ବାଲେଶ୍ୱର ଅଫିସ/ ବାରିପଦା ଅଫିସ, ୨୧।୪-ରାଜ୍ୟ ପ୍ରବେଶପଥଗୁଡ଼ିକ ସିଲ୍ ଥିବା ବେଳେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଲୋକମାନେ ବିଭିନ୍ନ ୪ଚକିଆ ଯାନରେ ନିଜ ରାଜ୍ୟକୁ ଫେରିଆସୁଛନ୍ତି। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଲାଗି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଫଳରେ ସୀମାନ୍ତ ଅଞ୍ଚଳରେ ଜଗିଥିବା ପୋଲିସ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠୁଛି। ଏହାର ସମୀକ୍ଷା ପାଇଁ ପୋଲିସ ଡିଜି ଅଭୟ ମଙ୍ଗଳବାର ବାଲେଶ୍ୱର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଡିଜି ସ୍ବତନ୍ତ୍ର ବିମାନ ଯୋଗେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ ମିନିଟ୍ରେ ପୋଲିସ ଲାଇନ୍ରେ ପହଞ୍ଚତ୍ ପ୍ରଥମେ ଜିଲାରେ ଲକ୍ଡାଉନ୍ ସ୍ଥିତିକୁ ଅନୁଧ୍ୟାନ କରିବେ। ୧୨ଟା ୪୫ ମିନିଟ୍ରେ ଜଳେଶ୍ୱର ପହଞ୍ଚତ୍ ସିଲ୍ ହୋଇଥିବା ସୀମାନ୍ତର ସ୍ଥିତିକୁ ସମୀକ୍ଷା କରିବେ। ଏହା ପରେ ଡିଜି ମୟୂରଭଞ୍ଜ ଜିଲା ଗସ୍ତ କରି ଅପରାହ୍ନ ୨ଟା୧୫ରେ ଚକଶୁଳିଆପଦା ଏବଂ ଜାମଶୋଳା ଆନ୍ତଃରାଜ୍ୟ ଗେଟ୍ ପରିଦର୍ଶନ କରିବେ। ସେଠାକାର ସ୍ଥିତି ସମୀକ୍ଷା ପରେ ଅପରାହ୍ନ ୪ଟା୩୦ରେ ଫେରିଯିବେ।
ସାରା ବିଶ୍ୱରେ କରୋନା ଭୂତାଣୁ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ବେଳେ କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୪ ତାରିଖଠାରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ପ୍ରତ୍ୟେକ ରାଜ୍ୟର ସୀମାନ୍ତକୁ ସିଲ୍ କରିଥିଲେ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାନ୍ତ ଲକ୍ଷ୍ମଣନାଥ ଓ ଉଦୟପୁର ଗେଟ୍ ତଥା ଉକ୍ତ ଅଞ୍ଚଳରେ ବିଭିନ୍ନ ରାସ୍ତା ଦେଇ ପଶ୍ଚିମବଙ୍ଗରୁ ଟାଟା ମ୍ୟାଜିକ୍, ବୋଲେରୋ ଭଦ୍ରକ ଜିଲାର ବାସୁଦେବପୁର ଓ ଭଣ୍ଡାରିପୋଖରୀ, ଯାଜପୁର ଜିଲାର ୧୫ରୁ ଉର୍ଦ୍ଧ୍ୱ ଲୋକ ଆସିଥିଲେ। ସେମାନଙ୍କ ମଧ୍ୟରୁ ଭଦ୍ରକ ଓ ଯାଜପୁରର ୧୦ଜଣ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସୋମବାର ଅପରାହ୍ନରେ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ବାଲେଶ୍ୱର ଜିଲାର ପୋଲିସ୍ଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠୁଛି। ସୀମାନ୍ତ ସିଲ୍ ହେବା ପରେ ଗତ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୪ତାରିଖ ଭିତରେ ବିଭିନ୍ନ ଗାଡ଼ିରେ କିପରି ଭାବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରବେଶ କଲେ ତାହା ତଦନ୍ତସାପେକ୍ଷ ହୋଇପଡ଼ିଛି।
ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍ଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍
ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…
କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…
ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍…
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…
ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…
ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……
ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…
ଖାଉଥିଲେ ପରିବାର ଲୋକେ: ହଠାତ୍ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…
ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍ ୬ଜଣ…
ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି
ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…
Archives

