ମାର୍ଚ୍ଚରେ ୨୧ତମ ଆଇଏଏପିଆଇ ଆମ୍ୟୁଜମେଣ୍ଟ ଏକ୍ସପୋ

ନୂଆଦିଲ୍ଲୀ,୬।୨: ଇଣ୍ଡିଆନ ଆସୋସିଏସନ ଅଫ୍‌ ଆମ୍ୟୁଜମେଣ୍ଟ ପାର୍କ ଆଣ୍ଡ ଇଣ୍ଡଷ୍ଟ୍ରିଜ (ଆଇଏଏପିଆଇ) ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚରେ ଏକ ୩ ଦିନିଆ ଏକ୍ସପୋ ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ୨୧ତମ ଆଇଏଏପିଆଇ ଏକ୍ସପୋ ବମ୍ବେ ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉକ୍ତ ଏକ୍ସପୋ ମନୋରଞ୍ଜନ,ଅବକାଶ ଓ ବିବିଧ ସେକ୍ଟର ପାଇଁ ବୃହତ୍‌ ଓ ପ୍ରିମିୟର ବାଣିଜ୍ୟ ପ୍ରଦର୍ଶନୀ ହେବାକୁ ଯାଉଛି। ଉକ୍ତ ପ୍ରଦଶନୀରେ ବିଭିନ୍ନ ଶିଳ୍ପ ଗୋଷ୍ଠୀ ସେମାନଙ୍କ ଅତ୍ୟାଧୁନିକ ଉପତ୍ାଦ, ସେବା, ଅଫର ଓ ବୈଷୟକ ପ୍ରଦର୍ଶନ କରିବା ଲାଗି ସୁଯୋଗ ପାଇବେ। ଏପରିକି ଉକ୍ତ ଏକ୍ସପୋରେ ଅଗ୍ରଣୀ ଭାରତୀୟ ତଥା ଆନ୍ତର୍ଜାତିକ କମ୍ପାନୀ ଓ ବ୍ରାଣ୍ଡ୍‌ର ସଂସ୍ଥାଗୁଡ଼ିକ ଯୋଗଦେବେ। ଏହି ତିନିଦିନିଆ ପ୍ରଦର୍ଶନୀକୁ ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏସ୍‌ଏମ୍‌ଇ) ସମର୍ଥନ କରୁଥିବା ବେଳେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗ ଏକ୍ସପୋର ପ୍ରତିଷ୍ଠିତ ଅଂଶୀଦାର ରାଜ୍ୟ ଭାବେ ସାମିଲ ହୋଇଛନ୍ତି। ଏ ସମ୍ପର୍କରେ ଆଇଏଏପିଆଇର ଅଧ୍ୟକ୍ଷ ରାଜୀବ କାପୁର କହିଛନ୍ତି, ଆମ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ମନୋରଞ୍ଜନ ଶିଳ୍ପକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ଏପରିକି ଆମର ସଂଗଠନ ଅଭିବୃଦ୍ଧି ତଥା ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଭାରତରେ ମନୋରଞ୍ଜନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ । ସେହିଭଳି ଆଇଏଏପିଆଇ ବାଣିଜ୍ୟ ପ୍ରଦର୍ଶନୀର ଅଧ୍ୟକ୍ଷ ନିର୍ମଳ ସିଂ ରାଣା କହିଛନ୍ତି, ମନୋରଞ୍ଜନ ପ୍ରଦର୍ଶନୀର ଏକବିଂଶ ସଂସ୍କରଣ ଆୟୋଜନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଆମେ ୩ ବର୍ଷ ପରେ ଫେରି ଆସିଛୁ ଓ ଏହି ବର୍ଷ ଉତ୍ସାହର ସହ ଆମର ପ୍ରଦର୍ଶନୀ ଜାରି ରଖିବୁ। ଆମେ ମଧ୍ୟ ଆମର ସଦସ୍ୟମାନଙ୍କ ଠାରୁ ବିପୁଳ ଆଗ୍ରହ ଓ ଭାରତୀୟ ଉପମହାଦେଶରେ ମନୋରଞ୍ଜନକୁ ଆକର୍ଷଣୀୟ କରିବାକୁ ଯୋଜନା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri