Categories: ରାଜ୍ୟ

ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୧।୧: ଓଡ଼ିଶାରେ ଗୁରୁବାର ସୁସ୍ଥ ହୋଇଛନ୍ତି ୨୨୪ କରୋନା ଆକ୍ରାନ୍ତ। ଏଥି ଯୋଗୁ ରାଜ୍ୟରେ କରୋନା ମୁକ୍ତ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩,୩୦,୫୪୫ରେ ପହଞ୍ଚିଛି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୪୩, ଅନୁଗୁଳରୁ ୨୮, ଝାରୁସୁଗୁଡ଼ାରୁ ୧୮, ବରଗଡ଼ରୁ ୧୬, ସମ୍ବଲପୁରରୁ ୧୫, ଯାଜପୁର, ବାଲେଶ୍ୱର ଓ ଖୋର୍ଦ୍ଧାରୁ ୧୪, କୋରାପୁଟ ଓ ପୁରୀରୁ ୧୦, ନୂଆପଡ଼ାରୁ ୬, ଗଞ୍ଜାମ ଓ କଳାହାଣ୍ଡିରୁ ୪, ବଲାଙ୍ଗୀର, ଜଗତ୍‌ସିଂହପୁର, କେନ୍ଦୁଝର ଓ ସୋନପୁରରୁ ୩, କଟକ, ଦେଓଗଡ଼, ଗଜପତି, ମୟୁରଭଞ୍ଜ ଓ ରୟାଗଡ଼ାରୁ ୨, ଭଦ୍ରକ, ମାଲକାନଗିରି ଓ ନୟାଗଡ଼ରୁ ୧ ଏବଂ ଷ୍ଟେଟ୍‌ ପୁଲରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।