ବନ୍ୟା, ବର୍ଷାରେ କେନ୍ଦ୍ରାପଡ଼ା ଜିଲାର ୨୨୦୩ ହେକ୍ଟର ଚାଷ ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୧।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ବନ୍ୟା ସହ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲାବାସୀ ହନ୍ତସନ୍ତ ହୋଇଥିଲେ। ୪୧ ପଞ୍ଚାୟତର ୯୯ ଗ୍ରାମରେ ପାଣି ପଶିଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ ମଙ୍ଗଳବାର ଏସ୍‌ଆରସିଙ୍କୁ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଜିଲାର ମୋଟ ୨୭ ପଞ୍ଚାୟତର ଚାଷ କ୍ଷତି ଆକଳନ କରାଯାଇଛି। ଏଥିରେ ମୋଟ ୨୨୦୨.୭୫ ହେକ୍ଟର ଖରିଫ ଓ ପନିପରିବା ଚାଷ ନଷ୍ଟ ହୋଇଛି। ରାଜକନିକାର ଗୋଟିଏ ପଞ୍ଚାୟତର ୩ ଗ୍ରାମର ୧୫୩.୯୦ ହେକ୍ଟର ଜମିରେ ହୋଇଥିବା ଫସଲ ନଷ୍ଟ ହୋଇଛି। ସେହିପରି ଗରଦପୁର ବ୍ଲକ ୫ ପଞ୍ଚାୟତର ୯ ଗ୍ରାମରେ ଥିବା ୨୧୪.୮୦ ହେକ୍ଟର, ମହାକାଳପଡ଼ା ବ୍ଲକ ୧୪ ପଞ୍ଚାୟତର ୫୩ ଗ୍ରାମରେ ୫୧୩.୨୫ ହେକ୍ଟର ଓ ମାର୍ଶାଘାଇ ବ୍ଲକ ୭ ପଞ୍ଚାୟତର ୨୫ ଗ୍ରାମରେ ଥିବା ୧୩୨୧ ହେକ୍ଟର ଜମିର ଚାଷ ବନ୍ୟା ଜଳ ଧୋଇ ନେଇଛି। ତେବେ ଏହି ବନ୍ୟା ବର୍ଷା ଜଳ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ବ୍ଲକ ଅଞ୍ଚଳର କ୍ଷତି କରିଥିଲେ ମଧ୍ୟ ରାଜସ୍ବ ବିଭାଗ ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ଆକଳନ କରିନାହାନ୍ତି। ଅପରପକ୍ଷରେ ଏହି ବର୍ଷା ଓ ବନ୍ୟା ପାଇଁ ମାର୍ଶାଘାଇ ବ୍ଲକ ଅଞ୍ଚଳର ସର୍ବାଧିକ ବାସସ୍ଥଳ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ ଅଞ୍ଚଳରେ ମୋଟ ୧୦୮ଟି ଘର ଓ କୁଡିଆ ଆଂଶିକ କ୍ଷତି ହୋଇଛି। ଏଥିସହ ୨୧ଟି ଗୁହାଳ ଘର ନଷ୍ଟ ହୋଇଛି। ସେହିପରି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୯୩ଟି ଘର ଓ କୁଡିଆ, ୫ଟି ଗୁହାଳ, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ୧୬ଟି ଘର ଓ କୁଡିଆ ସହ ଡେରାବିଶ ବ୍ଲକ ଅଞ୍ଚଳରେ ଗୋଟିଏ କଚା ଘର ଓ ଗୋଟିଏ ଗୁହାଳ ନଷ୍ଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଚାଷ କ୍ଷତି ଆକଳନକୁ ନେଇ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଅଞ୍ଚଳରେ ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇର କଳ୍ପତରୁ ସାମନ୍ତରାୟ, ପ୍ରତାପ କୁମାର ପାଢ଼ୀ, ମିଲନ କୁମାର ଧଳ ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ଆକଳନ ଏହି ଅଞ୍ଚଳର ଚାଷ କ୍ଷତି ଭରଣାକୁ ପ୍ରଭାବିତ କରିବ। ଚଳିତ ବନ୍ୟା ଓ ବର୍ଷାରେ ଆଳି ଓ ପଣ୍ଟାମୁଣ୍ଡାଇର ଧୋୟା ଅଞ୍ଚଳରେ ହୋଇଥିବା ଖରିଫ ଧାନ ନଷ୍ଟ ହୋଇଛି। ଦୀର୍ଘଦିନ ଧରି ବନ୍ୟା ଜଳ ପ୍ରଭାବ ରହିଛି। ଅଦ୍ୟାବଧି କ୍ଷେତ ଜମିରୁ ଜଳ ନିଷ୍କାସନ ହୋଇପାରିନାହିଁ। ଏହି ସମସ୍ୟା ଅଦ୍ୟାବଧି ରାଜକନିକା ଓ ରାଜନଗର ବ୍ଲକ ଅଞ୍ଚଳରେ ଦେଖାଯାଇଛି। ରାଜକନିକା ଅଞ୍ଚଳର ମାତ୍ର ଗୋଟିଏ ପଞ୍ଚାୟତର ଚାଷ କ୍ଷତି ଆକଳନ କରାଯାଇଥିବାରୁ ଏହି ୪ ବ୍ଲକ ଅଞ୍ଚଳର ଚାଷୀଙ୍କୁ ବନ୍ୟା କ୍ଷତି ଭରଣା ମିଳିବା ସମ୍ଭବ ହେବ ନାହିଁ। ଚାଷୀ ଋଣ କରି ଚାଷ କରୁଥିବା ବେଳେ ବନ୍ୟାଜଳ କ୍ଷେତ ନଷ୍ଟ କରି ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏହି ୪ ବ୍ଲକ ଅଞ୍ଚଳରେ ପୁର୍ନବାର କ୍ଷତି ଆକଳନ କରିବାକୁ ସେମାନେ ଦାବି କରିଛନ୍ତି। କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ଫକୀର ଚରଣ ଖଟୁଆ, ରଶ୍ମିରଞ୍ଜନ ରାଉତରାୟ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେବଳ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ ପ୍ରଦାନ ହିସାବପତ୍ରରେ ସୀମିତ ରହିଛି। ଜିଲାରେ ପ୍ରତିବର୍ଷ ବନ୍ୟା ଆସି ଚାଷ ନଷ୍ଟ କରୁଛି। ତେବେ ଜିଲାର ୭ ନଦୀ ଓ ୨୭ ନାଳରେ ବନ୍ଧବାଡ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ। ତଳ ମୁଣ୍ଡରେ ୪୮ କି.ମି. ସମୁଦ୍ର ତଟ ରହିଛି। ଏଥିରେ ୭ ନଦୀ ଜଳ ଯାଉଛି। ଏହି ୪୮ କି.ମି. ସମୁଦ୍ର ତଟଠାରୁ ୧୫ କିମି ଲମ୍ବର କୋଷ୍ଟାଲ କେନାଲ ଖୋଳାଗଲେ ବନ୍ୟା ନିୟନ୍ତ୍ରଣ ସହିତ ପାନୀୟ ଜଳ, କ୍ଷେତ ଜଳସେଚନ, ମତ୍ସ୍ୟ ଚାଷ ଓ ଅଧିକ ପରିମାଣରେ ହେନ୍ତାଳ ବଣ ସୃଷ୍ଟି ହୋଇପାରିବ। ଚଳିତ ବନ୍ୟାରେ ପ୍ରାୟ ୧୦ ହଜାର ହେକ୍ଟର ଅଞ୍ଚଳରେ ଖରିଫ ଓ ପନିପରିବା ଚାଷ ନଷ୍ଟ ହୋଇଛି। ଏହାସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ ଠିକ ଆକଳନ ହୋଇ ନ ଥିବାରୁ ଏହା ମାତ୍ର ୨୨୦୩ ହେକ୍ଟରରେ ସୀମିତ ରହିଛି। ତୁରନ୍ତ ପୁର୍ନବାର ଆକଳନ ନ ହେଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri