୪ ବର୍ଷରେ ୨୩୧ ଦୁର୍ଘଟଣା, ୯୮ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର, ୧୫ା୨ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଓ ୫୯ ଏବଂ ରାଜ୍ୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲାରେ ଚିହ୍ନଟ ହୋଇଥିବା ୧୦ ବ୍ଲାକସ୍ପଟ ଏବେ ମରଣଯନ୍ତା ପାଲଟିଛି। ଅସଜଡ଼ା ରାସ୍ତା, ଜାତୀୟ ରାଜପଥରେ ସଠିକ ସୂଚନା ନଥିବା ଏବଂ ସ୍ଥିତି ଖରାପ ଏହାର କାରଣ ହୋଇଛି। କୌଣସି ସ୍ଥାନରେ ୫ରୁ ଅଧିକ ଦୁର୍ଘଟଣା ଓ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ ସେହି ସ୍ଥାନଗୁଡ଼ିକୁ ବ୍ଳାକସ୍ପଟ ରୂପେ ଚିହ୍ନଟ କରାଯାଇଛି। କିନ୍ତୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ୧୦ ବ୍ଲାକସ୍ପଟ ମଧ୍ୟରୁ ବ୍ରହ୍ମପୁର ସହର ଭିତରେ ୭ଟି ଥିବା ଜିଲା ପୋଲିସ କାର୍ଯ୍ୟାଳୟରୁ ସୂଚନା ମିଳିଛି। କେବଳ କାଗଜ କଲମରେ ଏହା ଚାଲିଥିବାବେଳେ ପରିବହନ ବିଭାଗ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ନେଇନାହାନ୍ତି । ଫଳରେ ପ୍ରତ୍ୟହ ସବୁ ବ୍ଲାକସ୍ପଟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଜିଲା ପରିବହନ ବିଭାଗ ପକ୍ଷରୁ ବ୍ରହ୍ମପୁର ପୋଲିସ ଜିଲାରେ ୧୦ ବ୍ଲାକସ୍ପଟ ଚିହ୍ନଟ କରାଯାଇଛି । ଜାତୀୟ ରାଜପଥ -୧୬ରେ ରହିଛି ହଳଦିଆପଦର ଠାରୁ ଖଜୁରିଆ ଓଭରବ୍ରିଜ, ଲାଞ୍ଜିପଲ୍ଲୀ ବାଇପାସଠାରୁ ଆଙ୍କୁଲି ଓଭରବ୍ରିଜ, କନିଷି-ଗୋଳନ୍ଥରା ଜାତୀୟ ରାଜପଥ, ହଳଦିଆପଦର-ଗୋଳନ୍ଥରା, ପୋକଡ଼ିବନ୍ଧ ଛକ। ସେହିପରି ଜାତୀୟ ରାଜପଥ-୫୯ରେ ରହିଛି ନୂଆବସଷ୍ଟାଣ୍ଡ ରୋଡ, କମାପଲ୍ଲୀରୁ କୁକୁଡ଼ାଖଣ୍ଡି ଛକ। ସଦର ଥାନା ବାଲିପଡ଼ା ଛକ ଓ ଦିଗପହଣ୍ଡି ଥାନା ରାଜନଗର ଛକ ବ୍ଲାକସ୍ପଟ ଭାବେ ଚିହ୍ନଟ ହୋଇଛି। ଏହିସବୁ ଅଞ୍ଚଳରେ ନିୟମିତ ଦୁର୍ଘଟଣା ଘଟୁଛି। ଗତ ୨୦୨୦ ରୁ ୨୦୨୩ ଡିସେମ୍ବର ମାସ ସୁଦ୍ଧା ୨୩୧ ଦୁର୍ଘଟଣା ଘଟିଛି। ଏଥିରେ ୮୭ ପୁରୁଷ ଓ ୧୧ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିଭଳି ୧୨୪ ଗୁରୁତର ହୋଇଥିବା ଟ୍ରାଫିକ ପୋଲିସ କହିଛି। ୨୦୨୦ରେ ଉକ୍ତ ୧୦ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ୪୩ ଦୁର୍ଘଟଣାରେ ୨୧ ପୁରୁଷ ଓ ୩ ମହିଳାଙ୍କ ମୃତ୍ୟୁ ହୋଇଛି। ୨୩ ଗୁରୁତର ହୋଇଛନ୍ତି। ୨୦୨୧ରେ ୪୯ ଦୁର୍ଘଟଣାରେ ୨୦ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ୩୧ ଗୁରୁତର ହୋଇଛନ୍ତି। ୨୦୨୨ରେ ୭୪ ଦୁର୍ଘଟଣାରେ ୧୬ ପୁରୁଷ ଓ ୫ ମହିଳାଙ୍କ ମୃତ୍ୟୁ ହୋଇଛି। ୨୯ ଗୁରୁତର ହୋଇଛନ୍ତି। ୨୦୨୩ରେ ୬୫ ଦୁର୍ଘଟଣାରେ ୩୦ ପୁରୁଷ ଓ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ୩୨ ଗୁରୁତର ହୋଇଥିବା ଟ୍ରାଫିକ ପୋଲିସ କହିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ଥାନା ପୋଲିସ ପକ୍ଷରୁ ବିଭିନ୍ନ କାଯର୍‌ୟକ୍ରମ କରାଯାଉଥିବା ବେଳେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ସେହିପରି ଟ୍ରାଫିକ ନିୟମ ଉଲଂଘନ କରିଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ ହେଉଛି। ସହରର ସବୁ ଛକରେ ଗାଡ଼ି ଧିରେ ଚଳାଇବାକୁ ସିଗ୍ନାଲ ଦିଆଯାଉଛି । ତଥାପି ବିଭିନ୍ନ କାରଣରୁ କେତେକ ଜାଗାରେ ଦୁର୍ଘଟଣା ଘଟୁଛି ଏବଂ ଜୀବନ ହାନି ହେଉଛି । ଏହାସତ୍ତ୍ୱେ ଦୁର୍ଘଟଣା ରୋକିବା ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ଥାନାଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ କହିଛନ୍ତି। ଅନ୍ୟପଟେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ କହିଛନ୍ତି ଯେ, ଯେଉଁ ରାସ୍ତାଗୁଡ଼ିକ ବ୍ଲାକସ୍ପଟ ରୂପେ ଚିହ୍ନଟ ହୋଇଛି ସେଠାରେ ସାଇନ ବୋର୍ଡ ଲଗାଯିବ। ଏହାସହିତ ଚାଳକଙ୍କ ଯାତାୟାତ ବେଳେ ସେମାନଙ୍କ ସୁରକ୍ଷା ପାଇଁ ରାସ୍ତାରେ ବିଭିନ୍ନ ସ୍ଥାନରେ ସତର୍କ ସୂଚନା ବୋର୍ଡ଼ ମଧ୍ୟ ଲଗାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri