Categories: ଜାତୀୟ

୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି ଲୋକାର୍ପିତ…

ହାଇଦ୍ରାବାଦ୍‌, ୫।୨ : ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜାଚାର୍ଯ୍ୟଙ୍କର ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି ଲୋକାର୍ପିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଛନ୍ତି। ମିଶ୍ରଧାତୁରେ ନିର୍ମିତ ଏହି ମୂର୍ତ୍ତି ରାମଶାବାଦ୍‌ଠାରେ ୪୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ମନ୍ଦିର ପରିସରରେ ସ୍ଥାପନା କରାଯାଇଛି। ଏଥିରେ ସୁନା,ରୁପା, ପିତ୍ତଳ, ତମ୍ବା, ଦସ୍ତା ଆଦି ୫ଟି ଧାତୁ ରହିଛି। ପ୍ରତିମାକୁ ୬୪ ଫୁଟ ଉଚ୍ଚ ଆଧାରରେ ସ୍ଥାପିତ କରାଯାଇଛି।

ଏହା ପୃଥିବୀର ଦ୍ୱିତୀୟ ବୃହତମ ପ୍ରତିମା। ଥାଇଲାଣ୍ଡରେ ଥିବା ୩୦୨ ପୁଟ ଉଚ୍ଚ ବୁଦ୍ଧଦେବଙ୍କ ପ୍ରତିମା ସର୍ବ ବୃହତ୍‌।
ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୧୪ରେ ଆରମ୍ଭ ହୋଇଥିଲା।
ରାମାନୁଜଙ୍କର ଏକ ପ୍ରତିମା ମନ୍ଦିର ଭିତରେ ମଧ୍ୟ ସ୍ଥାପିତ ହୋଇଛି। ଏହାକୁ ୧୨୦ କିଲୋଗ୍ରାମ୍‌ ସୁନାରେ ନିର୍ମାଣ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦର ମନ୍ଦିରର ଆଭ୍ୟନ୍ତରୀଣର ଲୋକାର୍ପଣ ଫେବୃୟାରୀ ୧୩ରେ କରିବେ।
ମନ୍ଦିର ନିର୍ମାଣ ପରିଯୋଜନାରେ ମୋଟ ୧,୦୦୦ କୋଟି ଟଙ୍କା ବ୍ୟୟ କରାଯାଇଛି।

Share