୨୧ ବର୍ଷର ରାଜନୀତି, କିନ୍ତୁ ପକ୍କା ଘର ଖଣ୍ଡେ ନାହିଁ

ନବରଙ୍ଗପୁର,୧୬।୬(ସଦାଶିବ ପ୍ରହରାଜ): ଗୋଟିଏ ପରିବାର ଭିତରେ ଏପର୍ଯ୍ୟନ୍ତ ୨୧ ବର୍ଷର ରାଜନୀତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ପର୍ଯ୍ୟାୟକ୍ରମେ ସ୍ବାମୀ ଓ ସ୍ତ୍ରୀ ଗୋଟିଏ ପଞ୍ଚାୟତରୁ ସରପଞ୍ଚ ହୋଇଛନ୍ତି। ରାଜନୀତିରେ ପ୍ରବେଶ ଓ ପରବର୍ତ୍ତୀ ସମୟରେ ପଦପଦବୀରେ ରହିଲେ ଅନେକ କିଛି ଉପାର୍ଜନ କରିଦିଅନ୍ତି। ସରପଞ୍ଚ ହେଲେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଲୋକଙ୍କ କାମ କରିବା ନାମରେ ଅନେକେ ଉପାର୍ଜନ କରୁଥିବା ନଜିର ରହିଛି। ହେଲେ ଏଠାରେ କିଛି ଅଲଗା ଦେଖାଦେଇଛି। ୨୧ ବର୍ଷ ରାଜନୀତି ଭିତରେ ସରପଞ୍ଚ ହୋଇଥିଲେ ମଧ୍ୟ ନିଜର ବୋଲି ପକ୍କାଘରଟିଏ ନାହିଁ କି ଘରେ ପାଇଖାନା ମଧ୍ୟ ନାହିଁ । ଏମିତି ଏକ ଘଟଣା ନବରଙ୍ଗପୁର ବ୍ଲକ ସାନମସିଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ବ୍ଲକ ସାନମସିଗାଁ ପଞ୍ଚାୟତ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଷ୍ପଲତା ମାଝି ୨୦୦୨-୨୦୦୭ ପର୍ଯ୍ୟନ୍ତ ସରପଞ୍ଚ। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ପୁଷ୍ପଲତାଙ୍କ ସ୍ବାମୀ ଭଜରାଜ ମାଝି ଓ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପୁନଃ ପୁଷ୍ପଲତା ସରପଞ୍ଚ । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ପୁଣି ଭଜରାଜ ଓ ଏବେ ପୁଣି ପୁଷ୍ପଲତା ସରପଞ୍ଚ ରହିଛନ୍ତି। ଲଗାତର ଗୋଟିଏ ପରିବାରର ସ୍ତ୍ରୀ ଓ ସ୍ବାମୀ ପର୍ଯ୍ୟାୟକ୍ରମେ ସରପଞ୍ଚ ରହିଥିଲେ ମଧ୍ୟ ନିଜସ୍ବ ବୋଲି ପକ୍କାଘରଟିଏ ନାହିଁ। ଆବାସ ଯୋଜନାରେ ଘର ଖଣ୍ଡେ ମଧ୍ୟ କରିପାରିନାହାନ୍ତି। ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ପ୍ରତି ପଞ୍ଚାୟତରେ ବ୍ୟକ୍ତିଗତ ପାଇଖାନା ହୋଇଛି । ତେବେ ସରପଞ୍ଚଙ୍କ ଘରେ ପାଇଖାନା ଟିଏ ମଧ୍ୟ ନାହିଁ। ଶାଶୁ ଫୁଲମତି ଓ ଶ୍ୱଶୁର ରାମଚନ୍ଦ୍ର ମାଝିଙ୍କ ଟିଣ ଛପର ଘର ଖଣ୍ଡେ ଥିଲା ତାହାହିଁ ବଡ଼ ସମ୍ବଳ। ପୁଷ୍ପଲତାଙ୍କ ସ୍ବାମୀ ଭଜରାଜଙ୍କର ବର୍ଷେ ତଳେ ବିୟୋଗ ହୋଇଛି। ଗାଁ ରାଜନୀତି ମଧ୍ୟରେ ନିର୍ବାଚିତ ପ୍ରତିନିଧି ଛନ୍ଦି ହୋଇପଡନ୍ତି। ଅନେକ ଅଭିଯୋଗର ସ୍ବର ମଧ୍ୟ ଉଠିଥାଏ। ତେବେ ଏହି ପରିବାର ପ୍ରତି ଗାଁରେ ଦାଗଟିଏ ଲାଗିନାହିଁ। ପୁଷ୍ପଲତା ଏବେ ଦୁଇ ବଖରା ଆଜବେଷ୍ଟ ଘର କରିଛନ୍ତି। କାନ୍ଥରେ ସିମେଣ୍ଟ ପ୍ଲାଷ୍ଟର ମଧ୍ୟ କରିପାରି ନାହାନ୍ତି। ବସିବା ପାଇଁ ଭଲ ବାରଣ୍ଡାଟିଏ ମଧ୍ୟ ନାହିଁ। ଆଜବେଷ୍ଟସ ଲଗାଇବା ପାଇଁ କାଠ ରୁଅ ମଧ୍ୟ ୟୁକାଲିପଟାସର ଲଗାଇଛନ୍ତି। ଗଛ କଟିଲେ କାଠ ବାହାରିବ। କୌଣସି ମୂଲ୍ୟବାନ୍‌ ଗଛ କଟିଲେ ଆମର ହିଁ କ୍ଷତି ହେବ। ଘର କରିବାରେ ଗଛ କାଟି ପରିବେଶ ନଷ୍ଟ ହେବ। ଏଥିପାଇଁ ଶାଳ, ପିଆଶାଳ ଓ ଶାଗୁଆନ ଭଳି କୌଣସି କାଠ ଘରେ ଲାଗିନାହିଁ । ସରକାରୀ ଧନ, ବେଆଇନ ଉପାର୍ଜନ ଘରେ ପ୍ରବେଶ କରିବ ନାହିଁ ବୋଲି ଶ୍ୱଶୁର ରାମଚନ୍ଦ୍ର ମାଝି କହିଥିଲେ। ତାଙ୍କରି କଥାକୁ ମାନି ରାଜନୀତି କରୁଛନ୍ତି ବୋଲି ସରପଞ୍ଚ ପୁଷ୍ପଲତା କହିଛନ୍ତି। ସରପଞ୍ଚ ପଦବୀରେ ଆସିବା ଦିନରୁ କେବଳ ଲୋକଙ୍କ ସେବା କରିବା ଆମର ଲକ୍ଷ୍ୟ ରହିଛି। ଭତ୍ତା ବାବଦକୁ ସରକାର ଯାହା ୨୩୫୦ ଟଙ୍କା ପ୍ରଦାନ କରନ୍ତି ତାହା ତାଙ୍କର ଗୋଟିଏ ବଡ଼ ସମ୍ବଳ ବୋଲି ସେ କହିଛନ୍ତି। ଘରେ ପାନୀୟ ଜଳ ସମସ୍ୟା ରହିଛି। ବହୁବାର ବିଭାଗୀୟ ଅଧିକାରୀ ଓ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଦୀର୍ଘଦିନର ସମସ୍ୟା ସମାଧାନ ହେଉନାହିଁ ବୋଲି ପୁଷ୍ପଲତା କହିଛନ୍ତି। ସ୍ବାମୀଙ୍କ ପରେ ୪ ପୁଅ ମଧ୍ୟରୁ ଭଜରାଜ ଓ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି। ପୁଷ୍ପଲତାଙ୍କ ୨ ପୁଅ ଅଛନ୍ତି। ନିଜ ଜମିରୁ ଯାହା ଉପାର୍ଜନ ହୁଏ ସେଥରେ ପରିବାର ଚଳୁଛି। ୨୧ ବର୍ଷ ରାଜନୀତି ଭିତରେ ଘରକୁ ବେଆଇନ ଟଙ୍କା ଆସିନାହିଁ ବୋଲି ପୁଷ୍ପଲତାଙ୍କ ଶାଶୁ ଫୁଲମତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri