ରାଜ୍ୟରୁ ଚିହ୍ନଟ ହେଲେ ଆଉ ୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨ କରୋନା ଆକ୍ରାନ୍ତ। ଏଥିମଧ୍ୟରେ କ୍ୱାରାଣ୍ଟାଇନ୍‌ରୁ ୧୩ଜଣ ଥିବା ବେଳେ ୯ ଲୋକାଲ କେସ୍‌ ରହିଛି। ଏହାଛଡ଼ା ଜଣେ ଆକ୍ରାନ୍ତ ୧୮ ବର୍ଷରୁ କମ୍‌ର ଅଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩,୩୬,୨୧୭ରେ ପହଞ୍ଚିଛି। ଏବେ ରାଜ୍ୟରେ ୨୩୩ ଆକ୍ଟିଭ୍‌ କେସ୍‌ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।