ଗୁଗଲକୁ ୨୩ ବର୍ଷ…

ଓ୍ବାଶିିଂଟନ,୨୭।୯: ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ସୋମବାର ୨୩ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଗୁଗଲ ପକ୍ଷରୁ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଗୁଗଲର ଇଂଲିଶ୍‌ ସ୍ପେଲିଙ୍ଗ ଏଲ୍‌ ଲେଟରରେ କ୍ୟାଣ୍ଡେଲ କରାଯାଇ ଏହାର ତଳେ ୨୩ ନମ୍ବର ଲେଖା ଯାଇଥିବା ଡୁଡଲ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

୧୯୯୮ରେ ଲାରି ପେଜ୍‌ ଏବଂ ସର୍ଜେ ବ୍ରିନ୍‌ଙ୍କ ଉଦ୍ୟମରେ ଇଣ୍ଟରନେଟ୍‌କୁ ଅଧିକ ସହଜ କରିବା ଲାଗି ଗୁଗଲର ଶୁଭାରମ୍ଭ କରାଯାଇଥିଲା। ୧୯୯୫ରେ ଉଭୟେ ଏନେଇ ପ୍ରୟାସ ଆରମ୍ଭ କରିଥିଲେ। ୧୯୯୬ରେ ସେମାନେ ଏକ ସର୍ଚ୍ଚ ଇଞ୍ଜିନ୍‌ ବିକଶିତ କରିଥିଲେ। ସେତେବେଳେ ଏହାକୁ ବ୍ୟାକ୍‌ରବ୍‌ ଭାବେ ନାମିତ କରାଯାଇଥିଲା।

୨୦୦୫ରେ ଗୁଗଲର ଜନ୍ମଦିନ ସେପ୍ଟେମ୍ବର ୨୭ରେ ପାଳନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସମ୍ପ୍ରତି ପ୍ରତିଦିନ ବିଶ୍ୱବ୍ୟାପୀ ଶହେକୋଟିରୁ ଅଧିକ ସର୍ଚ୍ଚ ଗୁଗଲ ସର୍ଚ୍ଚ ଇଞ୍ଜିନ୍‌ ଦ୍ୱାରା ୧୫୦ରୁ ଅଧିକ ଭାଷାରେ କରାଯାଇଥାଏ।

Share