ହାତୀ ଉପରକୁ ୨୩ ରାଉଣ୍ଡ ଗୁଳି ଚଳାଇ ଦାନ୍ତ ନେଇଗଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ,୧୧।୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କନ୍ଧାରା ରିଜର୍ଭ ଫରେଷ୍ଟରେ ବନକର୍ମଚାରୀଙ୍କ ଉପରକୁ ଗୁରୁବାର ୨୩ ରାଉଣ୍ଡ ଗୁଳି ମାଡ଼ କରି ୧୦ରୁ ୧୫ ଦୁର୍ବୃତ୍ତ ଏକ ଦନ୍ତାକୁ ଗୁଳି ମାରି ଦାନ୍ତ ନେଇ ଯାଇଛନ୍ତି। ସୌଭାଗ୍ୟବଶତଃ ବନକର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶିକାରୀମାନେ ବଡ଼ମ୍ବା ନରସିଂହପୁର ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି। ଏହାର ତଦନ୍ତ ଜାରି ରହିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।