ବାତ୍ୟା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭଦ୍ରକ ଅଫିସ,୨୨ା୫- ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜିଲାର ବିଭିନ୍ନ ବ୍ଲକରେ ଥିବା ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ଯାଇ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି। ଆବଶ୍ୟକ ହେଲେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ ଲାଗି ପଦକ୍ଷେପ ନେବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳରେ ପାନୀୟଜଳ, ବିଦ୍ୟୁତ୍‌, ଜେନେରେଟର ଆଦିର ବ୍ୟବସ୍ଥା ସମ୍ପର୍କରେ କର୍ମକର୍ତ୍ତାଙ୍କ ସହ ସେ ଆଲୋଚନା କରିଥିଲେ। ଶୁକ୍ରବାର ମଧ୍ୟାହ୍ନରେ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜିବ ମଲ୍ଲିକ, ବ୍ୟୋମକେଶ ରାୟ, ଏସ୍‌ପି ଚରଣ ସିଂ ମୀନା, ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ଜିଲାପାଳ ଦାସ ଭର୍ଚୁଆଲ ମୋଡ୍‌ରେ ଆଲୋଚନା କରିଛନ୍ତି। ବାତ୍ୟା ସରିବା ପର୍ଯ୍ୟନ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ପାଇଁ ସ୍ଥିର ହୋଇଛି।
ବାସୁଦେବପୁରରେ ବିଡିଓ ପ୍ରଣବ କୁମାର ବେହେରା, ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ନେସ୍କୋ, ଅଗ୍ନିଶମ ଓ ଯୋଗାଣ ବିଭାଗ ଅଧିକାରୀମାନଙ୍କ ସହ ଏକ ବୈଠକରେ ବାତ୍ୟା ସମୟରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟକୁ ତ୍ୱରାନ୍ବିତ କରିବା, ରାସ୍ତାଘାଟ ଅବରୋଧ ହେଲେ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ଗଛ କାଟିବା ପାଇଁ ଆବଶ୍ୟକ ଥିବା ଯନ୍ତ୍ରପାତିକୁ ପରୀକ୍ଷଣ କରାଯାଇ ପ୍ରସ୍ତୁତ ରଖିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସ୍ଥାନାନ୍ତର ସମୟରେ କୋଭିଡ୍‌ କଟକଣାକୁ ପାଳନ କରାଯିବା ସହ ଥଇଥାନ ବେଳେ ଏହାକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଲୋକଙ୍କ ଥଇଥାନ ନିମନ୍ତେ ସ୍କୁଲ, କଲେଜ ଗୃହକୁ ପ୍ରସ୍ତୁତ ରଖିବା ଲାଗି କୁହାଯାଇଛି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ତିହିଡ଼ି, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ଚାନ୍ଦବାଲି, ଅତିରକ୍ତ ଉପଜିଲାପାଳ ମନୋରମା ଭୁୟଁା ଧାମନଗର ବ୍ଲକ ଗସ୍ତ କରିଥିଲେ। କରୋନା ସାଙ୍ଗକୁ ସମ୍ଭାବ୍ୟ ବାତ୍ୟା ପାଇଁ ବ୍ଲକସ୍ତରୀୟ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ମୁଖ୍ୟତଃ ଚାନ୍ଦବାଲି, ବାସୁଦେବପୁର, ଧାମରା ଓ ତିହିଡ଼ି ବ୍ଲକ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ପ୍ରଶାସନ ଅନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri