୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ: କମିଛି ହେନ୍ତାଳବଣ, ବଢ଼ିଛି ଚିଙ୍ଗୁଡ଼ି ଘେରି

କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୧ ବର୍ଷ ବିତିଛି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଏଥିରେ କେନ୍ଦ୍ରାପଡ଼ା ଜିଲାରେ ୨,୯୭,୮୧୪ ପରିବାରଙ୍କ ଘର ଭାଙ୍ଗିଥିବା ବେଳେ ୩୮୭ ଜଣଙ୍କ ଅମୂଲ୍ୟ ଜୀବନ ଯାଇଛି। ୧୮୦୩ ଗୁରୁତର ଆହତ ସହିତ ୩୮ ଜଣ ଅଦ୍ୟାବଧି ନିଖୋଜ ଅଛନ୍ତି। ଜିଲାର ୪୮,୯୦୭ ଗୃହପାଳିତ ପଶୁପକ୍ଷୀଙ୍କର ମୃତ୍ୟୁ ହୋଇଥିଲା। ଲୋକଙ୍କ ନିକଟରେ ପ୍ରଥମ ସରକାରୀ ସାହାଯ୍ୟ ପହଞ୍ଚତ୍ବାକୁ ୧୦ ଦିନରୁ ଅଧିକ ସମୟ ଲାଗିଥିଲା। ଏହି ମହାବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ନକ୍ସା ତିଆରି କରିଥିଲା। ଯାହାଫଳରେ ଏହା ପରବର୍ତ୍ତୀ ସାମୁଦ୍ରିକ ଝଡ଼ ସମୟରେ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା, ବାତ୍ୟା ଆଶ୍ରୟସ୍ଥଳୀ, ସମ୍ଭାବ୍ୟ ବିପଦସ୍ଥଳୀରୁ ଜନସାଧାରଣଙ୍କୁ ସ୍ଥାନାନ୍ତର, ଆଲର୍ଟ ସାଇରନ ସେଣ୍ଟର, ସ୍ବାସ୍ଥ୍ୟ ଓ ପରିବେଶ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି। ତେବେ ଜିଲା ପାଇଁ ବିପଦ ସାଜିଥିବା ସାମୁଦ୍ରିକ ଝଡ଼ ଓ ସୁନାମିକୁ ପ୍ରତିହତ କରୁଥିବା ହେନ୍ତାଳ ବଣ ବିଭିନ୍ନ କାରଣ ପାଇଁ ପ୍ରତିବର୍ଷ ନଷ୍ଟ ହେଉଛି। ବଢ଼ିଚାଲିଥିବା ଚିଙ୍ଗୁଡି ଘେରି ଓ ଜଙ୍ଗଲ ଜମି ଜବରଦଖଲକୁ ରୋକା ନ ଗଲେ ଆଗାମୀ ୧୦ବର୍ଷ ମଧ୍ୟରେ ଜିଲାର ବହୁ ଅଞ୍ଚଳ ସମୁଦ୍ର ଗର୍ଭକୁ ଚାଲିଯିବ। ସେହିପରି ୨୦୧୮ରୁ ସ୍ଥାପିତ ଜିଲାର ୨୦ ସାଇରନ ଆଲର୍ଟ କେନ୍ଦ୍ରରୁ ୧୦ ଅଚଳ ହେବା ଜିଲାବାସୀଙ୍କ ପାଇଁ ବିପଦ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ ମତ ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ ସ୍ବାଇଁ, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ୪୮ କିଲୋମିଟର ସମୁଦ୍ର ତଟାଞ୍ଚଳରେ ଜାତୀୟ ଉଦ୍ୟାନ ଭିତରକନିକାର ୧୮୮ ବର୍ଗ କିଲୋମିଟର ଘଞ୍ଚ ହେନ୍ତାଳବଣ ଅଛି। ତେବେ ୧୯୬୦ରୁ ଏହାର ଦ୍ରୁତ ଅବକ୍ଷୟ ହେଉଛି। ସୁନାମି ଓ ସାମୁଦ୍ରିକ ଝଡ଼ ସମୟରେ ଜିଲାର ସାମୁଦ୍ରିକ ପ୍ରାଚୀର ଭାବେ ପରିଚିତ ଏହି ହେନ୍ତାଳବଣ ଗତ ୬ ଦଶନ୍ଧି ମଧ୍ୟରେ ୮୮ ବର୍ଗ କିଲୋମିଟର ସମୁଦ୍ର ଗର୍ଭକୁ ଚାଲିଯାଇଥିବା ବିଭିନ୍ନ ସର୍ଭେ ରିପୋର୍ଟରେ ଦେଖିବାକୁ ମିଳୁଛି। ହେନ୍ତାଳବଣର ସାନ୍ଦ୍ରତା ଓ ନମନୀୟତା ସମୁଦ୍ର ଢ଼େଉକୁ ରୋକିବାକୁ ସକ୍ଷମ। ଏହାର ବିସ୍ତାର ହେଲେ ସାମୁଦ୍ରିକ ଝଡ଼ ଓ ସୁନାମିକୁ ରୋକିବାରେ ସଫଳ ହେବ। ଏହାର ଉଦାହରଣ ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ପ୍ରଚୁର ହେନ୍ତାଳ ବଣ ଯୋଗୁ ସମୁଦ୍ର ଜଳ ଜିଲାର ବହୁ ଅଞ୍ଚଳକୁ ପଶିପାରି ନ ଥିଲା। ଧନଜୀବନ ରକ୍ଷା ହୋଇଥିଲା। ଉପକୂଳ ଅଞ୍ଚଳ ପରିଯୋଜନା, ବନ ବିଭାଗ, ପ୍ରଶାସନ ଓ ରାଜନେତା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଗୁରୁତ୍ୱ ଦେଉଥିବା କହୁଥିଲେ ମଧ୍ୟ ଭିତ୍ତିଭୂମି ଅସଜଡା ରହିଥିବା ସେମାନେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ମୀର ଅବୁ ଓବେଦା, ବିଭୂତିଭୂଷଣ ରାଉତ, ପ୍ରତାପ ଚନ୍ଦ୍ର ପାଢ଼ୀ କୁହନ୍ତି, ମହାବାତ୍ୟାର ସ୍ମୃତିରେ ଭୟଙ୍କର ଅନୁଭୂତି ଆଗକୁ ଆସୁଛି। ଗମନାଗମନଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ସହଯୋଗ, ପୂର୍ବାନୁମାନ ଓ ପ୍ରସ୍ତୁତି ନ ଥିବାରୁ ଜିଲାବାସୀଙ୍କ ଧନଜୀବନ ଯାଇଛି। ଏହାସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେବଳ ମକ୍‌ଡ୍ରିଲରେ ସୀମିତ ରହିଛି। ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ନାହିଁ। ଗତ ଅମ୍ଫନ୍‌ ସମୟରେ ଜିଲାର ରାଜନଗର ବ୍ଲକରେ ପ୍ରତିଷ୍ଠା ହୋଇଥିବା ୧୧ ଓ ମହାକାଳପଡ଼ାର ୯ଟି ଆଲର୍ଟ କେନ୍ଦ୍ର ମଧ୍ୟରୁ ୧୦ଟିରେ ସାଇରନ ବାଜି ପାରିଲା ନାହିଁ। ଏଥିସହିତ ଭିତରକନିକା ଜଙ୍ଗଲ ଏବେ ଅନୁପ୍ରବେଶକାରୀଙ୍କ ପାଇଁ ଅସୁରକ୍ଷିତ ହୋଇଛି। ପର୍ଯ୍ୟାପ୍ତ ବେଆଇନ ଚିଙ୍ଗୁଡି ଘେରି ବନ୍ଦ ହେଲେ ସମସ୍ୟାର କିଛି ସମାଧାନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଜରୁରୀକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କୁହନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲା ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଉଛି। ଏଥିପାଇଁ ବିଗତ ସାମୁଦ୍ରିକ ଝଡ଼ ସମୟରେ ଜିରୋ କାଜୁଆଲିଟି ହେଉଛି। ଉଦ୍ଧାର, ଥଇଥାନ, ମକ୍‌ଡ୍ରିଲ ଆଦି ବ୍ୟବସ୍ଥା ହୋଇଥିବା ବେଳେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ, ନୂତନ ହେନ୍ତାଳ ବଣ ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri