Categories: ଜାତୀୟ

୨୧ ବର୍ଷ ତଳେ ପାକିସ୍ତାନ କରିଥିଲା ଦୁଃସାହସ, ମିଳିଥିଲା କଡ଼ା ଜବାବ: ମୋଦି

ନୂଆଦିଲ୍ଲୀ, ୨୬।୭: ଭାରତୀୟ ସେନା ପକ୍ଷରୁ ୨୧ ବର୍ଷ ତଳେ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଥିଲା। ପାକିସ୍ତାନ ଦୁଃସାହସର ପରିଣତି ଭୋଗ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୭ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ରବିବାର ଏଭଳି କହିଛନ୍ତି। କାରଗିଲ୍‌ ଯୁଦ୍ଧରେ ଭାରତୀୟ ସେନା ବିଜୟ ହୋଇଥିଲେ। ଯେଉଁ ପରିସ୍ଥିତିରେ ଯୁଦ୍ଧ ହୋଇଥିଲା ତାହାକୁ ଭାରତ କେବେ ମଧ୍ୟ ଭୁଲି ପାରିବ ନାହିଁ। ପାକିସ୍ତାନ ସୈନ୍ୟ ଉଚ୍ଚ ପାହାଡ଼ ଉପରେ ରହିଥିବାବେଳେ ଭାରତୀୟ ସେନା ପାହାଡ଼ ତଳୁ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହା କଷ୍ଟସାଧ୍ୟ ଥିଲା। ତେବେ ବି ଭାରତୀୟ ସେନାଙ୍କ ପରାକ୍ରମ ଆଗରେ ଶତ୍ରୁ ପକ୍ଷ ହାର ମାନିଥିଲେ ବୋଲି ମୋଦି କହିଛନ୍ତି। ଜୁଲାଇ ୨୬ରେ କାରଗିଲ ବିଜୟ ଦିବସ ଅବସରରେ ସେ ସମସ୍ତ ଶହୀଦ୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Share