Posted inଜାତୀୟ

ଇନ୍ଦୋରରେ ପୁଣି ଜଳ ପ୍ରଦୂଷଣ ଆତଙ୍କ: ଦୂଷିତ ପାଣି ପିଇ ୨୨ ଅସୁସ୍ଥ, ପୂର୍ବରୁ ମରିଥିଲେ ୨୫

ନୂଆଦିଲ୍ଲୀ,୨୩ା୧: ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଳ ପ୍ରଦୂଷଣ ଜନିତ ସମସ୍ୟା ଥମିବାର ନାମ ନେଉନାହିଁ। କିଛି ସପ୍ତାହ ପୂର୍ବରୁ ଦୂଷିତ ଜଳ ପିଇ ୧୫ ଜଣଙ୍କ ମୃତ୍ୟୁ ଘଟଣାର ଶୋକ ନ ଲିଭୁଣୁ ଏବେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସହରର ମହୁ ଅଞ୍ଚଳରେ ଦୂଷିତ ପାନୀୟ ଜଳ ବ୍ୟବହାର କରି ଅତିକମରେ ୨୨ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥ ବ୍ୟକ୍ତିମାନେ ବାନ୍ତି ଏବଂ ଝାଡ଼ା ହେଉଥିବା ଅଭିଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ଘରେ ରଖି ଚିକିତ୍ସା କରାଯାଉଛି। ଆଖପାଖ ଅଞ୍ଚଳରୁ ମଧ୍ୟ ସମାନ ଅଭିଯୋଗ ଆସୁଥିବାରୁ ଅସୁସ୍ଥଙ୍କ ସଂଖ୍ୟା ୨୫ରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ ଜିଲା କଲେକ୍ଟର ଶିବମ୍ ବର୍ମା ଗୁରୁବାର ବିଳମ୍ବିତ ରାତିରେ ହସ୍ପିଟାଲ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ଶୁକ୍ରବାର ସକାଳୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସର୍ଭେ ଆରମ୍ଭ କରିଛି ଏବଂ ଜଳର ନମୁନା ସଂଗ୍ରହ କରିଛି।

ଗତ ମାସ ଆରମ୍ଭରେ ଇନ୍ଦୋରର ଭାଗୀରଥପୁରା ଅଞ୍ଚଳରେ ସ୍ୱେରେଜ୍ ପାଣି ମିଶ୍ରିତ ପାନୀୟ ଜଳ ପିଇ ପ୍ରାୟ ୧୫ ଜଣ ପ୍ରାଣ ହରାଇଥିଲେ (ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ସଂଖ୍ୟା ୨୫)। ଏହି ମାମଲା ବର୍ତ୍ତମାନ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରଧୀନ ଅଛି। ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ମାତ୍ର ଆବେଦନକାରୀମାନେ ହାଇକୋର୍ଟରେ ଅଭିଯୋଗ କରିଛନ୍ତି ଯେ, ଏହି କମିଟି କେବଳ ଏକ ‘ଲୋକଦେଖାଣିଆ’, ଯାହା ଦୋଷୀ ଅଧିକାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଧାରଣାରେ ପଡ଼ିଛି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ମୃତଦେହ

ନନ୍ଦପୁର/ପାଡୁଆ,୧୩ା୩(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୋତାବାଲସା-କିରାଣ୍ଡୁଳ କେ.କେ ରେଳପଥର ପାଡୁଆ ଷ୍ଟେଶନର ଅନତି ଦୂରରେ ଜଣେ ଯୁବକଙ୍କ ମୃତ ଶରୀର…

‘ମୋଚି’ଙ୍କୁ ଜୋତା କାରିଗର ବୋଲି କହିବାକୁ ପଡିବ, ଏବଂ ଜଣେ ‘ନାପିତ’ଙ୍କୁ ପର୍ସନାଲ କେୟାର ସର୍ଭିସ ପ୍ରୋଭାଇଡର କୁହାଯିବ!

ନୂଆଦିଲ୍ଲୀ,୧୩।୩: ଶିଳ୍ପ ସଂସଦୀୟ ସ୍ଥାୟୀ କମିଟି (୩୩୩ତମ ରିପୋର୍ଟ) ସୁପାରିଶ କରିଛି ଯେ ଶତାବ୍ଦୀ ପୁରୁଣା ଜାତି-ନିର୍ଦ୍ଦିଷ୍ଟ ବୃତ୍ତିଗତ ନାମଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରି ଏହି ବୃତ୍ତିଗୁଡ଼ିକୁ…

ପାଟ୍ଟଖଣ୍ଡା ମନ୍ଦିରର ଖୋଲିଲା ହୁଣ୍ଡି: ବାହାରିଲା ସୁନା-ରୁପା ସହ ଏତିକି ଟଙ୍କା

ଦାରିଙ୍ଗବାଡି,୧୩।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ମା’ ପଟ୍ଟାଖଣ୍ଡାଙ୍କ ପୀଠରେ ଗୁରୁବାର ହୁଣ୍ଡି ଖୋଲାଯାଇଛି। ଅନେକ ସମୟରେ ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଦେଇଥିବା ଦାନ ଅର୍ଥ…

ଟ୍ରମ୍ପ କଲେ ଭୟଙ୍କର ପ୍ଲାନ, ଲାଭ ପାଇବ ଭାରତ! ରୁଷିଆକୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୧୩।୩: ସଙ୍କେତରୁ ଜଣାପଡୁଛି ଯେ ତାଇୱାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଛି। ଚାଇନା ଦୀର୍ଘ ସମୟ ଧରି ତାଇୱାନକୁ…

ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଜିଲାପାଳ, ନଦୀ ଉପରେ ହେବ…

ନନ୍ଦପୁର,୧୩ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗତ ତା-୨୭.୨.୨୬ରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କୁ…

ପିରିୟଡ଼ ଲିଭ ଆବେଦନର ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ, କହିଲେ- ‘କୌଣସି ନିଯୁକ୍ତିଦାତା…’

ନୂଆଦିଲ୍ଲୀ,୧୩।୩: ମାସିକ ଋତୁସ୍ରାବ ସହିତ ଜଡିତ ଅସୁବିଧାକୁ ଦୃଷ୍ଟିରେ ରଖି ମହିଳା କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ଏକ…

ଫ୍ଲାଟ୍‌ କିଣିଲେ ଶିବମ ଦୁବେ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ ଜିତିବା ପରଠାରୁ ଟିମ ଇଣ୍ଡିଆ ଅନେକ ଖେଳାଳି ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ବିଶେଷକରି ସଞ୍ଜୁ ସାମସନ ଏବଂ ଇଶାନ କିଶାନ ବହୁତ ଆଲୋଚନାର…

ଆସିଲା ବଡ଼ ଖବର, ବଞ୍ଚିଛନ୍ତି ଖାମେନେଇଙ୍କ ପତ୍ନୀ, ସ୍ପଷ୍ଟ କଲା ଇରାନୀ ମିଡିଆ

ତେହରାନ୍‌,୧୩।୩: ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହ ଜୀବିତ ଅଛନ୍ତି ଏବଂ ତାଙ୍କ ମୃତ୍ୟୁ ହୋଇଥିବା ଦାବି କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri