ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାରୁ ଜଣାଯାଇଛି ଯେ, ଦଶମ ଶ୍ରେଣୀ ପଢ଼ୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀ ରବିବାର ସକାଳୁ ଗାଁ ଭିତରକୁ ବୁଲିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇ ନ ଥିଲେ। ଦୁଡୁଗାଁ ଗ୍ରାମର ଜଗନ୍ନାଥ ଯେନା(୨୨) ଉକ୍ତ ଛାତ୍ରୀଙ୍କୁ ଅପହରଣ କରିନେଇଥିବା ଜାଣିବା ପରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ ୩୩୨/୨୦୨୬ ପଞ୍ଜୀକରଣ କରି ନାବାଳିକାଙ୍କୁ ଉଦ୍ଧାର କରିବାକୁ ଅପରେଶନ ଆରମ୍ଭ କରିଛି। ଅପରପକ୍ଷେ ଏହି ଘଟଣାକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି।

Dharitri – Odisha’s No.1 Odia Daily

Share