୨୨ କୋଟିର କାମରେ ଅନିୟମିତତା

ବାରିପଦା,୧।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ରୂପ୍‌ସା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଠିକାଦାରଙ୍କ ମନମୁଖି କାର୍ଯ୍ୟକଳାପ ଓ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅଞ୍ଚଳବାସୀ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଏହାର ଏକକିତା ନକଲ ବାରିପଦା ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦେବା ସହ କାର୍ଯ୍ୟର ମାନ ଯାଞ୍ଚ କରିବାକୁ ଦାବି କରିଛନ୍ତି। ୨୪ଘଣ୍ଟା ମଧ୍ୟରେ ଏକ ଉଚ୍ଚସ୍ତରୀୟ ଟେକ୍ନିକାଲ ଟିମ୍‌ ଗଠନ କରାଯାଇ ତଦନ୍ତ କରା ନ ଗଲେ କାର୍ଯ୍ୟ ବନ୍ଦ କରିବା ସହ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
ବିଭାଗ ଅଧୀନରେ ଠାକୁରମୁଣ୍ଡା-ଦଙ୍ଗଡିହା-ପୋଡାଡିହା-ଉଦଳା-ମାଣତ୍ରୀ-ବୈଶିଙ୍ଗା-ରୂପ୍‌ସା ରୋଡ୍‌ର ପ୍ରଶସ୍ତୀକରଣ କାର୍ଯ୍ୟ ଜାରି ରହିଛି। ୭୦କି.ମି. ବ୍ୟାପି ଏହି ରାସ୍ତା ପାଇଁ ୨୨କୋଟି ୫୯ଲକ୍ଷ ୭୦ହଜାର ୧୪୪ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଉକ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତା କରାଯାଇ ଅଦ୍ୟାବଧି ଏକ କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୁରୁଣା ରାସ୍ତାର ପିଚୁକୁ ସ୍କ୍ରେପିଂ କରି ୬ଇଞ୍ଚ ଉଚ୍ଚରେ ସିଲେକଟେଡ ଆର୍ଥ କିମ୍ବା ଦେଢଫୁଟ ଉଚ୍ଚତାରେ ମୋରମ ପକାଇ ସବଗ୍ରେଡ୍‌ କରିବାର ଅନୁମୋଦିତ ବ୍ୟୟ ଅଟକଳ ମୂଲ୍ୟ ଓ ଚୁକ୍ତିପତ୍ରରେ ରହିଛି। ମାତ୍ର ତାହା କରା ନ ଯାଇ ଜେସିବି ଦ୍ୱାରା ପିଚୁ ରାସ୍ତାକୁ ସ୍ବଳ୍ପ ସ୍କ୍ରେପିଂ କରି ତା ଉପରେ ଅଳ୍ପ ମାଟି ପକାଇ ରୁଲିଂ କରାଯାଉଛି। ଫଳରେ ରାସ୍ତାଟି ଦୀର୍ଘସ୍ଥାୟୀ ହେବା ନେଇ ଆଶଙ୍କା ଉପୁଜିଥିବା ସହ ବିଭାଗ ପକ୍ଷରୁ ବିଲ୍‌ ପୈଠ କରାଯାଇଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି ବୋଲି ଭୀମଦା ଗ୍ରାମର ଜନାର୍ଦ୍ଦନ ମଣ୍ଡଳ, ଦାମୋଦର ମାସନ୍ତ, ସରୋଜ କୁମାର ବେହେରା କହିଛନ୍ତି। ସେହିପରି ୬ଇଞ୍ଚର ସବଗ୍ରେଡ୍‌ ହେବା ପରେ ଗ୍ରାଭେଲ୍ସ ପକାଇ ଏକ ଷ୍ଟ୍ରଙ୍ଗ ବେସ ପକାଇବାର ଅଟକଳ ରହିଥିବା ବେଳେ ତାହା କରାଯାଇ ନାହିଁ। ଅନ୍ୟ ପକ୍ଷରେ ୪.୫ଫୁଟ ଉଚ୍ଚତାରେ ୩.୭୫ମିଟର ଥିବା ରାସ୍ତାକୁ ଓସାରିଆ କରି ୬.୫ମିଟର କରିବାର ଅଟକଳ ପ୍ରଦାନ କରାଯାଇଛି। ମାତ୍ର ସ୍ଥାନେସ୍ଥାନେ ଓସାରିଆ ଥିବା ରାସ୍ତାକୁ ଆବଶ୍ୟକ ଗଭୀରତାରେ ଖୋଳା ନ ଯାଇ ଜେସିବି ମାଧ୍ୟମରେ ରାମ୍ପିଦେଇ ୬.୫ଇଞ୍ଚ ଥିକନେସରେ କାର୍ଯ୍ୟ କରାଯାଉଛି। ଏପରିକି ସାଢେ ଚାରିଫୁଟ ଉଚ୍ଚତା ପ୍ରତିବଦଳରେ ୨ଫୁଟ ଉଚ୍ଚତାରେ ଏହି କାର୍ଯ୍ୟ କରାଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ସାଢେ ୩ କୋଟି ଟଙ୍କା ବିଲ୍‌ ପୈଠ କରାଯାଇଥିବା ବେଳେ ପ୍ରକୃତରେ ଦେଢ କୋଟି ଟଙ୍କାର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗକାରୀ ପ୍ରକାଶ କରମହାପାତ୍ର, ରାଜେଶ ଶତପଥୀ ଓ କଳ୍ପତରୁ ଜେନା କହିଛନ୍ତି। ଠିକାଦାର ଓ ସହକାରୀଯନ୍ତ୍ରୀଙ୍କ ସଲାସୁତୁରାରେ ଏହି କାର୍ଯ୍ୟ ହେଉଥିବା ବେଳେ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନରେ ଯାଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାରିପଦା ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ରୋହନ ଗୌରବ ରାୟଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ସହକାରୀଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ କାର୍ଯ୍ୟର ତଦନ୍ତ କରାଯିବ। ନିମ୍ନମାନର କାର୍ଯ୍ୟ ହୋଇଥିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri