Posted inଜାତୀୟ

ଘନେଇଲା ୨୩ ବର୍ଷର ବିବାଦ

ଅଗରତାଲା, ୧୯।୧୧(ଆଇଏଏନ୍‌ଏସ୍‌): ହଜାର ହଜାର ବ୍ରୁ ଆଦିବାସୀ ଶରଣାର୍ଥୀଙ୍କୁ ପୁନଃ ଥଇଥାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବାରୁ ଏହାର ପ୍ରତିବାଦରେ ଉତ୍ତର ତ୍ରିପୁରାର କାଞ୍ଚନପୁର ସବ୍‌ଡିଭିଜନରେ ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ମିଳିତ ଆନ୍ଦୋଳନ କମିଟି (ଜେଏମ୍‌ସି) ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶଟ୍‌ଡାଉନ୍‌ ଡାକରା ଦିଆଯାଇଛି। ପଡୋଶୀ ମିଜୋରାମରେ ଜାତିଆଣ ସଂଘର୍ଷର ସମ୍ମୁଖୀନ ହୋଇ ୨୩ ବର୍ଷ ହେଲା ଉକ୍ତ ଶରଣାର୍ଥୀମାନେ ତ୍ରିପୁରାରେ ରହିଆସୁଛନ୍ତି। ଗତ ମଙ୍ଗଳବାର ସେମାନେ ଅଣଆଦିବାସୀମାନଙ୍କ ଘର ଉପରେ ଆକ୍ରମଣ କରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଫଳରେ ୧୧୦ ଜଣ ନିରାପଦ ସ୍ଥାନକୁ ପଳାଇଯାଇଥିବା ପୋଲିସ କହିଛି। ଆକ୍ରମଣକାରୀ ୪ଟି ଗାଈ ଓ କେତେକ ଛେଳି ନେଇଯାଇଥିବା ଅଭିଯୋଗ ହୋଇଛି।
ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ସିଆର୍‌ପିଏଫ୍‌ ଏବଂ ତ୍ରିପୁରା ରାଜ୍ୟ ରାଇଫଲ ବାହିନୀର ସୁରକ୍ଷା ଯବାନମାନଙ୍କୁ ମୁତୟନ କରାଯାଇଛି। ୧୪୪ ଧାରା ଜାରି ସତ୍ତ୍ୱେ ପାଖାପାଖି ୧୫ ହଜାର ପୁରୁଷ, ମହିଳା ଓ ପିଲା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ରାଲି କରିଥିଲେ। ଅନିର୍ଦ୍ଦିଷ୍ଟ କାଳ ଶଟ୍‌ଡାଉନ ଡାକରା ଯୋଗୁ ସରକାରୀ କାର୍ଯ୍ୟାଳୟ, ଦୋକାନବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ସେହିପରି ସୁରକ୍ଷା ବଳ, ସ୍ବାସ୍ଥ୍ୟସେବା ଏବଂ ଗଣମାଧ୍ୟମ ଗାଡ଼ି ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଛି।
କାଞ୍ଚନପୁରରେ ଅଳ୍ପସଂଖ୍ୟକ ଆଦିବାସୀ ଶରଣାର୍ଥୀଙ୍କ ଥଇଥାନ ନିଷ୍ପତ୍ତିକୁ ପୂର୍ବରୁ ଜେଏମ୍‌ସି ସ୍ବାଗତ କରିଥିଲା ବୋଲି ଏହାର ଆବାହକ ସୁଶାନ୍ତ ବିକାଶ ବରୁଆ କହିଛନ୍ତି। ସ୍ଥାନର ସ୍ବଳ୍ପତା ଦୃଷ୍ଟିରୁ କାଞ୍ଚନପୁରରେ ୫୦୦ ପର୍ଯ୍ୟନ୍ତ ଶରଣାର୍ଥୀ ପରିବାରକୁ ଥଇଥାନ କରିବା ଲାଗି ସେମାନେ ବିଭିନ୍ନ ସମୟରେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ତେବେ ସରକାର ଉକ୍ତ ଅଞ୍ଚଳରେ ୬୦୦୦ ଶରଣାର୍ଥୀ ପରିବାରଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି।
ବିବାଦ କେବେଠୁ
ବ୍ରୁ ଶରଣାର୍ଥୀଙ୍କ ସମସ୍ୟା ୧୯୯୭ରେ ଆରମ୍ଭ ହୋଇଥିଲା। ମିଜୋରାମରେ ଜାତିଆଣ ଉତ୍ତେଜନା ଯୋଗୁ ପ୍ରାୟ ୩୦,୦୦୦ ବ୍ରୁ ଆଦିବାସୀ ପରିବାର ତ୍ରିପୁରାକୁ ପଳାୟନ କରି ଶରଣାର୍ଥୀ ଶିବିରଗୁଡ଼ିକରେ ଆଶ୍ରୟ ନେଇଥିଲେ। ପଶ୍ଚିମ ମିଜୋରାମ ସଂଲଗ୍ନ ବାଂଲାଦେଶ ସୀମାନ୍ତ ଓ ତ୍ରିପୁରାର କିଛି ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ସ୍ବୟଂଶାସିତ ଜିଲା ଗଠନ ପାଇଁ ସେତେବେଳେ ଦାବି ଉଠିଥିଲା। ୨୦୦୯ ନଭେମ୍ବରରେ ବ୍ରୁ ଆଦିବାସୀଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ କେନ୍ଦ୍ର, ତ୍ରିପୁରା ଓ ମିଜୋରାମ ସରକାର ଉଦ୍ୟମ କରିଥିଲେ। କିନ୍ତୁ ଏହା ସଫଳ ହୋଇ ନ ଥିଲା। ବ୍ରୁ ଶରଣାର୍ଥୀଙ୍କୁ ମିଜୋରାମକୁ ପଠାଇବା ପାଇଁ ୨୦୧୮ରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। କିନ୍ତୁ ଏହାକୁ ସେମାନେ ବିରୋଧ କରିଥିଲେ। ୨୦୨୦ ଜାନୁୟାରୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏକ ନୂଆ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଉକ୍ତ ଚୁକ୍ତି ଅନୁସାରେ ବ୍ରୁମାନଙ୍କୁ ଫେରିଯିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଇତିମଧ୍ୟରେ କେନ୍ଦ୍ର ସରକାର ବିସ୍ଥାପିତ ବ୍ରୁ ସମ୍ପ୍ରଦାୟର ଥଇଥାନ ପାଇଁ ୬୦୦ କୋଟି ଟଙ୍କାର ପୁନର୍ବାସ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିରୁ ୧୫୦ କୋଟି ଟଙ୍କା ତ୍ରିପୁରା ସରକାରଙ୍କୁ ଜମି ଅଧିଗ୍ରହଣ ପାଇଁ ଦିଆଯିବ। ଅବଶିଷ୍ଟ ଅର୍ଥ ଏହି ଆଦିବାସୀଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କରାଯିବ।
ପମ୍ପ୍‌ ଅପରେଟରଙ୍କୁ ଆକ୍ରମଣରୁ ଉତ୍ତେଜନା
ତ୍ରିପୁରାର କାଞ୍ଚନପୁର ସବ୍‌ଡିଭିଜନରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଦୁର୍ବୃତ୍ତମାନେ ଜଣେ ପମ୍ପ ଅପରେଟରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ବ୍ରୁ ଶରଣାର୍ଥୀଙ୍କୁ ଥଇଥାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ ଚାଲିଛି। ପୂର୍ବ ଲକ୍ଷ୍ମୀପୁରରେ ୩୬ ବର୍ଷୀୟ ପମ୍ପ୍‌ ଅପରେଟର ସୁବଳ ଦେ ଜଳଯୋଗାଣ ପାଇଁ ମଙ୍ଗଳବାର କାମ କରିବାକୁ ଯାଇଥିବାବେଳେ ବିରୋଧୀ ଗୋଷ୍ଠୀ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଆଘାତ ପାଇବା ପରେ ସେ ଲହୁଲୁହାଣ ହୋଇଯାଇଥିଲେ। ତାଙ୍କୁ ଦାସଦା ପ୍ରାଥମିକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଧାମନଗରସ୍ଥିତ ନର୍ଥ ଡିଷ୍ଟ୍ରିକ୍ଟ ହସ୍ପିଟାଲକୁ ରେଫର କରାଯାଇଥିଲା। ଏହି ଘଟଣା ପରେ ଉତ୍ତେଜନା ବଢ଼ିବାରୁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଇତିମଧ୍ୟରେ ନର୍ଥ ଡିଷ୍ଟ୍ରିକ୍ଟ ଜିଲାପାଳ ବି.ନାଗେଶ କୁମାର ଭିଡିଓ କନ୍‌ଫରେନ୍ସ ଜରିଆରେ ଏକ ଜରୁରୀ ବୈଠକ କରି ବିକ୍ଷୋଭକାରୀ ଗୋଷ୍ଠୀ ସହ ଆଲୋଚନା କରିଛନ୍ତି। ଜେଏମ୍‌ସି ଆବାହକ ସୁଶାନ୍ତ ବିକାଶ ବରୁଆ କହିଛନ୍ତି, ସୁବଳଙ୍କୁ ବ୍ରୁ ଶରଣାର୍ଥୀ ଗୋଷ୍ଠୀ ଓ ସେମାନଙ୍କ ନେତାମାନେ ଆକ୍ରମଣ କରିଛନ୍ତି। କାଞ୍ଚନପୁର ଉପଜିଲାପାଳଙ୍କ ଉପସ୍ଥିତିରେ ଜିଲାପାଳ ଆମକୁ ବିକ୍ଷୋଭ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଆମ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ବରୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri