ମୋଦିଙ୍କ ପାଖକୁ ଯାଇଛି ୨୧ ନିୟୁତ ଡଲାର: ଟ୍ରମ୍ପ୍‌

ନ୍ୟୁୟର୍କ/ନୂଆଦିଲ୍ଲୀ,୨୩ା୨(ଏଜେନ୍ସି/ପିଟି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆସିଥିବା ୨୧ ନିୟୁତ ଡଲାର (୧୮୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ସହାୟତାକୁ ନେଇ ଦେଶରେ ବିବାଦ ମୁଣ୍ଡ ଟେକିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ଏହି ପ୍ରସଙ୍ଗ ଉପରେ ଚତୁର୍ଥ ଥର ମୁହଁ ଖୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଧରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି, ଭାରତରେ ଭୋଟର ଟର୍ନଆଉଟ୍‌ ପାଇଁ ଆମେ ୨୧ ନିଯୁତ ଡଲାର ଦେଇଛୁ। ଏହି ଅର୍ଥ ୟୁନାଇଟେଡ୍‌ ଷ୍ଟେଟ୍ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭେଲପ୍‌ମେଣ୍ଟ୍‌ସ (ୟୁଏସ୍‌ଏଆଇଡି)ରୁ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଯାଇଛି। ଆମେରିକାରେ ମଧ୍ୟ ମତଦାନ

ହାର ବୃଦ୍ଧି ପାଇଁ ଆମେ ଚାହୁଁଛୁ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ବିରୋଧୀ ଦଳ ଦାବି କରିଛି।

ଟ୍ରମ୍ପ୍‌ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏଲନ୍‌ ମସ୍କଙ୍କ ଅଧ୍ୟକ୍ଷତାରେ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି (ଡିଓଜିଇ) ପକ୍ଷରୁ ଗତ ୧୬ରେ ଭାରତକୁ ୨୧ ନିୟୁତ ଡଲାର ପାଣ୍ଠି ପ୍ରଦାନକୁ ରଦ୍ଦ କରାଯାଇଛି। ମିଆମିରେ ଗୁରୁବାର ଅନୁଷ୍ଠିତ ଏଫ୍‌ଆଇଆଇ ପ୍ରିଓରିଟି ସମିଟ୍‌କୁ ସମ୍ବୋଧିତ କରି ଟ୍ରମ୍ପ୍‌ କହିଥିଲେ, ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେ ୨୧ ନିୟୁତ ଡଲାର ଖର୍ଚ୍ଚ କରିବାର ଆବଶ୍ୟକତା କ’ଣ? ବାଇଡେନ୍‌ ପ୍ରଶାସନ ବୋଧେ ଅନ୍ୟ କାହାକୁ ନିର୍ବାଚନରେ ଜିତାଇବାକୁ ଚାହୁଁଥିଲେ। ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ପରେ ଭାରତରେ ରାଜନୈତିକ ବୟାନବାଜି ଜୋର୍‌ ଧରିବାରେ ଲାଗିଛି।

୨୦୨୪ରେ ଭାରତର ଲୋକ ସଭା ନିର୍ବାଚନ ବାହ୍ୟଶକ୍ତି ଦ୍ୱାରା ପ୍ରଭାବିତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୂର୍ବ ମନ୍ତବ୍ୟର ଅବତାରଣା କରି କଂଗ୍ରେସକୁ ଭାଜପା ଟାର୍ଗେଟ କରିଥିଲା। ଭାଜପା ଏମ୍‌ପି ମହେଶ ଜେଠମାଲାନୀ ଶୁକ୍ରବାର ଏକ୍ସ’ରେ କହିଥିଲେ, ୨୦୨୧ରେ ବୀଣା ରେଡ୍ଡୀଙ୍କୁ ୟୁଏସ୍‌ଏଆଇଡି’ର ଭାରତୀୟ ମିଶନ ମୁଖ୍ୟ ଭାବେ ନୂଆଦିଲ୍ଲୀକୁ ପଠାଯାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନ ପରେ ବୀଣା ଆମେରିକାକୁ ଫେରିଯାଇଥିଲେ। ଡିଓଜିଇ ଜାଣିବାକୁ ପାଇଛି ଯେ, ୟୁଏସ୍‌ଏଆଇଡି ଭାରତରେ ସରକାର ପରିବର୍ତ୍ତନ ସକାଶେ ମତଦାନ ବୃଦ୍ଧି ପାଇଁ ୨୧ ନିୟୁତ ଡଲାର ଖର୍ଚ୍ଚ କରୁଥିଲା। ସମ୍ଭବତଃ ବୀଣା ନିଜ ଭୋଟର ଟର୍ନଆଉଟ୍‌ ମିଶନ ଶେଷକରି ଆମେରିକାକୁ ଫେରିଯାଇଥିଲେ। ଏପରି କି ଭାରତର ନିର୍ବାଚନରେ ବାହ୍ୟଶକ୍ତିର ହସ୍ତକ୍ଷେପ ନେଇ ବିତର୍କ ସୃଷ୍ଟି ହୋଇଥିବାରୁ ବହିର୍ବ୍ୟାପାର ମୁଖପାତ୍ର ରଣବୀର ଜୟସ୍ବାଲ ଏହାକୁ ଏକ ଚିନ୍ତାଜନକ ବିଷୟ ବୋଲି କହିଥିଲେ। ଏହି ପ୍ରକରଣକୁ ଅନୁଧ୍ୟାନ କଲେ ଭାଜପା ଏବଂ ସରକାରୀ କଳର ଟାର୍ଗେଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରହିଥିବା ବୁଝିହେଉଛି ବୋଲି ଅନେକେ ମତ ଦେଇଛନ୍ତି।

ତେବେ ଶନିବାର ଟ୍ରମ୍ପ୍‌ ଏହା ଉପରେ ପୁନର୍ବାର କହିଛନ୍ତି, ୨୯ ନିୟୁତ ଡଲାର ୟୁଏସ୍‌ଏଆଇଡି ଗ୍ରାଣ୍ଟ୍‌ ତାଙ୍କ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଯାଉଥିଲା। ସେହିପରି ବାଂଲାଦେଶରେ ରାଜନୈତିକ ସ୍ଥିତି ସୁଧାରିବା ପାଇଁ ଢାକାକୁ ମଧ୍ୟ ସମାନ ପରିମାଣର ଅର୍ଥ ପଠାଯାଉଥିଲା। ଅନ୍ୟପକ୍ଷେ ଟ୍ରମ୍ପ୍‌ଙ୍କ ଏହି ଦାବିକୁ କାଉଣ୍ଟର କରି ‘ଓ୍ବାଶିଂଟନ୍‌ ପୋଷ୍ଟ୍‌’ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତକୁ ଭୋଟର ଟର୍ନଆଉଟ୍‌ ପାଇଁ ଆମେରିକାରୁ ଅର୍ଥ ପ୍ରେରଣ କରାଯାଇ ନ ଥିବା ବିଷୟ ଭାରତର ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟରେ ସତ୍ୟତା ରହିଥିବା ଓ୍ବାଶିଂଟନ୍‌ ପୋଷ୍ଟ ଦର୍ଶାଇଛି। ଓ୍ବାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ରିପୋର୍ଟକୁ ଅସ୍ତ୍ରକରି କଂଗ୍ରେସ ନେତା ପବନ ଖେରା କହିଛନ୍ତି, ଭାଜପା ଏବଂ ଏହାର ଅନ୍ଧ ସମର୍ଥକମାନଙ୍କ ମିଛ ଧରାପଡ଼ିଯାଇଛି। ଏବେ ସେମାନଙ୍କୁ ନିଜ କଥା ଫେରାଇ ନେବାକୁ ପଡ଼ିବ। ଭାଜପା ରାହୁଲଙ୍କୁ ବଦନାମ କରିବା ପାଇଁ ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ଅସ୍ତ୍ର କରୁଥିଲା। କିନ୍ତୁ କଂଗ୍ରେସ ନିକଟକୁ ଏଭଳି କୌଣସି ପାଣ୍ଠି ଆସି ନ ଥିବା ବିଷୟ ଓ୍ବାଶିଂଟନ୍‌ ପୋଷ୍ଟ ସ୍ପଷ୍ଟ କରିଛି। ବର୍ତ୍ତମାନ ମୋଦି ତାଙ୍କ ବନ୍ଧୁ ଟ୍ରମ୍ପ୍‌ଙ୍କ ସହ ଏହା ଉପରେ ଆଲୋଚନାକରି ଉକ୍ତ ଅଭିଯୋଗକୁ ଖଣ୍ଡନ କରନ୍ତୁ। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଶ୍ୱେତପତ୍ର ଜାରି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

କାର୍‌ ରେସିଂର କରୁଣ ପରିଣତି: ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କାଦେଇ ବାଇକ୍‌, ସ୍କୁଟି ଉପରକୁ ମାଡ଼ିଗଲା କାର୍‌

ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri