ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩.୫% ବୃଦ୍ଧି

ଭୁବନେଶ୍ୱର,୧୯।୯ (ଅଭୟ ଦାଶ): ଚଳିତ ବର୍ଷ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୧୬ ମଧ୍ୟରେ ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩.୫୧% ବୃଦ୍ଧି ଘଟି ୮.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଫଳରେ ସରକାରଙ୍କ ପାଣ୍ଠିକୁ ବର୍ଷକୁ ବର୍ଷ ଭିତ୍ତିରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୩.୫% ଅଭିବୃଦ୍ଧି ଘଟିଛି। ସେହିପରି ଆଡଭାନ୍ସ ଟ୍ୟାକ୍ସ କଲେକ୍ସନ ୨୦.୭୩% ବୃଦ୍ଧି ସହ ୩,୫୫,୪୮୧ କୋଟି ଟଙ୍କା ହୋଇଛି, ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୪.୧୬ ଲକ୍ଷ କୋଟି ଟଙ୍କାର କର୍ପୋରେଶନ୍‌ ଟ୍ୟାକ୍ସ ଏବଂ ୪.୪୭ ଲକ୍ଷ କୋଟି ଟଙ୍କାର ପର୍ଶନାଲ ଇନକମ୍‌ ଟ୍ୟାକ୍ସ ବି ଅନ୍ତର୍ଭୁକ୍ତ ରହିଛି। ଏପରିକି ସେଥିରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (ଏସ୍‌ଟିଟି) ମଧ୍ୟ ଅନ୍ତର୍ଭୁକ୍ତ ରହିଛି ବୋଲି ସୋମବାର ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏପରିକି ସିବିଡିଟିର ସୂଚନା ଅନୁଯାୟୀ ୨୦୨୩ ଏପ୍ରିଲ ୧ରୁ ସେପ୍ଟେମ୍ବର ୧୬ ମଧ୍ୟରେ ପ୍ରୋଭିଜନାଲ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୮,୬୫,୧୧୭ କୋଟି ଟଙ୍କା ଥିଲା, ଯାହା ୨୦୨୨ବର୍ଷ ତୁଳନାରେ ୨୩.୫% ଅଭିବୃଦ୍ଧି ଘଟିଛି। ଗତ ବର୍ଷ ଏହି ଅବଧି ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୭,୦୦,୪୧୬ କୋଟି ଟଙ୍କା ହୋଇଥିଲା। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର ୨୦୨୩ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ୧,୨୧,୯୪୪ କୋଟି ଟଙ୍କାର ରିଫଣ୍ଡ ଜାରି କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ କର୍ପୋରେଶନ୍‌ ଟ୍ୟାକ୍ସ ୪,୧୬,୨୧୭ କୋଟି ଟଙ୍କା ଥିବାବେଳେ ପର୍ଶନାଲ ଇନକମ ଟ୍ୟାକ୍ସ, ଯେଉଁଥିରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ ମଧ୍ୟ ରହିଛି, ତାହା ୪,୪୭,୨୯୧ କୋଟି ଟଙ୍କା ରହିଛି। ସେହିପରି ପ୍ରତ୍ୟକ୍ଷ ଟିକସ ସଂଗ୍ରହ (ରିଫଣ୍ଡ ଆଡଜଷ୍ଟ କରିବା ପୂର୍ବରୁ) ୯,୮୭,୦୬୧ କୋଟି ଟଙ୍କା ଥିଲା ତେବେ ଗତ ବର୍ଷ ୮,୩୪,୪୬୯ କୋଟି ଟଙ୍କା ରହିଥିଲା। ଏଥିରେ ୧୮.୨୯% ବୃଦ୍ଧି ଘଟିଛି, ଏପରିକି ଆଡଭାନ୍ସ ଟ୍ୟାକ୍ସ କଲେକ୍ସନ ୨୦%ରୁ ଅଧିକ ରହିଛି। ୨୦୨୩ ସେପ୍ଟେମ୍ବର ୧୬ ମଧ୍ୟରେ ପ୍ରୋଭିଜନାଲ ଆଡଭାନ୍ସ ଟ୍ୟାକ୍ସ କଲେକ୍ସନ ୩,୫୫,୪୮୧ କୋଟି ଟଙ୍କା ହୋଇଥିଲା, ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ ୨,୯୪,୪୩୩ କୋଟି ଟଙ୍କା ଥିଲା। ଏଥିରେ ବି ୨୦.୭% ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷରେ ବର୍ଷକୁ ବର୍ଷ ଡାଇରେକ୍ଟ ଟ୍ୟାକ୍ସ ଓ ଆଡଭାନ୍ସ ଟ୍ୟାକ୍ସ ବୃଦ୍ଧି ସହ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଟ୍ୟାକ୍ସ ପଦକ୍ଷେପ ସଫଳ ହେଉଥିବା ଦେଖିବାକୁ ମିଳିଛି। ଏଥିସହିତ ଟ୍ୟାକ୍ସ ସଂଗ୍ରହ ପାଇଁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ମଧ୍ୟ ଟ୍ୟାକ୍ସ ବୃଦ୍ଧିରେ ସହାୟକ ହେଉଛି ବୋଲି ସିବିଡିଟି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri