କଟକରୁ ଆଉ ୨୨ ପଜିଟିଭ୍‌: ରହିଛି ୭ ଲୋକାଲ କେସ୍‌

ଭୁବନେଶ୍ୱର, ୩୧।୭(ବ୍ୟୁରୋ): କଟକ ସହରରୁ ଶୁକ୍ରବାର ୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଲୋକାଲ କେସ୍‌ ରହିଛି। ଏ ନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ଆଜି ସୁଦ୍ଧା କଟକ ଟାଉନ୍‌ରୁ ୯୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ୪୩୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ବେ ୪୫୭ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।