୧୨ ଜିଲାରେ ସ୍ଥାପନ ହେବ ୨୩ ଶିଳ୍ପ: ସୃଷ୍ଟି ହେବ ୧୧,୯୩୩ ନିଯୁକ୍ତି

ଭୁବନେଶ୍ୱର,୨୫ା୭(ଅନୁରାଧା ମହାରଣା): ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଶିଳ୍ପ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରାଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟେଟ୍‌ ଲେଭଲ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୧୨ ଜିଲାରେ ହେବାକୁ ଥିବା ୨୩ଟି ଶିଳ୍ପ ଯୋଗୁ ୧୧,୯୩୩ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ଅନୁମୋଦନ ପୋଷାକ ଓ ଟେକ୍ସଟାଇଲ, ଷ୍ଟିଲ୍‌ ଓ ଡାଉନଷ୍ଟ୍ରିମ୍‌ ଶିଳ୍ପ, ଖାଦ୍ୟ ଓ ପାନୀୟ, ରାସାୟନିକ, ଔଷଧ, ଶକ୍ତି ଓ ନବୀକରଣୀୟ ଶକ୍ତି, ଆଇଟି ଓ ଆଇଟିଇଏସ୍‌, ପର୍ଯ୍ୟଟନ ଏବଂ ଏରୋସ୍ପେସ ଓ ପ୍ରତିରକ୍ଷା ଭଳି କୌଶଳଗତ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରୁଛି। ଓଡ଼ିଶାର ଟେକ୍ସଟାଇଲ ଇକୋସିଷ୍ଟମକୁ ମଜଭୁତ କରିବା ପାଇଁ କେପିଆର୍‌ ମିଲ ଲିମିଟେଡ୍‌ ଖୋର୍ଦ୍ଧାରେ ୩୫୦ କୋଟି ଟଙ୍କା ନିବେଶ କରିବା ସହ ବାର୍ଷିକ ୪୬.୮ ନିୟୁତ ପୋଷାକ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ବୃହତ୍‌ ପୋଷାକ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ। ଏହା ୫ ହଜାର ନିଯୁକ୍ତି ସୃଷ୍ଟି କରିବ। ସେହିପରି ଷ୍ଟିଲ ଓ ଡାଉନ୍‌ଷ୍ଟ୍ରିମ ଶିଳ୍ପ କ୍ଷେତ୍ରରେ ବିଦ୍ୟା ମିନେରାଲ୍‌ସ ପ୍ରା.ଲି. ସୁନ୍ଦରଗଡ଼ରେ ୦.୨୧ ଏମ୍‌ଟିପିଏ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବ। ଏଥିପାଇଁ ୬୨୦ କୋଟି ଟଙ୍କା ନିବେଶ ସହ ୫୨୫ ନିଯୁକ୍ତି ସୃଷ୍ଟି ହେବ। ଜାଟିଆ ଷ୍ଟିଲ ଲିମିଟେଡ୍‌ ୪୫୧.୯୦ କୋଟି ଟଙ୍କା ନିବେଶରେ ଯାଜପୁରରେ ଷ୍ଟିଲ୍‌ ଷ୍ଟ୍ରକ୍‌ଚର ୟୁନିଟ୍‌ ସ୍ଥାପନ କରିବ। ଏହାଦ୍ୱାରା ପ୍ରାୟ ୧୭୫ ଜଣ କର୍ମନିଯୁକ୍ତି ପାଇପାରିବେ। ଆମଷ୍ଟେଡ୍‌ ଷ୍ଟିଲ ଫାଉଣ୍ଡ୍ରିଜ, ମାଙ୍କାଶ ଏଣ୍ଟରପ୍ରାଇଜେସ୍‌ ଓ ଷ୍ଟିଲୋଗ୍ରାଫ ଆସେଣ୍ଡର୍ସଙ୍କ ଅତିରିକ୍ତ ପ୍ରସ୍ତାବ ରାଜ୍ୟର ଡାଉନ୍‌ଷ୍ଟ୍ରିମ କ୍ଷମତାକୁ ଆହୁରି ଗଭୀର କରିବ। ଅନ୍ୟପଟେ କୃଷି-ପ୍ରକ୍ରିୟାକରଣ କ୍ଷେତ୍ରରେ ହିନ୍ଦୁସ୍ତାନ ଆକ୍ୱା ପ୍ରା.ଲି. ୩୨୦ କୋଟି ଟଙ୍କା ନିବେଶରେ ସୁନ୍ଦରଗଡ଼ରେ ପାନୀୟ ୟୁନିଟ ସ୍ଥାପନ କରିବ ଓ ୨୫୦ଜଣଙ୍କୁ ରୋଜଗାର ଦେବ। ପ୍ରଗତି ମିଲ୍କ ପ୍ରଡକ୍ଟସ ପ୍ରା.ଲି. ୧୧୪.୩୪ କୋଟି ଟଙ୍କା ନିବେଶ କରି ୬୭୪ ନିଯୁକ୍ତି ସୁଯୋଗ ସହ ବାଲେଶ୍ୱରରେ ଡେଏରୀ ସୁବିଧା ବିକାଶ କରିବ। ପୁରୀ, ଗଜପତି, ନୟାଗଡ଼, କନ୍ଧମାଳ ଓ ଗଞ୍ଜାମରେ ୪୭୯ କୋଟି ଟଙ୍କାର ୬ଟି ପ୍ରିମିୟମ ଆତିଥ୍ୟ ପ୍ରକଳ୍ପ ଅନୁମୋଦିତ ହୋଇଥିବାବେଳେ ୧,୩୫୨ ନିଯୁକ୍ତି ସୃଷ୍ଟି ହେବ। ଏରୋସ୍ପେସ ଓ ପ୍ରତିରକ୍ଷା ଉଭୟମାନ ଟେକ୍ନୋଲୋଜି କ୍ଷେତ୍ରରେ ବନଭି ଟେକ୍ନୋଲୋଜି ପ୍ରା. ଲି. ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ନିବେଶ ସହ ଏକ ଅତ୍ୟାଧୁନିକ ଡ୍ରୋନ୍‌ ପାର୍କ ସ୍ଥାପନ କରିବ। ଏହା ଗବେଷଣା, ଉତ୍ପାଦନ ଓ ତାଲିମ ପାଇଁ ଏକ ଇଣ୍ଟିଗ୍ରେଟେଡ ୟୁଏଭି ଇକୋସିଷ୍ଟମ ହେବ ଓ ୭୬୦ ନିଯୁକ୍ତି ସୃଷ୍ଟି କରି ଓଡ଼ିଶାକୁ ଭାରତରେ ଡ୍ରୋନ୍‌ ଟେକ୍ନୋଲୋଜିରେ ଅଗ୍ରଣୀ କରିବ। ଇକୋଡାଇନାମିକ୍ସ ଗ୍ରୀନ୍‌ ଏନର୍ଜୀ ପ୍ରା.ଲି. ବରଗଡ଼ରେ ୧୦୦ କୋଟି ଟଙ୍କା ନିବେଶ ସହ ୩୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କରିବ। ଲୁମିନାସ ପାୱାର ଟେକ୍ନୋଲୋଜିସ୍‌ ପ୍ରା.ଲି. ଗୋପାଳପୁରରେ ୯୫୦ କୋଟି ଟଙ୍କାର ୧.୨ ଜିଗାୱାଟ ସୌର ସେଲ୍‌ ଓ ୧ ଜିଗାୱାଟ ସୌର ପିଭି ମଡ୍ୟୁଲ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବ, ଯାହା ପ୍ରାୟ ୧,୦୦୦ ନିଯୁକ୍ତି ସୃଷ୍ଟି କରିବ। ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ରେ ଏୟାର ସେପାରେଶନ ୟୁନିଟ ସ୍ଥାପନ କରିବ। ଗ୍ରୋଇଂ ଟ୍ରି ଅଏଲ ରିଫାଇନେରି ପ୍ରା.ଲି. ବରଗଡ଼ରେ ସଲଭେଣ୍ଟ ଏକ୍ସଟ୍ରାକ୍ସନ ୟୁନିଟ ଓ ସିନ୍ନାଟ ଫାର୍ମା ପ୍ରା.ଲି. କଟକରେ ୧୦୦ କୋଟି ଟଙ୍କା ନିବେଶ ସହ ଏକ ଏପିଆଇ ଉତ୍ପାଦନ ୟୁନିଟ ସ୍ଥାପନ କରିବ। ସେହିପରି ଆପମୋସିସ୍‌ ଟେକ୍ନୋଲୋଜିସ ପ୍ରା.ଲି. ଖୋର୍ଦ୍ଧାରେ ୬୫ କୋଟି ଟଙ୍କା ନିବେଶରେ ଏକ ସଫ୍ଟୱେୟାର ଡେଭେଲପ୍‌ମେଣ୍ଟ ସେଣ୍ଟର ସ୍ଥାପନ କରିବ, ଯାହା ୧୫୫ ନିଯୁକ୍ତି ସୃଷ୍ଟି କରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…

ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି…

ଭାରତକୁ ବନ୍ଦ ହୋଇଯିବ କି LPG ଯୋଗାଣ? ହର୍ମୁଜରେ ଫସି ରହିଥିବା ଜାହାଜକୁ ନେଇ…

ନୂଆଦିଲ୍ଲୀ,୭।୬: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଫେବୃଆରୀ ୨୮, ୨୦୨୬ ରେ ଆରମ୍ଭ ହୋଇଥିଲା। ପ୍ରତିଶୋଧ ସ୍ବରୂପ, ଇରାନ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

ସୁନ୍ଦରପୁର,ଗଙ୍ଗାପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ଆଗାମୀ ପିଢ଼ି ପାଇଁ ସୃଷ୍ଟି କରିବ ଶିକ୍ଷାର ବାତାବରଣ

ଛତ୍ରପୁର, ୭।୬ (ଦିଲ୍ଲୀପ କୁମାର ସାମଲ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେଉଛି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ସରକାରୀ…

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ଜନ୍ତର-ମନ୍ତରରେ ଆନ୍ଦୋଳନ ପରେ ଆଗକୁ କ’ଣ କରିବ କକ୍ରୋଚ ପାର୍ଟି? ଅଭିଜିତଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୬: ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କଥିତ ଅନିୟମିତତା ବିରୋଧରେ ଦିଲ୍ଲୀର ଜନ୍ତର-ମନ୍ତରଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନର ଦିନକ ପରେ ‘କକ୍ରୋଚ ଜନତା ପାର୍ଟି’ (CJP)ର ସଂସ୍ଥାପକ ଅଭିଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri