Categories: ଜାତୀୟ

ପରୀକ୍ଷା ଦେବାକୁ ପହଞ୍ଚିଲେ ଅଢ଼େଇ ଫୁଟର ଯୁବକ: ସେଲ୍‌ଫି ନେବା ପାଇଁ ଜମିଲା ଭିଡ଼

ପାଟନା,୧୫।୨: ବିହାର ବୋର୍ଡର ଦଶମ ପରୀକ୍ଷା ମଙ୍ଗଳବାର ଅର୍ଥାତ୍‌ ଫେବୃଆରୀ ୧୪ରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ମୁଜଫରପୁର ଜିଲାର ଦଶମ ଶ୍ରେଣୀର ୨୨ବର୍ଷୀୟ ଛାତ୍ର ଇନ୍ଦ୍ରଜିତ ଯେତେବେଳେ ପରୀକ୍ଷା ଦେବାକୁ ସ୍କୁଲରେ ପହଞ୍ଚିଥିଲେ। ସେତେବେଳେ ତାଙ୍କ ସହ ସେଲ୍‌ଫି ନେବାକୁ ପିଲାଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। କାରଣ ଛାତ୍ର ଇନ୍ଦ୍ରଜିତଙ୍କ ବୟସ ୨୨ ହୋଇଥିବା ବେଳେ କିନ୍ତୁ ସେ ଅଢ଼େଇ ଫୁଟ୍‌ ଲମ୍ବା। ଯାହାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସୂଚନାଯୋଗ୍ୟ, ବୋଚହା ଗାଁରେ ରହୁଥିବା ଇନ୍ଦ୍ରଜିତ ନିଜ ସାଙ୍ଗଙ୍କ ସହ ୨୦କିଲୋମିଟର ଦୂର ରାମ ଦୟାଳୁ ସିଂହ ମହାବିଦ୍ୟାଳୟକୁ ପରୀକ୍ଷା ଦେବାକୁ ପହଞ୍ଚିଥିଲେ। ସେହି ସମୟରେ ଅନ୍ୟ ଛାତ୍ରମାନେ ତାଙ୍କୁ ଦେଖି ତାଙ୍କ ସହିତ ସେଲ୍‌ଫି ନେଇଥିଲେ। ତାଙ୍କ ସହିତ ସ୍କୁଲକୁ ଆସିବାକୁ କେହି ସାଙ୍ଗ ନ ଥିବାରୁ ପାଠପଢ଼ାରେ ବିଳମ୍ବ ହୋଇଥିଲା। ବର୍ତ୍ତମାନ ଇନ୍ଦ୍ରଜିତଙ୍କ ଗାଁରୁ ୩,୪ ଜଣ ଛାତ୍ର ତାଙ୍କ ସହ ଆସୁଥିବାରୁ ସେ ପରୀକ୍ଷା ଦେଉଛନ୍ତି। ପାଠପଢ଼ି ସେ ଭବିଷ୍ୟତରେ କିଛି ହେବାକୁ ଚାହୁଁଛନ୍ତି ବୋଲି ଇନ୍ଦ୍ରଜିତ କହିଛନ୍ତି।

Share