୨୨୨୭ ଭୂମିହୀନ ପରିବାରକୁ ମିଳିଛି ଏଲ୍‌ଆର୍‌ସି

ଭବାନୀପାଟଣା,୧୧।୯(ଉତ୍ତମ କୁମାର ଦାଶ): ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ଦେବା ପାଇଁ ଗତ ୨୦୧୮ରେ ଜାଗା ମିଶନ ଯୋଜନା ଆରମ୍ଭ କରିଥିଲେ। ଏଥିରେ ଗୋଟିଏ ପରିବାରକୁ ୩୮୩ ସ୍କୁଏର ଫୁଟ୍‌ ସ୍ଥାନ ପାଇଁ ଭୂମି ଅଧିକାର ପ୍ରମାଣ ପତ୍ର (ଏଲଆର୍‌ସି) ପ୍ରଦାନ କରୁଛନ୍ତି। ଏପରିସ୍ଥଳେ କଳାହାଣ୍ଡି ଜିଲାର ଭବାନୀପାଟଣା ପୌରାଞ୍ଚଳ ସମେତ ଜୁନାଗଡ, ଧର୍ମଗଡ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳରେ ବର୍ତ୍ତମାନ ସୁର୍ଦ୍ଧା ୨୨୨୭ଜଣ ବସ୍ତିବାସିନ୍ଦା ଭୂମିହୀନ ପରିବାରକୁ ଏଲ୍‌ଆର୍‌ସି (କଲେଣ୍ଡ ରାଇଟ ସାର୍ଟିଫିକେଟ) ଯୋଗାଇ ଦେଇଥିବା ଜଣାପଡିଛି। ଜିଲାର ଭବାନୀପାଟଣା ପୌରାଞ୍ଚଳର ୨୩ ବସ୍ତିବାସିନ୍ଦା(ସ୍ଲମ)ର ୧୦୭୮ଜଣ ଭୂମିହୀନ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରାଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ ଏନଏସିରେ ୧୪ଟି ବସ୍ତିବାସିନ୍ଦା ୪୫୫ ଭୂମିହୀନ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରାଯାଇଛି। ଅବଶିଷ୍ଟ ବସ୍ତିବାସିନ୍ଦା ପରିବାରର କାଗଜପତ୍ର ଯାଞ୍ଚ ପାଇଁ ତହସିଲ ଅଫିସରେ ରହିଛି। ସମୁଦାୟ ଜୁନାଗଡରେ ଜାଗା ମିଶନ ଯୋଜନାରେ ପ୍ରାୟ ୭୫ % ଭୂମିହୀନ ପରିବାର ଜାଗା ପାଇଥିବା ଜଣାପଡିଛି। ଧର୍ମଗଡ ଏନଏସିରେ ୨ଟି ବସ୍ତିବାସିନ୍ଦାର ୮୭ଜଣ ଓ କେସିଙ୍ଗା ଏନଏସିରେ ୯ଟି ବସ୍ତିବାସିନ୍ଦାର ୬୦୭ଜଣ ଭୁମିହୀନ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରାଯାଇଛି। ଜିଲାର ଗୋଟିଏ ପୌରଞ୍ଚଳ ଓ ୩ଟି ଏନଏସିକୁ ଦେଖିଲେ ୨୨୨୭ଜଣ ଭୂମିହୀନ ପରିବାରକୁ ଏଲ୍‌ଆର୍‌ସି ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଗତ କିଛି ଦିନ ତଳେ ରାଜ୍ୟର ସର୍ବପ୍ରଥମେ ଜାଗା ମିଶନ ଯୋଜନାରେ ସଫଳ ଯୋଗଁ କେସିଙ୍ଗା ଏନଏସିକୁ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri