ଜିଲା ମଙ୍ଗଳ ବିଭାଗର ୨୨ ବିଦ୍ୟାଳୟର ଶତପ୍ରତିଶତ ପାସ

କୋରାପୁଟ,୪ା୫(ଅମିତାଭ ବେହେରା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ମଙ୍ଗଳ ବିଭାଗ ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ପାସ ହାର ୯୯ ପ୍ରତିଶତ ରହିଛି। ୩୭ରୁ ୨୨ବିଦ୍ୟାଳୟରେ ଶତପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଜିଲା ମଙ୍ଗଳ ବିଭାଗର ୩୭ ବିଦ୍ୟାଳୟରୁ ମୋଟ ୨,୯୪୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ୨,୯୦୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳାଫଳ ଅନୁଯାୟୀ, ଏ୨ରେ ୧୬ ଜଣ, ବି୧ରେ ୯୮ ଜଣ, ବି୨ରେ ୫୨୭ ଜଣ, ସିରେ ୯୩୮ ଜଣ, ଡିରେ ୯୬୧ ଜଣ ଓ ଇରେ ୩୬୩ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ପୋଡାଗାଡ଼ କନ୍ୟାଶ୍ରାମରେ ୬୬ ଛାତ୍ରୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ବି୧ରେ ୧, ବି ୨ରେ ୬ଜଣ, ସି ରେ ୨୫ ଜଣ, ଡି ରେ ୨୮ଜଣ ଓ ଇରେ ୬ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ ଜିଲାର ୨୨ ବିଦ୍ୟାଳୟ ଶତପ୍ରତିଶତ ପାସ ହାର ହାସଲ କରିଥିବା ଜିଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share