Categories: ଜାତୀୟ

ଦେଶର ୨୩ ନଦୀର ହେବ ବିକାଶ, ଚାଲିବ କାର୍ଗୋ-ଯାତ୍ରୀବାହୀ ଜାହାଜ…

ନୂଆଦିଲ୍ଲୀ,୫।୩ : କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ କହିଛନ୍ତି ଯେ ଜଳପଥକୁ ସୁଦୃଢ଼ କରିବା ଉପରେ ସରକାରଙ୍କ ଧ୍ୟାନ ରହିଛି। ଏହା ମାଧ୍ୟମରେ କାର୍ଗୋଏବଂ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ଅତି କମରେ ଦେଶର୨୩ ଟି ନଦୀ ପଥକୁ ବିକଶିତ କରାଯିବ। ଶସ୍ତା ପରିବହନ ମୂଲ୍ୟରେ ସାମଗ୍ରୀ ଏବଂ ଯାତ୍ରୀବାହୀ ଜାହାଜର ଗତିବିଧିରେ ଉନ୍ନତି ଆଣିବା ପାଇଁ ଆଭ୍ୟନ୍ତରୀଣ ଜଳପଥ ବ୍ୟବହାର କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ସୋନେୱାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆମର ୧୧୧ ଟି ଜାତୀୟ ଜଳପଥ ଅଛି, ଆମେ ୨୩ ଟି ନଦୀ ପଥ ପ୍ରଣାଳୀ ଆବିଷ୍କାର କରିଛୁ ଯାହା ନାଭିଗେଶନ ପାଇଁ ସକ୍ଷମ ଅଟେ। ମାଲ ପରିବହନ ଏବଂ ଯାତ୍ରୀବାହୀ ଜାହାଜର ଗତି କରିିବା ଅନୁଯାୟୀ ଏଗୁଡିକ ବିକଶିତ ହେବ। ଦିବ୍ରୁଗଡରେ ମଲ୍ଟି ମୋଡାଲ କାର୍ଗୋ ଟର୍ମିନାଲ ନିର୍ମାଣ ୨୦୨୩ ଶେଷ ସୁଦ୍ଧା ମଲ୍ଟି କୋର ନିବେଶ ସହିତ ଆରମ୍ଭ ହେବ।

ସୋନେୱାଲ କହିଛନ୍ତି, ବ୍ରହ୍ମପୁତ୍ର ନଦୀ କୂଳରେ ବହୁବିଧ ବିକାଶ କାର୍ଯ୍ୟ ହେବ। ଯାହା ଲୋକଙ୍କ ପାଇଁ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସରକାରଙ୍କ ‘ଅର୍ଥ ଗଙ୍ଗା’ ମଡେଲ ଅନ୍ତର୍ଗତ ଗଙ୍ଗା ନଦୀ କୂଳରେ ଥିବା ୬୨ ଘାଟ ବିକଶିତ ହେବ। ଯାତ୍ରୀ ଏବଂ ମାଲବାହୀ ଜାହାଜ ଚଳାଚଳକୁ ଏହା ସହଜ କରିବ।

ସୋନେୱାଲ ସମସ୍ତ ୨୩ ଟି ନଦୀ ପଥ ପ୍ରଣାଳୀର ନାମ ସମ୍ପର୍କରେ ସୂଚନା ପ୍ରଦାନ କରି ନାହାନ୍ତି। ଟ୍ରକ ମାଧ୍ୟମରେ ପରିବହନ ଦ୍ୱାରା ଅଧିକ ଖର୍ଚ୍ଚ ଏବଂ ପ୍ରଦୂଷଣ ସୃଷ୍ଟି ହୋଇଥାଏ। ଯେତେବେଳେ ଏହା ନଦୀପଥ ପ୍ରଣାଳୀରେ ହୋଇଥାଏ ତାହା ଶସ୍ତା ଏବଂ ସବୁଜ ହୋଇପାରିଥାଏ। ସେ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ଜଳପଥ କ୍ଷେତ୍ରରେ ଅନେକ ପୁଞ୍ଜି ନିବେଶର ସୁଯୋଗ ରହିଛି।’

 

Share