍ୟ ସଭା ନେତ୍ରୀ ଅଞ୍ଜଳି ସୋରେନ, ରାଜ୍ୟ ପ୍ରବକ୍ତା ସୁନୀଲ ସୋରେନ, ଜିଲା ପରିଷଦ ସଦସ୍ୟା ମିନା ସୋରେନ,ସାଲଖୁ କିସ୍କୁ ନେତୃତ୍ୱରେ ବହୁ ସଂଖ୍ୟକ ଦଳୀୟ ଯୁବ ମହିଳା କର୍ମୀ ସାମିଲ ଥିବାର ଦେଖାଯାଇଛି।