Posted inଜାତୀୟ

୨୨ ମିନିଟର ଆକ୍ରମଣରେ ଥରିଥିଲା ପାକିସ୍ତାନ, ସେନା ମୁଖ୍ୟଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୩।୧: ‘ଅପରେସନ ସିନ୍ଦୂର’କୁ ନେଇ ଚମକାଇଲା ଭଳି ଖୁଲାସା କରିଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ। ଭାରତର ମାତ୍ର ୨୨ ମିନିଟର ଭୟଙ୍କର ଆକ୍ରମଣରେ ପାକିସ୍ତାନର ନିଷ୍ପତ୍ତି ନେବା କ୍ଷମତା ଦୋହଲି ଯାଇଥିଲା। ମଙ୍ଗଳବାର ସେନାର ବାର୍ଷିକ ଖବରଦାତା ସମ୍ମିଳନୀରେ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ଏକ ବଡ଼ ସଫଳତା ଥିଲା। ଏହି ଅପରେସନର ଦୁଇଟି ମୁଖ୍ୟ ‘ଟର୍ଣ୍ଣିଂ ପଏଣ୍ଟ’ ବା ନିର୍ଣ୍ଣାୟକ ମୋଡ଼ ବିଷୟରେ ସେ ଉଲ୍ଲେଖ କରିଥିଲେ।

ଦ୍ୱିବେଦୀଙ୍କ ଅନୁଯାୟୀ, ମେ’ ୭ ତାରିଖରେ ଭାରତୀୟ ସେନା ଆତଙ୍କବାଦୀ ଶିବିର ଉପରେ ଯେଉଁ ୨୨ ମିନିଟର ଆକ୍ରମଣ କରିଥିଲା, ତାହା ପାକିସ୍ତାନକୁ ସ୍ତବ୍ଧ କରିଦେଇଥିଲା। ସେ କହିଛନ୍ତି, “ଏହି ଆକ୍ରମଣ ପରେ ପାକିସ୍ତାନର ନିଷ୍ପତ୍ତି ନେବା ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ସେମାନେ କଣ ହେଉଛି ବୁଝିବାକୁ ବହୁ ସମୟ ନେଇଥିଲେ, ଯାହାଫଳରେ ସେମାନଙ୍କ ପାଲଟା ଜବାବ ଅତ୍ୟନ୍ତ ଦୁର୍ବଳ ଓ ବିଭ୍ରାନ୍ତିକର ଥିଲା।”

ଏହାପରେ ମେ’ ୧୦ ତାରିଖ ସକାଳେ ଭାରତୀୟ ସ୍ଥଳ, ବାୟୁ ଓ ନୌସେନାକୁ ଯୁଦ୍ଧ ପରିସ୍ଥିତି ବଢ଼ିଲେ କଣ କରିବାକୁ ହେବ, ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ପାକିସ୍ତାନ ପାଖରେ ଉପଗ୍ରହ ମାଧ୍ୟମରେ ଭାରତର ପ୍ରତ୍ୟେକ ଜାହାଜ, ବିମାନ ଓ ସୈନ୍ୟବାହିନୀର ଗତିବିଧି ଉପରେ ସମ୍ପୂର୍ଣ୍ଣ ସୂଚନା ଥିଲା। ଯେତେବେଳେ ସେମାନେ ଭାରତର ଏହି ପ୍ରସ୍ତୁତି ଦେଖିଲେ, ସେମାନେ ଭୟଭୀତ ହୋଇ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଥାଲାପତି ବିଜୟଙ୍କ ନୂଆ ରେକର୍ଡ: ଦେଶର ୫ ପ୍ରମୁଖ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଏଣ୍ଟ୍ରି, ଜାଣନ୍ତୁ ନେଟ୍‌ୱର୍ଥ!

ନୂଆଦିଲ୍ଲୀ,୩।୬: ତାମିଲ ସିନେମାର ସୁପରଷ୍ଟାର ଥଲାପାତି ବିଜୟ (Thalapathy Vijay) ଏବେ ଚଳଚ୍ଚିତ୍ର ଦୁନିଆ ପରେ ରାଜନୀତି ମୈଦାନରେ ମଧ୍ୟ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ…

ଛାତିଥରା….ଦିଲ୍ଲୀ ଅଗ୍ନିକାଣ୍ଡରେ ୨୧ ମୃତ, ଜୀବନ ବଞ୍ଚାଇବା ପାଇଁ ଛୁଆଙ୍କୁ ଧରି ତୃତୀୟ ମହଲାରୁ ଡ଼େଇଁଲେ ମହିଳା

ନୂଆଦିଲ୍ଲୀ,୩ା୬: ବୁଧବାର ସକାଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଆଁରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ…

ଟିଏମସିରେ ବିଦ୍ରୋହ ଭିତରେ ମମତାଙ୍କ ବଡ଼ ଚାଲ! ଭାଙ୍ଗିଦେଲେ ଦଳର…

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ସୃଷ୍ଟି ହୋଇଥିବା ତୀବ୍ର ବିଦ୍ରୋହକୁ ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ମମତାଙ୍କୁ ଜୋରଦାର ଝଟ୍‌କା, ଋତବ୍ରତ ବାନାର୍ଜୀ ହେଲେ ଟିଏମସିର…

କୋଲକାତା,୩।୬: ବର୍ତ୍ତମାନ, ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ସୃଷ୍ଟି ହେଉଥିବା ଆଭ୍ୟନ୍ତରୀଣ ଅଶାନ୍ତି ପଶ୍ଚିମବଙ୍ଗ ରାଜନୀତିରେ ତୀବ୍ର ଆଲୋଚନାର ବିଷୟ। ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ,…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ୧୦ହଜାର କୋଟି….

ନୂଆଦିଲ୍ଲୀ, ୩।୬: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, କେନ୍ଦ୍ର ସରକାର ବିମାନ ଚଳାଚଳ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସରକାର ୧୦,୦୦୦ କୋଟିର…

ପେଟ୍ରୋଲ ପମ୍ପରେ କେତେ ଭିଡ଼ ଅଛି ଘରେ ବସି ଜାଣନ୍ତୁ, ମୋବାଇଲରେ ସର୍ଚ୍ଚ କରନ୍ତୁ ଏମିତି…

ନୂଆଦିଲ୍‌ଲୀ,୩।୬: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଅନେକ ସମୟରେ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଗଲା…

ମଞ୍ଚ ଉପରେ ଖାଲି ପାଦ…ହାତରେ ସମ୍ବିଧାନର କପି, ଏପରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ,୩ା୬: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବୁଧବାର ଦିନ ସେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri