Categories: ଜାତୀୟ

୧୦ କୋଟି ହିତାଧିକାରୀଙ୍କ ସଞ୍ଚୟ ଖାତାକୁ ୨୧ ହଜାର କୋଟି ଗଲା…

ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ସଞ୍ଚୟ ଖାତାକ ୨୧ ହଜାର କୋଟି ଟଙ୍କା ପଠାଇଛନ୍ତି। କରିଛନ୍ତି। ପିଏମ-କିଷାନ ଯୋଜନା ଏକାଦଶ କିସ୍ତି ମଙ୍ଗଳବାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି।

ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଶିମଲାରେ ପହଞ୍ଚିଛନ୍ତି। କେନ୍ଦ୍ରରେ ଏନଡିଏ ସରକାରଙ୍କ ଅଷ୍ଟମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଶିମଲାର ରିଜ ମଇଦାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏନଡିଏର ଆଠ ବର୍ଷ ପୂରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ଦେଶର ଜନ ପ୍ରତିନିଧୀଙ୍କଠାରୁ ମତାମତ ଲୋଡିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସରକାରୀ କାର୍ଯ୍ୟକ୍ରମର ପ୍ରବେଶ ତଥା ବିତରଣକୁ ଅଧିକ ଦକ୍ଷ କରିବା ସହ ଦେଶର ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ଏହି ଆଲୋଚନାଚକ୍ରର ପ୍ରୟାସ ହେଉଛି।

Share