ଭୁବନେଶ୍ୱର,୧୮।୯ (ବ୍ୟୁରୋ): ଦ୍ୱୈତନଗରୀରେ କରୋନା ବେକାବୁ ପରିସ୍ଥିତିକୁ ଚାଲିଯାଉଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ କୋଭିଡ୍ ନିୟମ ଓ କଟକଣାକୁ କଡାକଡି ପାଳନ କରିବାକୁ ଡିଜିପି ନିର୍ଦ୍ଦେଶ ଦେବା ପରେ ଗୁରୁବାରଠାରୁ କଟକ ଓ ଭୁବନେଶ୍ୱରରେ ଯାଞ୍ଚକୁ ଜୋର୍ଦାର କରାଯାଇଛି। ସହରର ହାଟ, ବଜାର, ରାସ୍ତା, ଗଳି କନ୍ଦି, ସୋରୁମ୍ ଆଦି ସ୍ଥାନରେ ୩ ଜୋନ୍ ଦାୟିତ୍ୱରେ ଥିବା ଡିସିପି ର଼୍ୟାଙ୍କ୍ର ଅଧିକାରୀଙ୍କ ତତ୍ତ୍ୱାବଧାନରେ ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। କମିଶନରେଟ ପୋଲିସର ସୂଚନାନୁସାରେ, ମୋଟ ୫୧୮୮ଜଣ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ମାସ୍କ ନ ପିନ୍ଧି ୬୬୦ଜଣ ତଣ୍ଡ ଗଣିଥିବାବେଳେ ସାମାଜିକ ଦୂରତ୍ୱ ନ ମାନି ଗହଳି କରୁଥିବା ୩୩୮୩ଜଣ ଓ ମୋଟର ଯାନ ଆଇନ ଉଲ୍ଲଂଘନ କରି ଧରାପଡିଥିବା ୧୧୪୫ ଜଣଙ୍କଠାରୁ ଜରିମାନା ନିଆଯାଇଛି। ସେହିଭଳି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ୨୧ ଦୋକାନକୁ ସିଲ୍ କରାଯାଇଥିବା ଜଣାପଡିଛି।
କୋଭିଡ଼ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସାବାଡ୍ କରିବା ପାଇଁ କିଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମସ୍ତ ଥାନା ଅଧିକାରୀ ଓ ଏସିପିଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥା ହୋଇଥିଲେ। ଏଥିପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ସ୍ପେଶାଲ ଇନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠନ କରାଯାଇଛି। ଜନଗହଳି ସ୍ଥାନରେ ପୋଲିସ ମୁତୟନ ରହିବେ ଓ ପିସିଆର ଭ୍ୟାନ୍ ମଧ୍ୟ ଏନ୍ଫୋର୍ସମେଣ୍ଟରେ ସାମିଲ ରହିବ। ଜୋନ୍ ଏସିପିମାନେ ସ୍ପେଶାଲ ଡ୍ରାଇଭ କରିବେ। ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସିପି କହିଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ଫୋନ୍ ମାଧ୍ୟମରେ ସୁପରିଭିଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଳାସପଲ୍ଲି, ପୋଖରୀପୁଟ, କଳ୍ପନା ଛକ, ଟଙ୍କପାଣିରୋଡ଼, ରଘୁନାଥପୁର, ସୁନ୍ଦରପଦା ହାଟ, ବ୍ରହ୍ମେଶ୍ୱର ଛକ, ବାପୁଜୀ ନଗର, ଡମଣା ହାଟ, ପଟିଆ ଛକ, କିଟ୍ ଛକ ଆଦି ବହୁ ସ୍ଥାନରେ କଡାକଡି ଯାଞ୍ଚ ହୋଇଥିଲା। ଏହି ଯାଞ୍ଚରେ ଟ୍ରାଫିକ ପୋଲିସ ମଧ୍ୟ ସାମିଲ ରହିଥିଲେ। ଯେଉଁମାନେ ଘଟଣାସ୍ଥଳର ଜରିମାନା ଦେଇ ନ ଥିଲେ ସେମାନଙ୍କ ଉପରେ ଇ ଚାଲାଣ କଟାଯାଇଥିଲା।
ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ
ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...
ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ
ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...
ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?
ଭୁବନେଶ୍ୱର,୨୧ା୧୨(ସୁନିତ୍ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...
ଟ୍ରେନ୍ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍ର ୫ ବଗି ଲାଇନଚ୍ୟୁତ
ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...
ପିକନିକ ବସ ଓଲଟି ୩୫ ଛାତ୍ର ଆହତ
ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...
୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...
ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...
ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...
Archives


