ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଦ୍ୱୈତନଗରୀରେ କରୋନା ବେକାବୁ ପରିସ୍ଥିତିକୁ ଚାଲିଯାଉଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ କୋଭିଡ୍ ନିୟମ ଓ କଟକଣାକୁ କଡାକଡି ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେବା ପରେ ଗୁରୁବାରଠାରୁ କଟକ ଓ ଭୁବନେଶ୍ୱରରେ ଯାଞ୍ଚକୁ ଜୋର୍ଦାର କରାଯାଇଛି। ସହରର ହାଟ, ବଜାର, ରାସ୍ତା, ଗଳି କନ୍ଦି, ସୋରୁମ୍ ଆଦି ସ୍ଥାନରେ ୩ ଜୋନ୍ ଦାୟିତ୍ୱରେ ଥିବା ଡିସିପି ର଼୍ୟାଙ୍କ୍ର ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। କମିଶନରେଟ ପୋଲିସର ସୂଚନାନୁସାରେ, ମୋଟ ୫୧୮୮ଜଣ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ମାସ୍କ ନ ପିନ୍ଧି ୬୬୦ଜଣ ତଣ୍ଡ ଗଣିଥିବାବେଳେ ସାମାଜିକ ଦୂରତ୍ୱ ନ ମାନି ଗହଳି କରୁଥିବା ୩୩୮୩ଜଣ ଓ ମୋଟର ଯାନ ଆଇନ ଉଲ୍ଲଂଘନ କରି ଧରାପଡିଥିବା ୧୧୪୫ ଜଣଙ୍କଠାରୁ ଜରିମାନା ନିଆଯାଇଛି। ସେହିଭଳି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ୨୧ ଦୋକାନକୁ ସିଲ୍ କରାଯାଇଥିବା ଜଣାପଡିଛି।
କୋଭିଡ଼ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସାବାଡ୍ କରିବା ପାଇଁ କିଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମସ୍ତ ଥାନା ଅଧିକାରୀ ଓ ଏସିପିଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥା ହୋଇଥିଲେ। ଏଥିପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସ୍ପେଶାଲ ଇନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି। ଜନଗହଳି ସ୍ଥାନରେ ପୋଲିସ ମୁତୟନ ରହିବେ ଓ ପିସିଆର ଭ୍ୟାନ୍ ମଧ୍ୟ ଏନ୍ଫୋର୍ସମେଣ୍ଟରେ ସାମିଲ ରହିବ। ଜୋନ୍ ଏସିପିମାନେ ସ୍ପେଶାଲ ଡ୍ରାଇଭ କରିବେ। ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସିପି କହିଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ଫୋନ୍ ମାଧ୍ୟମରେ ସୁପରିଭିଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଳାସପଲ୍ଲି, ପୋଖରୀପୁଟ, କଳ୍ପନା ଛକ, ଟଙ୍କପାଣିରୋଡ଼, ରଘୁନାଥପୁର, ସୁନ୍ଦରପଦା ହାଟ, ବ୍ରହ୍ମେଶ୍ୱର ଛକ, ବାପୁଜୀ ନଗର, ଡମଣା ହାଟ, ପଟିଆ ଛକ, କିଟ୍ ଛକ ଆଦି ବହୁ ସ୍ଥାନରେ କଡାକଡି ଯାଞ୍ଚ ହୋଇଥିଲା। ଏହି ଯାଞ୍ଚରେ ଟ୍ରାଫିକ ପୋଲିସ ମଧ୍ୟ ସାମିଲ ରହିଥିଲେ। ଯେଉଁମାନେ ଘଟଣାସ୍ଥଳର ଜରିମାନା ଦେଇ ନ ଥିଲେ ସେମାନଙ୍କ ଉପରେ ଇ ଚାଲାଣ କଟାଯାଇଥିଲା।
ନିଜର ଚମତ୍କାରୀ ବ୍ୟାଟ୍କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍…
ନୂଆଦିଲ୍ଲୀ,୯।୪: ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…
୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…
ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…
ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ
ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…
ଅପେକ୍ଷାର ଅନ୍ତ! ରୟାଲ ଏନ୍ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍, ଜବରଦସ୍ତ ଫିଚର ସହ ମୂଲ୍ୟ…
ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…
ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!
ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…
ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍
କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…
କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…
ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…
‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ
ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…
Archives

