୪ ଦିନରେ ୨୩,୦୦୦ ଆୟକର ରିଟର୍ନ, ପୋର୍ଟାଲରେ ଆଇଟିଆର ଫର୍ମ ଉପଲବ୍ଧ

ଭୁବନେଶ୍ୱର,୫।୪(ଅନୁରାଧା ମହାରଣା): ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ନ ଦାଖଲ କରିବାର ପ୍ରକ୍ରିୟା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଗତ ଚାରି ଦିନ ମଧ୍ୟରେ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି। ଆୟକର ବିଭାଗ ସୂଚନାନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ ସହ ଜଡିତ ଫର୍ମଗୁଡିକ ଇ-ଦାଖଲ ପୋର୍ଟାଲରେ ଉପଲବ୍ଧ କରାଯାଇଛି ଏବଂ ଗତ ଚାରି ଦିନ ମଧ୍ୟରେ ପ୍ରାୟ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି। ନିକଟ ଅତୀତରେ ପ୍ରଥମଥର ପାଇଁ ଆୟକର ବିଭାଗ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରୁ ଟିକସଦାତାଙ୍କ ଆୟକର ରିଟର୍ନ ଦାଖଲ କରିବାକୁ ବ୍ୟବସ୍ଥା କାର୍ଯ୍ୟକାରୀ କରି ପୋର୍ଟାଲକୁ ସକ୍ଷମ କରିଛି। ଟିକସ ନିୟମ ଅନୁପାଳନ ଏବଂ ନିରବଚ୍ଛିନ୍ନ ଟିକସଦାତା ସେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଆଇଟିଆର ଫର୍ମ ୧ (ସହଜ) ଏବଂ ଆଇଟିଆର ଫର୍ମ ୪ (ସୁଗମ) ବହୁ ସଂଖ୍ୟାରେ କ୍ଷୁଦ୍ର ଏବଂ ମଧ୍ୟମ ଟିକସଦାତାଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଛି। ଆଇଟିଆର-୨ ଆବାସିକ ସମ୍ପତ୍ତିରୁ ଆୟ କରୁଥିବା ଲୋକଙ୍କ ଦ୍ୱାରା ଦାଖଲ କରାଯାଇଥାଏ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ସୂଚନାନୁସାରେ ୨୦୨୪ ଏପ୍ରିଲ ୧ରୁ ୨୦୨୪-୨୫ (ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ) ମୂଲ୍ୟାଙ୍କନ ବର୍ଷ ପାଇଁ ଆଇଟିଆର ଦାଖଲ କରିବାକୁ ଟିକସଦାତାଙ୍କୁ ଏହି ସୁବିଧା ପ୍ରଦାନ କରିଛି।

ସାଧାରଣତଃ ଟିକସଦାତା ବ୍ୟବହାର କରୁଥିବା ଆଇଟିଆର-୧, ଆଟିଆର-୨ ଏବଂ ଆଇଟିଆର-୪ ଟିକସଦାତାମାନଙ୍କ ପାଇଁ ରିଟର୍ନ ଦାଖଲ କରିବା ଲାଗି ଇ-ଫାଇଲ ପୋର୍ଟାଲରେ ଉପଲବ୍ଧ ହୋଇଛି। ସିବିଡିଟି କହିଛି ଯେ, କମ୍ପାନୀଗୁଡିକ ଏପ୍ରିଲ ୧ରୁ ଆଇଟିଆର-୬ ମାଧ୍ୟମରେ ସେମାନଙ୍କର ଆଇଟିଆର ମଧ୍ୟ ଦାଖଲ କରିପାରିବେ। ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ଟିକସଦାତାମାନେ ସହଜ ଫର୍ମ ମାଧ୍ୟମରେ ଆଇଟିଆର ଦାଖଲ କରିପାରିବେ। ଏହି ଆୟ ବେତନ, ଘରର ସମ୍ପତ୍ତି, ସୁଧ ପରି ଅନ୍ୟାନ୍ୟ ଆୟର ଉତ୍ସ ହୋଇପାରେ ।

ବ୍ୟକ୍ତି, ହିନ୍ଦୁ ଅବିଭାଜିତ ପରିବାର ଏବଂ ସଂସ୍ଥା (ଏଲ୍‌ଏଲ୍‌ପି ବ୍ୟତୀତ)ଙ୍କ ଦ୍ୱାରା ସୁଗମ ଫର୍ମ ଦାଖଲ କରାଯାଇପାରିବ, ଯାହାର ବ୍ୟବସାୟ ଏବଂ ବୃତ୍ତିରୁ ମୋଟ ଆୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିବ। ସିବିଡିଟି ପୂର୍ବରୁ ଆଇଟିଆର ଫର୍ମକୁ ସୂଚିତ କରିସାରିଛ। ସିବିଡିଟି କହିଛି ଯେ, ଆଇଟିଆର ୩, ୫ ଏବଂ ୭ ଫର୍ମ ଦାଖଲ କରିବାର ସୁବିଧା ମଧ୍ୟ ଶୀଘ୍ର କରଦାତାମାନଙ୍କ ପାଇଁ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri