Posted inଜାତୀୟ

୨୧ ବର୍ଷ ପରେ ଦୋଷମୁକ୍ତ ହେଲେ ଏହି ବ୍ୟକ୍ତି, କୋର୍ଟ କହିଲେ ବଳାତ୍କାର ନୁହେଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା

ନୂଆଦିଲ୍ଲୀ,୨୯।୯: ଦୀର୍ଘ ୨୧ ବର୍ଷ ପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ। ଜଣେ ମହିଳାଙ୍କ ଦ୍ୱାରା ବଳାତ୍କାର ଅଭିଯୋଗ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ବଳାତ୍କାର ନୁହେଁ ବରଂ ଉଭୟ ପରସ୍ପରକୁ ଗଭୀର ଭାବେ ପ୍ରେମ କରୁଥିଲେ। କୋର୍ଟ ଜାଣିବାକୁ ପାଇଥିଲେ ଯେ ୨୧ ବର୍ଷ ପୂର୍ବେ ଝିଅଟି ଯୁବକଙ୍କ ଉପରେ ବଳାତ୍କାର ଅଭିଯୋଗ ଏଥିପାଇଁ ଆଣିଥିଲେ କାରଣ ଉଭୟ ଭିନ୍ନ ଜାତିର ହୋଇଥିବାରୁ ସେମାନେ ବିବାହ କରିପାରି ନ ଥାନ୍ତେ। ୧୯୯୯ରେ ଝାଡଖଣ୍ଡର ଜଣେ ବ୍ୟକ୍ତିଙ୍କ ନାଁରେ ବଳାତ୍କାର ଏବଂ ବେଆଇନ ପ୍ରସବ ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ, ପୀଡିତାଙ୍କ ଅଭିଯୋଗ ଉପରେ ସେ ଏକ ଟ୍ରାଏଲ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ କୋର୍ଟ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଏବଂ ଏହାର ଚିଠି ଦେଖାଇବା ସତ୍ତ୍ୱେ ଝାଡଖଣ୍ଡ ହାଇକୋର୍ଟ ମଧ୍ୟ ଟ୍ରାଏଲ କୋର୍ଟ ଦେଇଥିବା ଦଣ୍ଡକୁ ସମର୍ଥନ କରିଥିଲେ।
ସୋମବାର ଜଷ୍ଟିସ ଆରଏଫ ନରିମନଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ଦୁର୍ଭାଗ୍ୟଜନକ ବୋଲି କହିଛି। ଝାଡଖଣ୍ଡ ହାଇକୋର୍ଟ ପ୍ରେମ ଚିଠି ଏବଂ ଫଟୋଗ୍ରାଫ ସହିତ ରେକର୍ଡର ପ୍ରମାଣ ଆକଳନ କରିବାରେ ବିଫଳ ହୋଇଛନ୍ତି। ବିବାହ ପ୍ରତିଶୃତି ଏବଂ ଭୟ ଯୋଗୁ ଯୋଗୁ ସେ ଯୌନ ସମ୍ପର୍କ ରଖିଥିବା ଦର୍ଶାଇ ସୁପ୍ରିମକୋର୍ଟ ପୀଡିତାଙ୍କ ସାକ୍ଷ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଷ୍ଟିସ ନବୀନ ସିହ୍ନା ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ, ନିଷ୍ପତ୍ତି ନେବାରେ ଆମର କୌଣସି ଦ୍ୱିଧା ନାହିଁ ଯେ କେବଳ ଯୁବତୀଙ୍କ ସମ୍ମତି ନୁହେଁ ବରଂ ସେ ଯାହା ବାଛିଥିଲେ ତାହା ମଧ୍ୟ ସେ ଜାଣିଛନ୍ତି। ଯୁବକଙ୍କୁ ବହୁତ ଭଲ ପାଉଥିବାରୁ ସେ ଏହା କରିଥିଲେ। ସ୍ବେଚ୍ଛାକୃତ ଭାବରେ ଶରୀରକୁ ତାଙ୍କୁ ଦେଇଥିଲେ ଯାହାକୁ ସେ ବହୁତ ଭଲ ପାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri