୪ ବର୍ଷରେ ୨୩୧ ଦୁର୍ଘଟଣା, ୯୮ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର, ୧୫ା୨ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଓ ୫୯ ଏବଂ ରାଜ୍ୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲାରେ ଚିହ୍ନଟ ହୋଇଥିବା ୧୦ ବ୍ଲାକସ୍ପଟ ଏବେ ମରଣଯନ୍ତା ପାଲଟିଛି। ଅସଜଡ଼ା ରାସ୍ତା, ଜାତୀୟ ରାଜପଥରେ ସଠିକ ସୂଚନା ନଥିବା ଏବଂ ସ୍ଥିତି ଖରାପ ଏହାର କାରଣ ହୋଇଛି। କୌଣସି ସ୍ଥାନରେ ୫ରୁ ଅଧିକ ଦୁର୍ଘଟଣା ଓ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ ସେହି ସ୍ଥାନଗୁଡ଼ିକୁ ବ୍ଳାକସ୍ପଟ ରୂପେ ଚିହ୍ନଟ କରାଯାଇଛି। କିନ୍ତୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ବ୍ଲାକସ୍ପଟ ମଧ୍ୟରୁ ବ୍ରହ୍ମପୁର ସହର ଭିତରେ ୭ଟି ଥିବା ଜିଲା ପୋଲିସ କାର୍ଯ୍ୟାଳୟରୁ ସୂଚନା ମିଳିଛି। କେବଳ କାଗଜ କଲମରେ ଏହା ଚାଲିଥିବାବେଳେ ପରିବହନ ବିଭାଗ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ନେଇନାହାନ୍ତି । ଫଳରେ ପ୍ରତ୍ୟହ ସବୁ ବ୍ଲାକସ୍ପଟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଜିଲା ପରିବହନ ବିଭାଗ ପକ୍ଷରୁ ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକସ୍ପଟ ଚିହ୍ନଟ କରାଯାଇଛି । ଜାତୀୟ ରାଜପଥ -୧୬ରେ ରହିଛି ହଳଦିଆପଦର ଠାରୁ ଖଜୁରିଆ ଓଭରବ୍ରିଜ, ଲାଞ୍ଜିପଲ୍ଲୀ ବାଇପାସଠାରୁ ଆଙ୍କୁଲି ଓଭରବ୍ରିଜ, କନିଷି-ଗୋଳନ୍ଥରା ଜାତୀୟ ରାଜପଥ, ହଳଦିଆପଦର-ଗୋଳନ୍ଥରା, ପୋକଡ଼ିବନ୍ଧ ଛକ। ସେହିପରି ଜାତୀୟ ରାଜପଥ-୫୯ରେ ରହିଛି ନୂଆବସଷ୍ଟାଣ୍ଡ ରୋଡ, କମାପଲ୍ଲୀରୁ କୁକୁଡ଼ାଖଣ୍ଡି ଛକ। ସଦର ଥାନା ବାଲିପଡ଼ା ଛକ ଓ ଦିଗପହଣ୍ଡି ଥାନା ରାଜନଗର ଛକ ବ୍ଲାକସ୍ପଟ ଭାବେ ଚିହ୍ନଟ ହୋଇଛି। ଏହିସବୁ ଅଞ୍ଚଳରେ ନିୟମିତ ଦୁର୍ଘଟଣା ଘଟୁଛି। ଗତ ୨୦୨୦ ରୁ ୨୦୨୩ ଡିସେମ୍ବର ମାସ ସୁଦ୍ଧା ୨୩୧ ଦୁର୍ଘଟଣା ଘଟିଛି। ଏଥିରେ ୮୭ ପୁରୁଷ ଓ ୧୧ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିଭଳି ୧୨୪ ଗୁରୁତର ହୋଇଥିବା ଟ୍ରାଫିକ ପୋଲିସ କହିଛି। ୨୦୨୦ରେ ଉକ୍ତ ୧୦ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ୪୩ ଦୁର୍ଘଟଣାରେ ୨୧ ପୁରୁଷ ଓ ୩ ମହିଳାଙ୍କ ମୃତ୍ୟୁ ହୋଇଛି। ୨୩ ଗୁରୁତର ହୋଇଛନ୍ତି। ୨୦୨୧ରେ ୪୯ ଦୁର୍ଘଟଣାରେ ୨୦ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ୩୧ ଗୁରୁତର ହୋଇଛନ୍ତି। ୨୦୨୨ରେ ୭୪ ଦୁର୍ଘଟଣାରେ ୧୬ ପୁରୁଷ ଓ ୫ ମହିଳାଙ୍କ ମୃତ୍ୟୁ ହୋଇଛି। ୨୯ ଗୁରୁତର ହୋଇଛନ୍ତି। ୨୦୨୩ରେ ୬୫ ଦୁର୍ଘଟଣାରେ ୩୦ ପୁରୁଷ ଓ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ୩୨ ଗୁରୁତର ହୋଇଥିବା ଟ୍ରାଫିକ ପୋଲିସ କହିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ବିଭିନ୍ନ କାଯର୍‌ୟକ୍ରମ କରାଯାଉଥିବା ବେଳେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ସେହିପରି ଟ୍ରାଫିକ ନିୟମ ଉଲଂଘନ କରିଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ ହେଉଛି। ସହରର ସବୁ ଛକରେ ଗାଡ଼ି ଧିରେ ଚଳାଇବାକୁ ସିଗ୍ନାଲ ଦିଆଯାଉଛି । ତଥାପି ବିଭିନ୍ନ କାରଣରୁ କେତେକ ଜାଗାରେ ଦୁର୍ଘଟଣା ଘଟୁଛି ଏବଂ ଜୀବନ ହାନି ହେଉଛି । ଏହାସତ୍ତ୍ୱେ ଦୁର୍ଘଟଣା ରୋକିବା ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ଥାନାଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ କହିଛନ୍ତି। ଅନ୍ୟପଟେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ କହିଛନ୍ତି ଯେ, ଯେଉଁ ରାସ୍ତାଗୁଡ଼ିକ ବ୍ଲାକସ୍ପଟ ରୂପେ ଚିହ୍ନଟ ହୋଇଛି ସେଠାରେ ସାଇନ ବୋର୍ଡ ଲଗାଯିବ। ଏହାସହିତ ଚାଳକଙ୍କ ଯାତାୟାତ ବେଳେ ସେମାନଙ୍କ ସୁରକ୍ଷା ପାଇଁ ରାସ୍ତାରେ ବିଭିନ୍ନ ସ୍ଥାନରେ ସତର୍କ ସୂଚନା ବୋର୍ଡ଼ ମଧ୍ୟ ଲଗାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?