Categories: ଖେଳ

ଓଡ଼ିଶାକୁ ୨୩ ପଦକ

କଟକ,୧୮ା୯ ପ୍ରିୟଦର୍ଶିନୀ): ଉତ୍ତରାଖଣ୍ଡରେ ଜାତୀୟ କାନୋଇଂ ସ୍ପ୍ରିଣ୍ଟ ଚାମ୍ପିଅନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି । ୮ ସ୍ବର୍ଣ୍ଣ, ୬ ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ପଦକକୁ ମିଶାଇ ଚାମ୍ପିଅନଶିପ୍‌ରେ ଓଡ଼ିଶା ମୋଟ୍‌ ୨୩ଟି ପଦକ ଜିତିଛି । ଏଥି ସହିତ ଦଳଗତ ଭାବେ ରାଜ୍ୟ ମହିଳା ଦଳ ରନର୍ସଅପ ହୋଇଥିବା ବେଳେ ପୁରୁଷ ଦଳ ୩ୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ଚାମ୍ପିଅନଶିପ୍‌ର ୧୦୦୦ ମିଟର ବିଶିଷ୍ଟ ଇଭେଣ୍ଟରୁ ଓଡ଼ିଶାର ପ୍ରତିଯୋଗୀମାନେ ମୋଟ ୬ଟି ପଦକ ଜିତିଛନ୍ତି। ସେହିପରି ୫ହଜାର ମିଟରରୁ ୨ଟି, ୫୦୦ ମିଟରରୁ ୯ଟି ଏବଂ ୨୦୦ମିଟରରୁ ୬ଟି ପଦକ ବିଜୟୀ ହୋଇଛନ୍ତି। ଉଦ୍‌ଯାପନୀ ଦିବସରେ ୨୦୦ମିଟର ଇଭେଣ୍ଟ ହୋଇଥିଲା। ଏହି ଇଭେଣ୍ଟର କାନୋଇଂ-୪ ମହିଳା ବିଭାଗରେ ସଲାମ ଆର୍ଶି ଦେବୀ, ସୋଫିଆ ଦେବୀ, ସଚ୍ଚିମା କେରକେଟା, ରଶ୍ମୀତା ସାହୁ ସ୍ବର୍ଣ୍ଣ ପଦକ ଜିତିଥିଲେ। କାୟାକିଂ-୧ ପୁରୁଷ ବିଭାଗରେ ନାନାଓ ମିତେଇ ରୌପ୍ୟ, କାୟାକିଂ-୧ ମହିଳା ବିଭାଗରେ ରୋଜି ଦେବୀ ବ୍ରୋଞ୍ଜ, କାୟାକିଂ-୨ ମହିଳା ବିଭାଗରେ ଓଇନାମ ବିଦ୍ୟାଦେବୀ ଓ ଫୁଲମଣି ଖାଖା ସ୍ବର୍ଣ୍ଣ, କାୟାକିଂ-୪ ମହିଳା ବିଭାଗରେ ଶ୍ରୁତି ଚୌଗୁଲେ, ଓଇନାମ ବିଦ୍ୟା ଦେବୀ, ଆଲରିକା ଟପ୍ପୋ, ଫୁଲମଣୀ ଖାଖା ବ୍ରୋଞ୍ଜ, କାୟାକିଂ-୪ ପୁରୁଷ ବିଭାଗରେ ଏନ ଟମଥିଲଙ୍ଗବା, ସୂରଜ ବିଜାଲେ, ନାନାଓ ମିତେଇ ଏବଂ ରାହୁଲ ସିଂ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆଗାମୀ ଦିନରେ ଗୋଆରେ ହେବାକୁ ଥିବା ଜାତୀୟ କ୍ରୀଡ଼ା ନିମନ୍ତେ ଓଡ଼ିଶା ଯୋଗ୍ୟତା ହାସଲ କରିଛି ବୋଲି ରାଜ୍ୟ କାୟାକିଂ ଓ କାନୋଇଂ ସଂଘ ସମ୍ପାଦକ ବିପିନ ଦାସ ସୂଚନା ଦେଇଛନ୍ତି।

Share