୨୨୫୩.୧୫ କୋଟିରେ ହେବ ୧୧ ପ୍ରକଳ୍ପ

ଭୁବନେଶ୍ବର,୫ା୮(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ୧୧ ନୂଆ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଏଥିରେ ମୋଟ ୨୨୫୩.୧୫ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ପ୍ରକଳ୍ପଗୁଡ଼ିକରେ ମୋଟ୍‌ ୩,୮୧୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ (ସିଙ୍ଗିଲ ୱିଣ୍ଡୋ) କମିଟି ବୈଠକରେ ଏଥିଲାଗି ନୀତିଗତ ଅନୁମୋଦନ ମିଳିଛି।
ସୁନ୍ଦରଗଡ଼ରେ ୫୩୩.୨୫ କୋଟି ଟଙ୍କା ବିନିଯୋଗରେ ଫିଡର୍ସ ଇଲେକ୍ଟ୍ରିକ୍‌ ଏବଂ ଇଞ୍ଜିନିୟରିଂ ଲିମିଟେଡ୍‌ ପକ୍ଷରୁ ଲୁହାପଥର ବେନିଫିକେଶନ କାରଖାନା ସ୍ଥାପନ ହେବ। ଏଥିରେ ୧୦୨୯ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ସୁନ୍ଦରଗଡ଼ରେ ୫୨୦ କୋଟି ଟଙ୍କା ବିନିଯୋଗରେ ଏନ୍‌ଭିରୋକେୟାର୍‌ ଇନ୍‌ଫ୍ରାସଲ୍ୟୁଶନ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଡିଆର୍‌ଆଇ ଆଣ୍ଡ୍‌ ପେଲେଟ୍‌ ଓ୍ବିଥ୍‌ ବେନିଫିକେଶନ ପ୍ଲାଣ୍ଟ ଏବଂ ଫେରୋ ଆଲୋଏ କମ୍ପାନୀ ସ୍ଥାପନ ହେବ। ଏହି ପ୍ରକଳ୍ପରେ ୬୦୦ ଜଣ ନିଯୁକ୍ତି ପାଇବେ। କେନ୍ଦୁଝରଠାରେ ୧୭୫.୭୫ କୋଟି ଟଙ୍କା ବିନିଯୋଗରେ ଆର୍ଯ୍ୟ ଆଇରନ୍‌ ଆଣ୍ଡ ଷ୍ଟିଲ୍‌ କମ୍ପାନୀ ଲିଃ ପକ୍ଷରୁ ବିଲେଟ/କଲର କୋଟେଡ୍‌ ଟିଏମ୍‌ଟି ଏବଂ ଫିଲ୍‌ଟର କେକ୍‌ ହ୍ୟାଣ୍ଡଲିଂ ସିଷ୍ଟମ ପ୍ରସ୍ତୁତି କାରଖାନା ସ୍ଥାପନ କରାଯିବ। ମୋଟ ୬୦୦ ଜଣ ନିଯୁକ୍ତି ପାଇବେ। ସମ୍ବଲପୁରଠାରେ ୧୦୧ କୋଟି ଟଙ୍କା ବିନିଯୋଗରେ ସିଏମ୍‌ଆର ଇକୋ ଆଲୁମିନିୟମ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଲିକ୍ୟୁଇଡ୍‌ ଆଲୁମିନିୟମ ଆଲୋଏଜ କାରଖାନା ସ୍ଥାପନ କରାଯିବ। ୨୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଖୋର୍ଦ୍ଧାଠାରେ ୫୦୦ କୋଟି ଟଙ୍କା ବିନିଯୋଗରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିଃ ପକ୍ଷରୁ କ୍ଲାଉଡ୍‌ ହୋଷ୍ଟିଙ୍ଗ ସର୍ଭିସ୍‌ ସୁବିଧାଯୁକ୍ତ ଡାଟାସେଣ୍ଟର ପ୍ରତିଷ୍ଠା ହେବ, ଯେଉଁଥିରେ ୨୦୦ ଜଣ ନିଯୁକ୍ତି ପାଇବେ। ଖୋର୍ଦ୍ଧାଠାରେ ୫୦ କୋଟି ଟଙ୍କା ବିନିଯୋଗରେ ପୁଷ୍ପମ୍‌ ଟେକ୍‌ ନଲୋଜିସ୍‌ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ସଫ୍ଟଓ୍ବେର ଡେଭ୍‌ଲପ୍‌ମେଣ୍ଟ ଏବଂ ବାଣିଜ୍ୟ ପାଇଁ ଡିଜିଟାଲ ପ୍ଲାଟ୍‌ଫର୍ମ ସ୍ଥାପନ କରାଯିବ। ଏଥିରେ ୨୫୦ ଜଣ ନିଯୁକ୍ତି ପାଇବେ। ଖୋର୍ଦ୍ଧାଠାରେ ୫୨.୩୭ କୋଟି ଟଙ୍କା ବିନିଯୋଗରେ ସ୍ମାର୍ଟ ଡିଜାଇନ ପ୍ରୋଜେକ୍ଟସ୍‌ ସଂସ୍ଥା ପକ୍ଷରୁ ଓୟାର ହାଉସିଂ ଏବଂ ଲଜିଷ୍ଟିକ୍‌ ସ୍ଥାପନ ହେବ। ଏଥିରେ ୩୧୫ ଜଣଙ୍କୁ ଚାକିରି ମିଳିବ। ଗଞ୍ଜାମରେ ୧୫୦ କୋଟି ଟଙ୍କା ବିନିଯୋଗରେ ରାଜ୍‌ ରାଜେଶ୍ୱର ସଂସ୍ଥା ପକ୍ଷରୁ ହାଇଗ୍ରେଡ୍‌ ଟିଟାନିୟମ୍‌ ସ୍ଲାଗ୍‌ ଏବଂ ବାଇ ପ୍ରଡକ୍ଟ ସ୍ଥାପନ ହେବ। ଏହାଦ୍ୱାରା ୪୦୦ ଜଣଙ୍କୁ ନିଯୁକ୍ତି ମିଳିବ। କଟକଠାରେ ୮୯.୪୮ କୋଟି ଟଙ୍କା ବିନିଯୋଗରେ ଅମ୍ରିତ ଧାରା ନ୍ୟୁଟ୍ରି ଫୁଡ୍‌ ଏଲ୍‌ଏଲ୍‌ପି ସଂସ୍ଥା ପକ୍ଷରୁ ଡାଏରି ପ୍ରଡକ୍ଟସ୍‌ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ହେବ। ୧୫୨ ଜଣଙ୍କୁ ଚାକିରି ସୁବିଧା ମିଳିବ। ଢେଙ୍କାନାଳଠାରେ ୬୧.୩୦ କୋଟି ଟଙ୍କା ବିନିଯୋଗରେ ଯାତକ ଜୀଭନ ପେଟ୍ରୋକେମିକାଲସ୍‌ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଶସ୍ୟଭିତ୍ତିକ ଇଥାନଲ ପ୍ଲାଣ୍ଟ ସ୍ଥାପନ ହେବ, ଯେଉଁଥିରେ ୬୦ ଜଣ ନିଯୁକ୍ତି ସୁଯୋଗ ପାଇବେ। ଯାଜପୁର ଏବଂ କେନ୍ଦୁଝରଠାରେ ୫୦ କୋଟି ଟଙ୍କା ବିନିଯୋଗରେ ଭାରତ ଗ୍ୟାସ୍‌ ରିସୋର୍ସେସ୍‌ ଲିଃ ପକ୍ଷରୁ ପ୍ରାକୃତିକ ଗ୍ୟାସ୍‌ ରେଗୁଲେଟିଂ ସିଷ୍ଟମ ଏବଂ ଡି-କମ୍ପ୍ରେସିଂ ୟୁନିଟ୍‌ ସ୍ଥାପନ ହେବ। ଏଥିରେ ୧୧ ଜଣଙ୍କୁ ନିଯୁକ୍ତି ମିଳିପାରିବ ବୋଲି ସୂଚନା ଦିଆଯାଇଛି।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆର୍ଥିକ ପ୍ରଗତିରେ ସହାୟକ ହେବ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ଏବଂ ଉତ୍ପାଦନ ଆରମ୍ଭ କରିବା ଲାଗି ମୁଖ୍ୟ ଶାସନ ସଚିବ ଇପିକଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri