ନୂଆବର୍ଷ ପାଳନ ସମୟରେ ଗୁଳିକାଣ୍ଡ ୨୨ ଆହତ

ଇସଲାମାବାଦ,୧ ।୧: ଶନିବାର ଯେତେବେଳେ ସାରା ବିଶ୍ୱ ନୂଆବର୍ଷ ପାଳନ କରିବାରେ ବ୍ୟସ୍ତ ଥାଆନ୍ତି ଠିକ୍ ସେତିକି ବେଳେ ପାକିସ୍ତାନରେ ନୂଆବର୍ଷକୁ ବନ୍ଧୁକ ଗୁଳିରେ ସ୍ୱାଗତ କରାଯାଇଥିଲା । କରାଚି ସମେତ ଦେଶର କିଛି ବଡ ବଡ ସହରରେ ନୂଆବର୍ଷରେ ଗୁଳିକାଣ୍ଡ ଭଳି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପାକସ୍ତାନ ମିଡିଆର ସୂଚନା ଅନୁଯାୟୀ, ଏହି ଘଟଣାରେ ମହିଳା ଓ ଶିଶୁମାନେ ବି ଆହତ ହୋଇଛନ୍ତି । ଏପଟେ କୋରଂଗିରେ ଗୁଳିକାଣ୍ଡ ଘଟଣାରେ ଏବେ ପର୍ଯ୍ୟନ୍ତ ୧୩ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଉପରେ ହତ୍ୟା ଅଭିଯୋଗ ହୋଇଛି ।
ଅନ୍ୟପଟେ ଖେବର ପଖତୁନୱାର ଲକ୍କି ମରୱତ ଜିଲାରେ ଶାହବାଜ ଖେଳ ଅଞ୍ଚଳରେ ଜଣେ ବନ୍ଧୁକଧାରୀ ପୋଲିସ ଷ୍ଟେଶନ ଉପରେ ଆକ୍ରମଣ କରିବାରୁ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି । ଏହାର ଜବାବରେ ଜଣେ ଆତଙ୍କବାଦୀ ବି ନିହତ ହୋଇଛନ୍ତି ।

Share