ଦେଶରେ ୨୧୩ ଓମିକ୍ରନ୍‌ ଆକ୍ରାନ୍ତ, ମହାରାଷ୍ଟ୍ରକୁ ଟପିଲା ଦିଲ୍ଲୀ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ଛୁଇଁଛି। ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରକୁ ଟପିଛି।

ଦିଲ୍ଲୀରେ ସର୍ବାଧିକ ୫୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ ୫୪, ତେଲେଙ୍ଗାନାରେ ୨୪, କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮, କେରଳରେ ୧୫, ଗୁଜୁରାଟରେ ୧୪, ଜମ୍ମୁ-କଶ୍ମୀରରେ ୩, ଓଡ଼ିଶାରେ ୨, ଉତ୍ତରପ୍ରଦେଶରେ ୨, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡିଗଡ଼ରେ ୧, ଲଦାଖରେ ୧, ତାମିଲନାଡୁରେ ୧, ପଶ୍ଚିମବଙ୍ଗରେ ଜଣଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ଇତିମଧ୍ୟରେ ୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ, ନିର୍ବାଚନ ପାଇଁ ରାଲି ଏବଂ ଭ୍ରମଣରେ ଭିଡ଼ ଯୋଗୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନୂଆ ବର୍ଷ ଏବଂ ବଡ଼ଦିନ ନୂଆ ଅସୁବିଧା ଆଣିବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଭିଡ଼ ଜମାହେବାକୁ ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି।

Share