୨୩ କୋଟିର ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୨୯ା୧୧: ସୁକିନ୍ଦା ଖଣି ଅଞ୍ଚଳରେ କେତେକ ସଂଗଠନ ଏବଂ ଲୋଡିଂ ଠିକାଦାରଙ୍କ ଦ୍ୱାରା ଶ୍ରମିକମାନେ ଶୋଷଣର ଶିକାର ହୋଇଛନ୍ତି। କରୋନା ସମୟରେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଶ୍ରମିକଙ୍କ ସହାୟତା ପାଇଁ ସରକାର ଯୋଗାଇଥିବା ଶ୍ରମିକ କଲ୍ୟାଣ ପାଣ୍ଠିରୁ ପ୍ରାୟ ୨୩ କୋଟି ଟଙ୍କା ହଡ଼ପ କରାଯାଇଛି। ସେହିପରି ଲୋଡିଂ ଠିକାଦାର ଶ୍ରମିକମାନଙ୍କ ପାଉଣାରୁ ସିଂହଭାଗ କାଟି ବର୍ଷକୁ ପ୍ରାୟ ୪୬ କୋଟି ଟଙ୍କା ହରିଲୁଟ୍‌ କରିଛନ୍ତି। ଏନେଇ କେତେଜଣ ଶ୍ରମିକ ସ୍ବର ଉତ୍ତୋଳନ କରିବାରୁ ସେମାନଙ୍କୁ ନିଯୁକ୍ତିରୁ ଛଟେଇ କରାଯିବା ସହ ହତ୍ୟା ଧମକ ଦିଆଯାଇଛି। ଏହିମର୍ମରେ ଈଶ୍ୱର ଘଡେଇ, ବୀର ଦାସ, ପ୍ରହ୍ଲାଦ ଓଝା, କାନ୍ଦୁରୁ ଦେହୁରୀ, ଗୌରା ମଲିକ, ଅରୁଣ ଓଝା ପ୍ରମୁଖ ଶ୍ରମିକମାନେ ରବିବାର ରାତିରେ କାଳିଆପାଣି ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି।
ସ୍ବାର୍ଥ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ନାମରେ ବିଭିନ୍ନ ସଂଗଠନଗୁଡିକ ଗଢ଼ିଉଠିଛି। କିନ୍ତୁ ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଖଣି ସଂସ୍ଥାଗୁଡିକ ୟୁନିୟନକୁ ହାତ କରିି ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ଶ୍ରମିକ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଇଛନ୍ତି। ଫଳରେ ପ୍ରଭାବିତ ଅଞ୍ଚଳର ରାସ୍ତା, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ଅନେକ ମୌଳିକ ସମସ୍ୟା ଅସମାହିତ ହୋଇରହିଛି। ଅଞ୍ଚଳବାସୀଙ୍କ ପାଇଁ ଉଦ୍ଦିଷ୍ଟ ଲାଭଧନ ତଥା ସିଏସ୍‌ଆର୍‌ ପାଣ୍ଠିରେ ମୁଷ୍ଟିମେୟ ରାଜନେତା ଏବଂ ୟୁନିୟନ କର୍ମକର୍ତ୍ତାଙ୍କ ସମ୍ପତ୍ତି ବୃଦ୍ଧି ହୋଇଛି। ପ୍ରକୃତ ହିତାଧିକାରୀ ସବୁ ସୁବିଧାରୁ ବଞ୍ଚତ୍ତ ରହି ଦୟନୀୟ ଜୀବନ ଜିଉଛନ୍ତି। ଏହିକ୍ରମରେ ବିପଦପୂର୍ଣ୍ଣ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିପୁଳ ଅର୍ଥକୁ ଲୁଟ କରିବାକୁ ନେଇ ଏବେ ଖଣି ଅଞ୍ଚଳରେ ବିବାଦ ଲାଗି ରହିଛି। କାଳିଆପାଣି କ୍ରୋମାଇଟ ଖଣି ଅଞ୍ଚଳରେ ୩୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟ କରୁଛନ୍ତି। ନିଜର ହକ୍‌ ପ୍ରାପ୍ୟ ନ ପାଇ ଶ୍ରମିକମାନଙ୍କୁ ନିୟୋଜିତ କରିଥିବା ଠିକାସଂସ୍ଥାମାନେ ଠକି ଆସୁଛନ୍ତି। କାଳିଆପାଣି ଥାନାରେ ଶ୍ରମିକମାନଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଅନୁସାରେ ମହାମାରୀ କରୋନା ସମୟରେ କାମ ବନ୍ଦ ହୋଇଥିଲା। ସେତେବେଳେ ମେଶିନ ସହାୟତାରେ କେତେକ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ଫଳରେ ଶ୍ରମିକମାନେ କୌଣସି କାମ ନ ପାଇ ଆର୍ଥିକ ଅନଟନରେ କାଳାତିପାତ କରିଥିଲେ। ତେବେ ପ୍ରତ୍ୟେକ ଶ୍ରମିକଙ୍କୁ ଟନ ପିଛା ୩୫ ଟଙ୍କା ହିସାବରେ ଶ୍ରମିକ କଲ୍ୟାଣ ପାଣ୍ଠି ପ୍ରଦାନ କରାଯାଇଥିଲା, ଯାହାକି ପ୍ରାୟ ୨୩ କୋଟି ଟଙ୍କା ହେବ ବୋଲି ଶ୍ରମିକମାନେ ଦର୍ଶାଇଛନ୍ତି।
ଅର୍ଥ ପାଇବାକୁ ଶ୍ରମିକମାନେ କରୋନା ସମୟରେ ଖଣି ସଂଘ ଅଫିସକୁ ଯାଇ ବୁଝିଥିଲେ। ତେବେ ସଂଘ କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାପରେ ଶ୍ରମିକମାନେ ବର୍ଷକ ତଳେ ସଂଘର ସାଧାରଣ ସମ୍ପାଦକଙ୍କୁ ଭେଟି ପଚାରିବାରୁ ଟଙ୍କା ଆସିଛି, ଖୁବ୍‌ଶୀଘ୍ର ତୁମମାନଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଦିନ ବିତିଗଲା, କିନ୍ତୁ କଲ୍ୟାଣ ପାଣ୍ଠି ଟଙ୍କା ସେମାନେ ପାଇଲେ ନାହିଁ। ପୁଣି ସଂଘ କର୍ତ୍ତୃପକ୍ଷଙ୍କୁ ଭେଟି ପଚାରିବାରୁ କେତେଜଣ ଶ୍ରମିକ ନେତାଙ୍କ ନାମ କହି ସେମାନଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯାଇଛି ବୋଲି କହିଥିଲେ। ସେହି ଶ୍ରମିକ ନେତାମାନଙ୍କ ପାଖକୁ ଯାଇ ଶ୍ରମିକ କଲ୍ୟାଣ ପାଣ୍ଠି ପ୍ରଦାନ କରିବାକୁ ଦାବି କରିବାରୁ ଓଲଟା ଧମକ ଦିଆଯାଇଥିଲା। କିଛି ଦିନ ପରେ ସେମାନଙ୍କୁ କାମରୁ ଛଟେଇ କରାଯାଇଥିଲା। ଏବେ ସେହି ଶ୍ରମିକମାନଙ୍କ ହାତରେ କୌଣସି କାମ ନାହିଁ। ପରିବାରବର୍ଗ ଭୋକ ଉପାସରେ କାଳାତିପାତ କରୁଛନ୍ତି। ସବୁଆଡୁ ନିରାଶ ହୋଇ ସେମାନେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ କଲ୍ୟାଣ ପାଣ୍ଠି ହଡପ ଉପରେ ସେମାନେ ଇଡି ତଦନ୍ତ ଦାବି କରିଛନ୍ତି। ଅନ୍ୟ ଏକ ଅଭିଯୋଗ ଅନୁଯାୟୀ ଦୈନିକ ୧୨୦୦ ଟ୍ରକରେ ପ୍ରାୟ ୧୫ ହଜାର ଟନ କ୍ରୋମାଇଟ୍‌ ଲୋଡ ହୋଇଥାଏ। ଏଥିରେ ଲୋଡିଂ ଠିକାଦାର ଗାଡ଼ି ପିଛା ୧୮୭୫ ଟଙ୍କା କମ୍ପାନୀ ଓ ଟ୍ରାନ୍ସପୋର୍ଟର ପାଖରୁ ପାଇଥାଏ। ହେଲେ ଶ୍ରମିକମାନଙ୍କୁ ୬୦୦ ଟଙ୍କା ଦିଆଯାଉଛି। ଏ ବାବଦକୁ ମାସିକ ପ୍ରାୟ ୨୫ ଦିନ ଖଣି କାର୍ଯ୍ୟ ଚାଲୁଥିବାବେଳେ ଲୋଡିଂ ଠିକାଦାର ଦିନକୁ ୧୫ ଲକ୍ଷ ୩୦ହଜାର ଟଙ୍କା ଶ୍ରମିକମାନଙ୍କ ନାମରେ ଆସୁଥିବା ଟଙ୍କାକୁ ହଡ଼ପ କରୁଛନ୍ତି। ତେଣୁ ଶ୍ରମିକମାନେ ଟ୍ରକପ୍ରତି ୧୫୦୦ ଟଙ୍କା ଦେବା ପାଇଁ ଅନୁରୋଧ କରିଥିବାବେଳେ ସେମାନେ ଧମକଚମକ ଦେବା ସହ ସ୍ବର ଉତ୍ତୋଳନ କରୁଥିବା ଶ୍ରମିକମାନଙ୍କୁ ନିଯୁକ୍ତିରୁ ଛଟେଇ କରିଛନ୍ତି। ଏ ସଂକ୍ରାନ୍ତରେ ଆସିଷ୍ଟାଣ୍ଟ ଲେବର କମିଶନର(ସେଣ୍ଟ୍ରାଲ) କାର୍ଯ୍ୟାଳୟର ଅଧିକାରୀ ଅଜିତ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସେତେବେଳେ ସେ ଏଠାରେ ନଥିଲେ। ଶ୍ରମିକମାନେ ଲିଖିତ ଆକାରରେ ଅଭିଯୋଗ କଲେ ଆବଶ୍ୟକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri