ଭୁଶୁଡ଼ିଯିବ ଓଡ଼ିଶାର ଏହି ୨୧୯ ବର୍ଷର ଥାନା: ନାହାନ୍ତି କର୍ମଚାରୀ କି ନାହିଁ ବାସଗୃହ

ଗୋପ,୨୭।୭(ଭାରତୀ ଭୂଷଣ ଉପାଧ୍ୟାୟ): ରାଜ୍ୟ ସରକାର ଥାନା, ଫାଣ୍ଡିଗୁଡ଼ିକୁ ଗୁରୁତ୍ୱ ଦେଉଥିବା ବେଳେ ପୁରୀ ଜିଲାର ଅତି ପୁରାତନ ଗୋପ ଥାନା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ୨୧୯ ବର୍ଷ ତଳେ ନିର୍ମାଣ ହୋଇଥିବା ପୁରାତନ ଗୃହଗୁଡ଼ିକ ଭାଙ୍ଗିରୁଜି ଯାଇଥିବାରୁ କେତେବେଳେ ଭୁଶୁଡ଼ି ପଡ଼ିବ ତାହା କହି ହେବ ନାହିଁ। ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଦୁଇ ତିନି ଗୋଟି ଘରେ ଥାନା ଚାଲୁଥିବା ବେଳେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାବେଳେ ଆବଶ୍ୟକ ଅନୁଯାୟୀ ଥାନା କର୍ମଚାରୀଙ୍କ ସମେତ ପୋଲିସ ଅଧିକାରୀ ନ ଥିବାରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଅଭିଯୋଗ ହୋଇଛି।

ପ୍ରକାଶ ଯେ, ଗୋପ ଥାନାଟି ବ୍ରିଟିଶ ଶାସନ ସମୟରେ ଅର୍ଥାତ୍‌ ୧୮୦୬ ମସିହାରେ ପ୍ରତିଷ୍ଠା ହୋଇଥିବା ସୂଚନା ରହିଛି। ସେ ସମୟରେ ଅଧିକ ଉଚ୍ଚସମ୍ପନ୍ନ ଆଜବେଷ୍ଟସ ଘର ସହିତ ଥାନା କର୍ମଚାରୀ ଓ ଅଫିସର ରହିବା ପାଇଁ ବାସଗୃହ ମଧ୍ୟ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ଥାନାର ପୁରାତନ ବାସଗୃହ ଭାଙ୍ଗିରୁଜି ଯାଇଥିବା ବେଳେ ଥାନା ଚାଲୁଥିବା ଗୃହଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିବାରହିବା ଫଳରେ ସାପଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ପୁରୀ ଜିଲାର ସମସ୍ତ ଥାନାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ହାଉସିଂ ବୋର୍ଡ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର ପରେ ନୂତନ ଥାନା ନିର୍ମାଣ କରୁଥିବା ବେଳେ ଗୋପ ଥାନାଟି ଏବେ ସାପ, ବେଙ୍ଗଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅପରପକ୍ଷରେ ଥାନାରେ ଅଫିସର ଓ ଥାନା କର୍ମଚାରୀ ନ ଥିବାରୁ ଦିନକୁ ଦିନ ଚୋରି, ଡକାୟତି, ରାହାଜାନି ସହିତ ଅନ୍ୟାନ୍ୟ ଘଟଣାମାନ ଘଟୁଛି। ବାରମ୍ବାର ଏହି ପୁରାତନ ଗୋପ ଥାନା ପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭକରି ଉପମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଥାନାଧିକାରୀ ପ୍ରଶାନ୍ତ କୁମାର ପଢ଼ିହାରୀଙ୍କୁ ପଚାରିବାରେ ଆମେ କେବଳ ଏସ୍‌ପିଙ୍କୁ ଅବଗତ କରାଇଛୁ ବୋଲି କହିବା ସହ ସୁବିଧା ନ ମିଳିବାରୁ ବହୁତ ଅବ୍ୟବସ୍ଥାରେ ଥାନାଟି ଥିବା ମଧ୍ୟ ସେ କହିଛନ୍ତି।

କଟକ,୨୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍‌ସିବି)ର ନ୍ୟୁ ମେଡିସିନ ବିଭାଗ ୱାର୍ଡରେ ଅବ୍ୟବସ୍ଥା ଦେଖାଦେଇଛି। ୱାର୍ଡରେ ରୋଗୀଙ୍କଠାରେ ଲାଗୁଥିବା ସାଲାଇନ ବୋତଲ ୱାର୍ଡରେ ଥିବା ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲା ଯାଇଛି। କେବଳ ଏତିକି ନୁହେଁ କେଉଁଠି ବିଦ୍ୟୁତ ମେନ ସୁଇଚ୍‌ ବକ୍ସରେ ସାଲାଇନ ବୋତଲ ଝୁଲାଯାଇଛି ତ ଆଉ କେଉଁଠି କବାଟ ଓ ଝରକାରେ ଝୁଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି। ଏପରିକି ଯେଉଁଠି ସାଲାଇନ ଷ୍ଟାଣ୍ଡ ରହିଛି ସେଠି ଗୋଟିଏ ଷ୍ଟାଣ୍ଡରେ ୩ ରୋଗୀଙ୍କ ସାଲାଇନ ବୋତଲ ଝୁଲାଯାଉଛି। ମେଡିକାଲକୁ ରୋଗୀ ସୁସ୍ଥ ହେବାକୁ ଆସୁଥିବାବେଳେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ସାଲାଇନ ବୋତଲ ଝୁଲାଇ ଚିକିତ୍ସା କରିବା ଯେପରି ରୋଗୀଙ୍କୁ ବିପଦ ଆଡକୁ ମେଡିକାଲ କର୍ତ୍ତୃପକ୍ଷ ଠେଲି ଦେଉଥିବା ଅନୁଭବ ହେଉଛି। ସେହିପରି ୱାର୍ଡରେ ରୋଗୀଙ୍କ ବେଡ୍‌ ନ ମିଳିବା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ବେଡ୍‌ ନ ମିଳିବା ଫଳରେ ରୋଗୀ ୱାର୍ଡ ପରିସର, ଶିଡି କଡରେ ଚଟାଣରେ ଶୋଇ ରହୁଛନ୍ତି। ଏହାସହ ୱାର୍ଡରେ ଥିବା ଶୌଚାଳୟରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି ଏବଂ ଏହା ଠିକ୍‌ ଭାବେ ସଫା କରାଯାଉ ନାହିଁ। ଫଳରେ ପ୍ରବେଶ ଦ୍ୱାରାଠାରୁ ଆରମ୍ଭ କରି ଶୌଚାଳୟ ଯାଏ ସବୁଠି ଦୁର୍ଗନ୍ଧରେ ଫାଟି ପଡୁଛି। ଏଭଳି ପରିବେଶରେ ରୋଗୀ ସମ୍ପର୍କୀୟଙ୍କୁ ଅସୁସ୍ଥ ହେବାର ଭୟ ଘାରୁଛି।

ସୂଚନା ଅନୁଯାୟୀ, ଏସ୍‌ସିବିର ନୂତନ ଭେଷଜ ବିଭାଗ ବା ନ୍ୟୁ ମେଡିସିନି ବିଭାଗ ଚତୃର୍ଥ ମହଲା ବିଶିଷ୍ଠ ରହିଛି। ୱାର୍ଡର ପ୍ରଥମ ମହଲା ଆଇସିୟୁ ଥିବାବେଳେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମହଲା ରୋଗୀଙ୍କ ପାଇଁ ୱାର୍ଡର ବ୍ୟବସ୍ଥା ରହିଛି। ଏଠାରେ ଆଇସିୟୁ ଓ ୱାର୍ଡକୁ ମିଶାଇ ପ୍ରାୟ ୧୯୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ହେଲେ ଭେଷଜ ବିଭାଗକୁ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଆସୁଥିବାବେଳେ ଏହା ସମୂଦ୍ରକୁ ଶଙ୍ଖେ ସହ ସମାନ। ମେଡିକାଲରେ ଚିକିତ୍ସା ଜାରି ରହିଥିବା ପାରାଦ୍ୱୀପ ଅଞ୍ଚଳର ନରେନ ମଣ୍ଡଳ, କଳାହାଣ୍ଡି ଲାଞ୍ଜିଗଡ ଅଞ୍ଚଳର ଚିତ୍ତରଞ୍ଜନ ପେସେନିଆଙ୍କ ସମେତ ଅନକେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏସ୍‌ସିବି ସମ୍ପ୍ରସାରଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାର ଶଯ୍ୟା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ବୋଲି ମେଡିକାଲ କର୍ତ୍ତୃପକ୍ଷ କହୁଥିବାବେଳେ ଏହା କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଉ: ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri